ସଟ୍ଡାଉନ୍ରେ ପହିଲି ରଜ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ୧୧ ଜିଲ୍ଲାରେ ରବିବାର ସଟଡାଉନ୍ ରହିବ । ଏଥର ପହିଲି ରଜ ବି ପଡ଼ୁଛି ସଟ୍ଡାଉନ୍ରେ । ତେଣୁ ରଜରେ ବାହାରକୁ ଆସି ମଉଜ କରିବା ବଦଳରେ ଘରେ ରହିବାକୁ ହେବ । ଘରେ ରହିଲେ ନିଜକୁ ଓ ନିଜ ପରିବାରକୁ କରୋନା ସଂକ୍ରମଣରୁ ରକ୍ଷା କରିହେବ ।
କଟକ, ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା, ଗଞ୍ଜାମ, ନୟାଗଡ଼, ବଲାଙ୍ଗିର, ଯାଜପୁର, ବାଲେଶ୍ୱର, ଭଦ୍ରକ ଓ ଜଗତସିଂହପୁର ଜିଲ୍ଲାରେ ଶନିବାର ସଟଡାଉନ୍ ପାର୍ଟ-୨ର ବଡ଼ ପ୍ରଭାବ ଦେଖିବାକୁ ମିଳିଛି । ସମସ୍ତ ସରକାରୀ, ବେସରକାରୀ ଅଫିସ୍, ଦୋକାନ ବଜାର ବନ୍ଦ ଥିଲା । ଔଷଧ ଦୋକାନ, ହସ୍ପିଟାଲ, ଗଣମାଧ୍ୟମ, ପେଟ୍ରୋଲ ପମ୍ପ ଆଦି ଖୋଲା ରହିଥିଲା ।
ଭୁବନେଶ୍ୱରରେ ଆଜି ରାସ୍ତାଘାଟ ପୂରା ଶୂନଶାନ ଥିଲା । ଅଧିକାଂଶ ରାସ୍ତାରେ ମୁତୟନ ରହିଥିଲେ ପୁଲିସ । ଘନଘନ ପଇଁତରା ମାରୁଥିଲା ପୁଲିସ ଭ୍ୟାନ୍ । ପ୍ରମୁଖ ଛକରେ ଗାଡ଼ିମୋଟ ଦେଖିଲେ ଯାଞ୍ଚ୍ କରାଯାଉଥିଲା । ପୁଲିସ ଭୟରେ ଲୋକେ ଘରୁ ବାହାରକୁ ବାହାରି ନଥିଲେ । କେତେକ ଗଳିକନ୍ଦି ଓ କଲୋନି ଭିତରେ ଛୋଟ ଦୋକାନ ଖୋଲା ଥିଲା । ୧୧ଟି ଯାକ ଜିଲ୍ଲାରେ ସଟଡାଉନ ଯୋଗୁ ଲୋକେ ପଦାକୁ ବାହାରିନଥିଲେ ।
ସଟ୍ଡାଉନ ଓ ରାତ୍ରିକାଳିନ କର୍ଫୁ୍ୟ ସତ୍ତେ୍ୱ ଆଜିଠୁ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥ ପାଶ୍ୱର୍ରେ ଥିବା ଢାବା ଖୋଲିଛି । ମାତ୍ର ଏସବୁ ଢାବାରୁ କେବଳ ଖାଦ୍ୟ ପାର୍ସଲ ଦେବାକୁ ଅନୁମତି ମିଳିଛି । ସଟ୍ଡାଉନ୍ରେ ଚାଷୀଙ୍କଠାରୁ ଧାନ ଡାଲି, ଚିନାବାଦାମ କିଣା ଜାରି ରଖିବାକୁ କୁହାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons