ବରଗଡ଼,(ବି.ବି.ନୁ୍ୟଜ୍): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜମରତଲା ପଞ୍ଚାୟତ ଅନ୍ତର୍ଲା ଗାଁରେ ଏକ ବିରଳ ଘଟଣା ଦେଖିବାକୁ ମିଳିଛି । ସଟ୍ସର୍କିଟ୍ରୁ ଟିଭି ବିସ୍ଫୋରଣ ଘଟି ଗୋଟିଏ ପରିବାରର ୩ ଜଣ ଗୁରୁତର ହୋଇଛନ୍ତି । ଗୁରୁତରମାନେ ହେଲେ ଅନ୍ତର୍ଲା ଗାଁର ସୁନୀଲ ଦେହେରୀ, ତାଙ୍କ ପତ୍ନୀ ଯାଜ୍ଞସେନୀ ଦେହେରୀ ଏବଂ ତିନି ବର୍ଷର ଶିଶୁ ପୁତ୍ର ଚିନ୍ମୟ । ଗୁରୁତରଙ୍କୁ ଚିକିତ୍ସା ପାଇଁ ପ୍ରଥମେ ପଦ୍ମପୁର ନିଆଯାଇଥିଲା । ସେଠାରୁ ବରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି ।
ସୋମବାର ସକାଳ ପ୍ରାୟ ୧୦ ଟାରେ ସୁନୀଲଙ୍କ ଘରେ ଟିଭି ଚାଲୁଥିଲା । ହଠାତ୍ ସଟ୍ସର୍କିଟ୍ ଯୋଗୁଁ ଟିଭି ବିସ୍ଫୋରଣ ଘଟି ନିଅାଁ ଲାଗି ଯାଇଥିଲା । ଫଳରେ ସୁନୀଲଙ୍କ ସମେତ ପତ୍ନୀ ଯାଜ୍ଞସେନୀ ଏବଂ ପୁଅ ଚିନ୍ମୟ ନିଅାଁରେ ପୋଡ଼ି ଗୁରୁତର ହୋଇଥିଲେ । ପାଖ ପଡେ଼ାଶୀ ନିଅାଁକୁ ଆୟତ୍ତ କରି ପରିବାରବର୍ଗଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିବା ସହ ଆମ୍ବୁଲାନ୍ସ ଯୋଗେ ପଦ୍ମପୁର ଡାକ୍ତରଖାନା ପଠାଇଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ ବରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ସେଠାରୁ ବୁର୍ଲା ସ୍ଥାନାନ୍ତର କରାଯାଇଛି । ଅପରପକ୍ଷେ ଘରର ବହୁ ଆସବାବପତ୍ର ତଥା ମୂଲ୍ୟବାନ ସାମଗ୍ରୀ ନିଅାଁରେ ପୋଡ଼ି ଯାଇଥିବା ସୂଚନା ମିଳିଛି ।
Comments are closed, but trackbacks and pingbacks are open.