ନବରଙ୍ଗପୁର,(ବି.ବି.ନୁ୍ୟଜ୍): ସଟଡାଉନ୍ କଟକଣାକୁ ମାନୁନାହାନ୍ତି ଲୋକେ । ବଜାରଘାଟରେ ଅଯଥା ବୁଲାବୁଲି କରୁଛନ୍ତି । ପୁଲିସକୁ ଦେଖି ପଳାଇ ଯାଉଛନ୍ତି । କିଛି ସମୟ ପରେ ପୁଣି ପୂର୍ବସ୍ଥିତି ଚାଲିଆସୁଛି । କରୋନା ସଂକ୍ରମଣ ରୋକିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ମଙ୍ଗଳ ଓ ବୁଧବାର ସଟଡାଉନ୍ ଘୋଷଣା ହୋଇଥିବାବେଳେ ନବରଙ୍ଗପୁର ଜିଲ୍ଲାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ, କେତେକ ସ୍ଥାନରେ ପୁଲିସର ମାତ୍ରାଧିକ କାର୍ଯ୍ୟାନୁÂାନ ନେଇ ଅଭିଯୋଗ ହୋଇଛି ।
ସୂଚନା ଅନୁସାରେ, କରୋନା ସଂକ୍ରମଣ ରୋକିବାକୁ ଜିଲ୍ଲାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମଙ୍ଗଳ ଓ ବୁଧବାର ସଟଡାଉନ୍ କରାଯାଇଛି । ଏହାବ୍ୟତୀତ ଅନ୍ୟ ଦିନରେ ସକାଳ ୭ ଟାରୁ ଅପରାହ୍ଣ ୨ ଟା ପର୍ଯ୍ୟନ୍ତ ଦୋକାନବଜାର ଖୋଲିବାକୁ ଅନୁମତି ମିଳିଛି । ଯେଉଁମାନେ ଏହି କଟକଣାକୁ ଅମାନ୍ୟ କରୁଛନ୍ତି ସେମାନଙ୍କଠାରୁ ପୁଲିସ ଜରିମାନା ଆଦାୟ କରୁଛି । ଏହା ସତ୍ତେ୍ୱ ଅନେକ ଅମାନିଆ କଟକଣାକୁ ଫୁ କରି ଚାଲିଛନ୍ତି । ଯାହାକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଚିନ୍ତା ପ୍ରକାଶ ପାଇଛି । କଟକଣାକୁ ଲୋକେ ଅମାନ୍ୟ କରିଚାଲିଲେ ଜିଲ୍ଲାରେ ସଂକ୍ରମଣ ବଢିବ ବୋଲି ଅନେକ ବୁଦ୍ଧିଜୀବୀ କହିଛନ୍ତି । ଅମାନିଆଙ୍କୁ ବୁଝାଇ ପୁଲିସ ମଧ୍ୟ ଥକି ପଡିଥିବା ପ୍ରତୀୟମାନ ହେଉଛି । ଲୋକେ ବିଭିନ୍ନ ବାହାନା ଦେଖାଇ ଘର ବାହାରକୁ ବାହାରୁଛନ୍ତି । ମଙ୍ଗଳବାର ସକାଳେ ସହରର ଅନେକ ସ୍ଥାନରେ ଦୁଇଚକିଆ ଓ ୪ ଚକିଆ ଗାଡି ଯାତାୟତ କରୁଥିବା ଦେଖିବାକୁ ମିଳିଛି । ଆଉ କେତେକ ଚାଲିଚାଲି ମଧ୍ୟ ବିଚରଣ କରୁଥିଲେ । ପୁଲିସକୁ ଦେଖି ଏମାନେ ପଳାଇ ଯାଉଥିବାବେଳେ ପରେ ପୁଣି ରାଜରାସ୍ତାକୁ ଚାଲି ଆସୁଛନ୍ତି । ମୋଟାମୋଟି ପୁଲିସ ଓ ଜନତା ମଧ୍ୟରେ ଏକପ୍ରକାର ଲୁଚକାଳି ଖେଳ ଚାଲିଥିବା ଦେଖିବାକୁ ମିଳୁଛି ।


Comments are closed, but trackbacks and pingbacks are open.