ବାରିପଦା,(ବି.ବି.ନୁ୍ୟଜ୍): କରୋନା ପାଇଁ ସବୁ ବେସରକାରୀ ସଂସ୍ଥା ନିଜ କର୍ମଚାରୀଙ୍କୁ ଛଟେଇ କରୁଥିବା ବେଳେ ଅନେକ କମ୍ପାନୀ କର୍ମଚାରୀଙ୍କ ଦରମା କାଟିବାକୁ ପଛଘୁଞ୍ଚା ଦେଉ ନାହାନ୍ତି । ଏଭଳି ସ୍ଥିତିରେ ଦରମା କାଟ ନ କରିବାକୁ ବିଭିନ୍ନ ବେସରକାରୀ ସଂସ୍ଥାମାନଙ୍କୁ ସରକାର ପରାର୍ମା ଦେଉଥିବା ବେଳେ ସରକାରୀ ସଂସ୍ଥାରେ ମଧ୍ୟ ବିଭିନ୍ନ ଆଳ ଦେଖାଇ କର୍ମଚାରୀଙ୍କୁ ଛଟେଇ କରାଯାଉଛି । ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲାସ୍ଥିତ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ । ଗତବର୍ଷ ଏହି ପ୍ରକଳ୍ପରେ ୬୫୦ ଯୁବକଙ୍କ ସବୁଜ ବାହିନୀ ଭାବେ ଯୋଗ ଦେଇଥିଲେ । ଜଙ୍ଗଲ ସୁରକ୍ଷା ସହ ବନ୍ୟଜନ୍ତୁମାନଙ୍କୁ ସୁରକ୍ଷା ଦେବା ପାଇଁ ଏହି ଯୁବକମାନଙ୍କୁ ନିୟୋଜିତ କରାଯାଇଥିଲା । ନଅ ମାସ ହେବ ଏହି ବନ କର୍ମଚାରୀଙ୍କୁ ଦରମା ଦିଆଯାଉନଥିବା ବେଳେ ତିନି ଶହରୁ ଅଧିକ ବନ କର୍ମଚାରୀଙ୍କୁ ଛଟେଇ ପାଇଁ ନୋଟିସ୍ କରାଯାଇଛି । ଏନେଇ ବନ କର୍ମଚାରୀ ବି ଚିନ୍ତାରେ ପଡି ଯାଇଛନ୍ତି । କିଛି ବନ କର୍ମଚାରୀ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଉପନିଦେ୍ର୍ଧଶକଙ୍କୁ ଭେଟିବା ପରେ ମଧ୍ୟ କଛି ବିକଳ୍ପ ବାହାରି ନାହିଁ । ତେବେ ଶିମିଳିପାଳ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ମିଳିନାହିଁ ।
Comments are closed, but trackbacks and pingbacks are open.