କୋରାପୁଟ:ଜିଲ୍ଲାର ୧୭ ଟି ହାଇସ୍କୁଲ ପାଇଁ ସ୍ମାର୍ଟ ଶ୍ରେଣୀଗୃହ ଯୋଜନା କରାଯାଇଛି । ଚଳିତ ବର୍ଷରୁ ଯୋଜନା ଆରମ୍ଭ ହୋଇଥିଲେ ହେଁ ଏ ପର୍ଯ୍ୟନ୍ତ ଗୋଟିଏ ମାତ୍ର ସ୍କୁଲରେ କାମ ସମ୍ପୂର୍ଣ୍ଣ ହୋଇଛି । ବାକି ୧୬ ଟିର କାମ ଜାରି ରହିଛି । ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ୫-ଟି ସଚିବ ଭି.କେ ପାଣ୍ଡିଆନ ଓ ଅନ୍ୟ ୩ ଜଣ ସଚିବଙ୍କ ଜିଲ୍ଲା ଗସ୍ତ ଓ ସ୍ମାର୍ଟ ଶ୍ରେଣୀଗୃହ ଯୋଜନା ସମୀକ୍ଷା ବେଳେ ଏହା ଜଣାପଡିଛି । ବୋରିଗୁମ୍ମା ବ୍ଲକ ଅଧୀନ ସ୍କୁଲର କାମ ସମ୍ପୂର୍ଣ୍ଣ ହୋଇଥିବାବେଳେ ଆସନ୍ତା ସେପ୍ଟେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ଅନ୍ୟଗୁଡିକର କାମ ଶେଷ କରିବାକୁ ମୁଖ୍ୟ ଶାସନ ସଚିବ ନିଦେ୍ର୍ଧଶ ଦେଇଛନ୍ତି । ସମୀକ୍ଷା ଅବସରରେ ସଚିବମାନେ କେତେକ ସ୍କୁଲ ପରିଦର୍ଶନ କରି ପିଲାମାନଙ୍କ ସହ ବିଭିନ୍ନ ବିଷୟକୁ ନେଇ ଆଲୋଚନା କରିଛନ୍ତି । ହାଇସ୍କୁଲ ଖୋଲିବା ପରେ ଦଶମ ଶ୍ରେଣୀ ପିଲାଙ୍କ ପାଠପଢ଼ା କିପରି ଚାଲିଛି ଓ ସ୍କୁଲରେ କୋଭିଡ ଏସଓପି ପାଳନ ହେଉଛି କି ନାହିଁ ଅଧିକାରୀମାନଙ୍କୁ ପଚାରି ବୁଝିଛନ୍ତି ।
ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର, ୫-ଟି ସଚିବ ଭି.କେ ପାଣ୍ଡିଆନ, ଏନଏଚଏମ ନିଦେ୍ର୍ଧଶିକା ଶାଳିନୀ ପଣ୍ଡିତ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭିନିଲ କ୍ରିଷ୍ଣା, ଜଳସମ୍ପଦ ବିଭାଗ ସଚିବ ଅନୁ ଗର୍ଗ ପ୍ରମୁଖଙ୍କ କୋରାପୁଟ ଗସ୍ତବେଳେ ଏହାର ସମୀକ୍ଷା କରାଯାଇଛି । ସଚିବମାନେ ଜିଲ୍ଲାର ଆମ୍ବାଗୁଡ଼ା ହାଇସ୍କୁଲ ଓ କୋରାପୁଟ ବାଳିକା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ସ୍ମାର୍ଟ ଶ୍ରେଣୀଗୃହ ଯୋଜନାର ସମୀକ୍ଷା କରିଥିଲେ । ପୁରାତନ ଛାତ୍ରୀ ଓ ସ୍କୁଲ କମିଟି ସଦସ୍ୟଙ୍କ ସହ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ବିଭିନ୍ନ ବିଷୟକୁ ନେଇ ଆଲୋଚନା କରିଥିଲେ । ବାଳିକା ଉଚ୍ଚ ବିଦ୍ୟାଳୟର ସ୍ମାର୍ଟ ଶ୍ରେଣୀଗୃହ କାର୍ଯ୍ୟ, ସ୍ମାର୍ଟ ଲାଇବ୍ରେରୀ ଓ ସାଇନ୍ସ ଲ୍ୟାବ ଆଦି ପରିଦର୍ଶନ କରିଥିଲେ । ହାଇସ୍କୁଲର ସର୍ବାଙ୍ଗୀନ ଉନ୍ନତି ପାଇଁ ଅନ୍ୟ କି ପ୍ରକାର ପଦକ୍ଷେପ ନିଆଯାଇପାରିବ ସେ ନେଇ ଶ୍ରୀ ମହାପାତ୍ର ପୂର୍ବତନ ଛାତ୍ରୀ ତପସ୍ୱିନୀ ମହାପାତ୍ର, ଉମା କୁମାରୀ ସାହୁ, ସ୍କୁଲ କମିଟି ସଦସ୍ୟ ମନୋରମା ରଣା ଓ ଅରୁଣ କୁମାର ସାହୁଙ୍କ ସହିତ ଆଲୋଚନା କରିଥିଲେ । ଶିକ୍ଷକ ଓ ଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । ସ୍କୁଲ ଖୋଲିବା ପରେ ଦଶମ ଶ୍ରେଣୀ ପିଲାଙ୍କ ପାଠପଢା କିପରି ଚାଲିଛି ଓ ସ୍କୁଲ ଏସଓପି ପାଳନ କିପରି ହେଉଛି ସେ ସମ୍ପର୍କରେ ଅଧିକାରୀମାନଙ୍କୁ ପଚାରି ବୁଝିଥିଲେ ।
ସୂଚନା ଦେଇ ଜିଲ୍ଲାପାଳ ଅବଦଲ ମହମ୍ମଦ ଅଖତର କହିଛନ୍ତି, ଚଳିତ ବର୍ଷ ସ୍ମାର୍ଟ ଶ୍ରେଣୀଗୃହ ଯୋଜନାରେ ଜିଲ୍ଲାର ୧୭ ଟି ହାଇସ୍କୁଲକୁ ସାମିଲ କରାଯାଇଛି । ଜୟପୁର ବ୍ଲକ ଆମ୍ବାଗୁଡ଼ା ଓ କୋରାପୁଟ ପୌରାଞ୍ଚଳ ବାଳିକା ଉଚ୍ଚ ବିଦ୍ୟାଳୟ ସହ ଅନ୍ୟ ସ୍କୁଲଗୁଡିକରେ କାମକୁ ତ୍ୱରାନ୍ୱିତ କରାଯାଇଛି । କେବଳ ବୋରିଗୁମ୍ମା ବ୍ଲକ ଅଧୀନ ସ୍କୁଲର କାମ ସମ୍ପୂର୍ଣ୍ଣ ହୋଇଛି ।
ରିପୋର୍ଟ ସତ୍ୟ ନାରାୟଣ ସାହୁଙ୍କଠାରୁ


Comments are closed, but trackbacks and pingbacks are open.