‘ସଞ୍ଜୁ’ର କପିରାଇଟ୍

Get real time updates directly on you device, subscribe now.

ଇଏ ଓଲିଉଡ ଅଶୋକ ପତିଙ୍କ ‘ସଞ୍ଜୁ’ । ତେଣୁ ତା’ର କପିରାଇଟ୍ କେବଳ ତାଙ୍କ ହାତରେ । ବୁଝିବା କଷ୍ଟ ହେଉଥିବ । କାରଣ ଶୀର୍ଷକଟି ସେହିପରି । ନିର୍ଦ୍ଦେଶକ ଅଶୋକ ପତିଙ୍କ ମନପସନ୍ଦର ଅଭିନେତା ସଞ୍ଜୁ ଓରଫ୍ ବାବୁସାନ । ଓଲିଉଡରେ ନାୟକ-ନାୟିକାଙ୍କ ଯୋଡ଼ିଙ୍କୁ ନେଇ ଚର୍ଚ୍ଚା ହେଉଥିବାବେଳେ ଏଠି ସବୁବେଳେ ନିର୍ଦ୍ଦେଶକ ଅଶୋକ ପତି ଆଉ ଅଭିନେତା ବାବୁସାନଙ୍କୁ ନେଇ ଚର୍ଚ୍ଚା ଚାଲେ । ଦୁହେଁ ମିଶି ପ୍ରାୟ ୧୦ଟି ସିନେମା କରିସାରିଲେଣି । ସୌଭାଗ୍ୟ ସବୁ ସିନେମା ହିଟ୍ ହୋଇଛି । ରଜରେ ବି ‘ଗୋଲ୍ ମାଲ୍ ଲଭ୍’ ସେହି ସଫଳତାକୁ ଦୋହରାଇଛି । ବଡ଼ କଥା ହେଲା ସବୁ ସିନେମା ପରି ଅଶୋକ ପତି ଏହି ସିନେମାରେ ବି ବାବୁସାନଙ୍କ ନାଁ ‘ସଞ୍ଜୁ’ ରଖିଥିଲେ । ଏହା ପଛର କାରଣ ଜଣାପଡ଼ି ନଥିଲେ ବି ବାବୁସାନଙ୍କ ଅଭିନୀତ ୩୬ଟି ସିନେମାରୁ ପ୍ରାୟ ୧୨ଟି ସିନେମାରେ ତାଙ୍କ ଚରିତ୍ରର ନାଁ ସଞ୍ଜୁ ରହିଛି । ସେହି ୧୨ଟିରୁ ୧୦ଟି ସିନେମାର ନିର୍ଦ୍ଦେଶକ ହେଉଛନ୍ତି ଅଶୋକ ପତି । ତେଣୁ କାହାର ସଞ୍ଜୁ ସହ କି ସମ୍ପର୍କ ଆଉ କାହା ପାଇଁ ଶୁଭ ତାହା ଜଣା ନ ପଡ଼ିଲେ ବି ଚଳଚ୍ଚିତ୍ର ରିଲିଜ୍ ପରେ ପୂରା ଟିମ୍କୁ ସଫଳତା ମିଳୁଛି । ସେହିସବୁ ସିନେମା ଭିତରେ ରହିଛି, ‘ସଞ୍ଜୁ ଆଉ ସଞ୍ଜନା’, ‘ଲୋଫର୍’, ‘୧୪୩-ଆଇ ଲଭ୍ ୟୁ’, ‘ଇଡିଅଟ୍’, ‘ଦିୱାନା ଦିୱାନୀ’, ‘ଲଭ୍ ଷ୍ଟେସନ୍’, ‘ଲଭ୍ ପାଇଁ କୁଛ୍ ଭି କରେଗା’, ‘ସିଷ୍ଟର୍ ଶ୍ରୀଦେବୀ’, ‘ଅଜବ ସଞ୍ଜୁର ଗଜବ ଲଭ୍’ ଏବଂ ‘ଗୋଲ୍ ମାଲ୍ ଲଭ୍’ । ବାବୁସାନ ତାଙ୍କ ପ୍ରଥମ ଫିଲ୍ମ ‘ରୋମିଓ ଦ ଲଭର୍ ବୟ’ରେ ସଞ୍ଜୟ ଭୂମିକାରେ ଆସିଥିଲେ । ଯାହାର ନିର୍ଦ୍ଦେଶନା ଦେଇଥିଲେ ହର ପଟ୍ଟନାୟକ । ତାପସ ସରଘରିଆ ତାଙ୍କୁ ନେଇ ‘ହିରୋ ନଂ-୧’ କଲେ ସେଥିରେ ବି ସେ ତାଙ୍କ ନାଁ ସଞ୍ଜୁ ଆଉ ସଞ୍ଜିତ ମହାନ୍ତି ରଖିଥିଲେ । ବର୍ତ୍ତମାନ ଓଲିଉଡରେ ସଞ୍ଜୁ ବ୍ରାଫ୍ ବନିଯାଇଥିବାବେଳେ ଏହାର କପି ରାଇଟ୍ କିଣି ନେଇଛନ୍ତି ଅଶୋକ ପତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons