ସଚିବଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମୀକ୍ଷା

Get real time updates directly on you device, subscribe now.

କୋରାପୁଟ: ମୁଖ୍ୟ ଶାସନ ସଚିବ ସୁରେଶଚନ୍ଦ୍ର ମହାପାତ୍ରଙ୍କ ସହିତ ୪ଜଣ ସଚିବ ଆଜି ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ମୁଖ୍ୟ ଶାସନ ସଚିବଙ୍କ ସହ ୫-ଟି ସଚିବ ଭି.କେ ପାଣ୍ଡିଆନ, ଏନଏଚଏମ୍ ନିଦେ୍ର୍ଧଶିକା ଶାଳିନୀ ପଣ୍ଡିତ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭିନିଲ କ୍ରିଷ୍ଣା, ଜଳସମ୍ପଦ ସଚିବ ଅନୁ ଗର୍ଗ ପ୍ରମୁଖ ଆଜି ପୂର୍ବାହ୍ନରେ ଜୟପୁର ବିମାନ ବନ୍ଦରରେ ଅବତରଣ କରି ଆମ୍ବାଗୁଡ଼ା ହାଇସ୍କୁଲର ସ୍ମାର୍ଟ ଶ୍ରେଣୀଗୃହ ପରିଦର୍ଶନ କରି ନବରଙ୍ଗପୁର ଜିଲ୍ଲା ଗସ୍ତ କରିଥିଲେ । ଏହାପରେ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡ଼ିକାଲେ କଲେଜ ନିକଟରେ ନିର୍ମାଣାଧୀନ ୬୫୦ ଶଯ୍ୟା ଅଧ୍ୟାପନା ହସ୍ପିଟାଲ ପରିଦର୍ଶନ କରି ସମୀକ୍ଷା କରିଛନ୍ତି ।
ବିଶେଷକରି ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ନିର୍ମାଣ କାର୍ଯ୍ୟ ହୋଇଛିକି ନାହିଁ ନରୀକ୍ଷଣ କରିଥିଲେ । ଲେବର କଲୋନି, ୧୧ ତାଲା ବିଶିଷ୍ଟ ନର୍ସିଂ ଷ୍ଟାଫ୍ କ୍ୱାର୍ଟର, ୬୫୦ ଶଯ୍ୟା ବିଶିଷ୍ଟ ଅଧ୍ୟାପନା ହସ୍ପିଟାଲ, ଓଭର ବ୍ରିଜ୍, ତରଳ ମେଡ଼ିକାଲ ଅrିଜେନ(ଏଲଏମଓ)ସଂରକ୍ଷଣ ଓ ବଣ୍ଟନ ପ୍ଲାଣ୍ଟର ଅଗ୍ରଗତି ନେଇ ସମୀକ୍ଷା କରିଥିଲେ । ବିଭିନ୍ନ ପ୍ରକଳ୍ପର ଉନ୍ନୟନକାର୍ଯ୍ୟ କେତେଭାଗ ହୋଇଛି ନିରୀକ୍ଷଣ କରିବା ସହିତ ଅବଧି ମଧ୍ୟରେ ସମ୍ପନ୍ନ କରିବାକୁ ସମ୍ପୃକ୍ତ ଅଧିକାରୀଙ୍କୁ ସଚିବ ନିଦେ୍ର୍ଧଶ ଦେଇଥିଲେ । ମୁଖ୍ୟ ଶାସନ ସଚିବ ଶ୍ରୀମହାପାତ୍ରଙ୍କ ସହିତ ୪ଜଣ ସଚିବ ଆଜି ଉଭୟ କୋରାପୁଟ ଓ ନବରଙ୍ଗପୁର ଜିଲ୍ଲା ଗସ୍ତକରି ସ୍ୱାସ୍ଥ୍ୟ, ଶିକ୍ଷା, ପାନୀୟଜଳ, ନଳକୂଅ ଯୋଜନାର ସମୀକ୍ଷା କରିଥିଲେ । ଆଜି ଅପରାହ୍ନରେ ସହିଦ ମେଡ଼ିକାଲ କଲେଜ ଓ ହସ୍ପିଟାଲର ସ୍ୱାସ୍ଥ୍ୟ ଭିତ୍ତିଭୂମିର ନିରୀକ୍ଷଣ କରି ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ । ଏଥି ସହିତ ତୃତୀୟ ଲହର କୋଭିଡ଼ ପାଇଁ ପ୍ରସ୍ତୁତି ନେଇ ଅଧିକାରୀମାନଙ୍କୁ ପଚାରି ବୁଝିଥଇଲେ । କୋଭିଡ଼ ପରିଚାଳନା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରାଯାଇଥିଲା ।
ସୂଚନାଥାଉ କି ସହିଦ ମେଡ଼ିକାଲ କଲେଜ ଓ ହସ୍ପିଟାଲର କାୟା ବଢ଼ିବାରେ ଲାଗିଛି । ଏଥିପାଇଁ କୁମ୍ଭା ରୋଡ଼ରେ ୨୩୦ କୋଟି ବ୍ୟୟରେ ୬୫୦ ଶଯ୍ୟା ବିଶିଷ୍ଟ ଅଧ୍ୟାପନା ହସ୍ପିଟାଲ ନିର୍ମାଣ କାର୍ଯ୍ୟ ଗତ ଫେବୃଆରୀ ୨୬ରୁ ଜାରି ରହିଛି । ୧୦ ଏକର ଜମିରେ ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିିତ କରାଯାଉଛି । ଅଧ୍ୟାପନା ହସ୍ପିଟାଲ ନିର୍ମାଣ କାର୍ଯ୍ୟ ୨୦୨୩ ଅଗଷ୍ଟ ସୁଦ୍ଧା ସାରିବାକୁ ଠିକା କମ୍ପାନି ସହିତ ସରକାର ଚୁକ୍ତି କରିଛନ୍ତି । ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ନିକଟରେ ଗ୍ୟାସ ପାଇପ୍ ଲାଇନ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଛି । ଏହାଦ୍ୱାରା କୋଭିଡ଼ରେ ଗୁରୁତର ରୋଗୀ ଓ ଆଇସିୟୁ ରୋଗୀଙ୍କ ପାଇଁ ବିଶେଷ ସୁବିଧା ହୋଇପାରିବ ବୋଲି ଅଧିକାରୀମାନେ ସଚିବଙ୍କ ନିକଟରେ ମତ ରଖିଛନ୍ତି । ଏହି ଗସ୍ତ ସମୟରେ ଅନ୍ୟମାନଙ୍କ ମଧ୍ୟରେ କୋରାପୁଟ ଜିଲ୍ଲାପାଳ ଅବଦଲ ମହମ୍ମଦ ଅଖତର, ଅତିରିକ୍ତ ଜିଲ୍ଲାପାଳ ଦେବେନକୁମାର ପ୍ରଧାନ, ଡ଼ିଆରଡ଼ିଏ ପିଡ଼ି ପ୍ରବୀରକୁମାର ନାୟକ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ମକରନ୍ଦ ବେଉରା, ମେଡ଼ିକାଲ କଲେଜ ଡ଼ିନ୍ କେ.ସି.ବିଶ୍ୱାଳ, ସୁପରିଟେଣ୍ଡାଣ୍ଟ ଡା. ସୀତାରାମ ମହାପାତ୍ର, ପୂର୍ତ୍ତ ନିର୍ବାହୀ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀଙ୍କ ସହିତ ଲାଇନ୍ ବଭାଗ ଅଧିକାରୀମାନେ ଉପସ୍ଥିତ ଥିଲେ ।

ରିପୋର୍ଟ ସତ୍ୟ ନାରାୟଣ ସାହୁଙ୍କଠାରୁ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons