ସପ୍ତାହେ ଯାଏଁ ଦିଲ୍ଲୀ ସୀମା ସିଲ୍

Get real time updates directly on you device, subscribe now.

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ କରୋନା ଦ୍ୱାରା ବେଶ୍ ପ୍ରଭାବିତ ହୋଇଛି । ଦିନକୁ ଦିନ ରୋଗୀଙ୍କ ସଂଖ୍ୟା ବଢ଼ି ଚାଲିଛି । ତେଣୁ ବାହାର ରାଜ୍ୟର ରୋଗୀଙ୍କୁ ଦିଲ୍ଲୀରେ ପ୍ରବେଶ କରିବାକୁ ନ ଦେବା ଉଦେ୍ଧଶ୍ୟରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ନିଦେ୍ର୍ଧଶକ୍ରମେ ଦିଲ୍ଲୀ ସଂଲଗ୍ନ ସମସ୍ତ ସୀମାକୁ ବନ୍ଦ କରି ଦିଆଯାଇଛି । ୧ ସପ୍ତାହ ଯାଏଁ ଏହି ସୀମାକୁ ବନ୍ଦ ରଖାଯିବ । ଜରୁରିକାଳୀନ ସେବାରେ ନିୟୋଜିତ ଥିବା ଗାଡିଗୁଡିକୁ ଅନୁମତି ମିଳିବ । ତେବେ ଆଗକୁ ଏହା ବଳବତ୍ତର ରଖିବା ଆବଶ୍ୟକ କି ନୁହେଁ ଏନେଇ କେଜରିୱାଲ ଦିଲ୍ଲୀବାସୀଙ୍କ ପରାମର୍ଶ ଲୋଡିଛନ୍ତି ।
ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ କେଜରିୱାଲ ୨ଟି ପ୍ରସଙ୍ଗରେ ଦିଲ୍ଲୀବାସୀଙ୍କ ମତ ଜାଣିବାକୁ ଚାହିଁଛନ୍ତି । ପ୍ରଥମତଃ ସେ ପଚାରିଛନ୍ତି ଯେ, ଦିଲ୍ଲୀସୀମାକୁ ୧ ସପ୍ତାହ ପରେ ବନ୍ଦ ରଖାଯିବ କି ନାହିଁ? ଏହା ବ୍ୟତୀତ ବାହାର ରାଜ୍ୟରୁ ଆସୁଥିବା ରୋଗୀଙ୍କର ଦିଲ୍ଲୀ ଡାକ୍ତରଖାନାରେ ଚିକିତ୍ସା କରାଯିବ କି ନାହିଁ ବୋଲି ମଧ୍ୟ ସେ ଦିଲ୍ଲୀବାସୀଙ୍କ ପରାମର୍ଶ ଲୋଡିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆପ୍ ସରକାର ଦିଲ୍ଲୀବାସୀଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇବା ଉଦେ୍ଧଶ୍ୟରେ ଡାକ୍ତରଖାନାମାନଙ୍କରେ ଅନେକ ମାତ୍ରାରେ ପୁଞ୍ଜିନିବେଶ କରିଛି । ୫ ବର୍ଷ ଶାସନ କାଳ ମଧ୍ୟରେ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ଅନେକ ଉନ୍ନତି ଘଟିଛି । ସାରା ବିଶ୍ୱ ଏବେ ସ୍ୱାସ୍ଥ୍ୟ ସଙ୍କଟ ଭୋଗୁଥିବା ବେଳେ ଦିଲ୍ଲୀରେ ଯଥେଷ୍ଟ ବେଡ୍ ରହଛି ବୋଲି କେଜରିୱାଲ ଆଶ୍ୱାସନା ଦେଇଥିଲେ । ଦିଲ୍ଲୀରେ ଉନ୍ନତ ସ୍ୱାସ୍ଥ୍ୟବ୍ୟବସ୍ଥାର ସୁବିଧା ଥିବା ସହ ଲୋକମାନଙ୍କୁ ମୁକ୍ତ ଚିକିତ୍ସା ପ୍ରଦାନ କରା ଯାଉଥିବାରୁ ଅନ୍ୟ ରାଜ୍ୟର ଲୋକ ଏଠାକୁ ଆସୁଥିବା କେଜରିୱାଲ ପ୍ରକାଶ କରିଥିଲେ । ତେବେ କରୋନା ଆତଙ୍କ ନ ସରିବା ପର୍ଯ୍ୟନ୍ତ କେବଳ ଦିଲ୍ଲୀବାସୀଙ୍କୁ ଦିଲ୍ଲୀର ଡାକ୍ତରଖାନାରେ ଅଡମିସନ ହେବାର ଅନୁମତି ଦେବା ସମ୍ପର୍କରେ ଚିନ୍ତା କରାଯାଉଥିବା କେଜରିୱାଲ ଜଣାଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons