ସଦାଚାର ଗୃହ କମିଟିଙ୍କ ଚତୁର୍ଥ ବୈଠକ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଓଡ଼ିଶା ସଦାଚାର ଗୃହ କମିଟିର ଚତୁର୍ଥ ବୈଠକ ସୋମବାର ଅନୁÂିତ ହୋଇଯାଇଛି । ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁÂିତ ଏହି ବୈଠକରେ ନିର୍ବାଚନ ମଣ୍ଡଳୱାରୀ ଉନ୍ନୟନ କମିଟିର କାର୍ଯ୍ୟାବଳି ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହାଛଡ଼ା ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଦ୍ୱାରା ସଂସଦୀୟ ବ୍ୟାପାର ବିଭାଗକୁ ଦିଆଯାଇଥିବା ବୁକ୍ ସର୍କୁଲାର-୪୭ ପ୍ରାବଧାନର ଅନୁପାଳନ ସମ୍ପର୍କିତ ମାସିକ ପ୍ରଗତି ବିବରଣୀ ଉପରେ ମଧ୍ୟ ଆଲୋଚନା ହୋଇଥିଲା । ବୈଠକରେ ବିଧାୟକ ପ୍ରଦୀପ କୁମାର ଅମାତ, କିଶୋର କୁମାର ମହାନ୍ତି, ପ୍ରଫୁଲ୍ଲ ସାମଲ, ଭୂପିନ୍ଦର ସିଂହ, ଅନନ୍ତ ଦାସ, ସୁରେଶ କୁମାର ରାଉତରାୟ, ଅରବିନ୍ଦ ଢାଲି, ଅଶ୍ୱିନୀ କୁମାର ପାତ୍ର, ଦାଶରଥୀ ଗମାଙ୍ଗ, ଅଙ୍ଗଦ କହଁର, ଜୟନ୍ତ କୁମାର ଷଡ଼ଙ୍ଗୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଏଥିରେ ସଂସଦୀୟ ବ୍ୟାପାର ଶାସନ ସଚିବ ଜି ମାଥିଭାଥନନ, ବିଧାନସଭା ସଚିବ ଦାଶରଥୀ ଶତପଥୀ, ଯୋଜନା ଓ ସଂଯୋଜନା ସଚିବ ଜି ଶତପଥୀ, ସଂସଦୀୟ ବ୍ୟାପାର ଅତିରିକ୍ତ ସଚିବ ପି ସି ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons