‘ସବୁ ଦିଗକୁ ଛୁଇଁ ପାରିବ ତ କ୍ରାଇମବ୍ରାଞ୍ଚ’

Get real time updates directly on you device, subscribe now.

ଖଇରା, (ବି.ବି.ନୁ୍ୟଜ): ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନେ୍ଦହଜନକ ମୃତୁ୍ୟ ମାମଲାର ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ ଡିଏସ୍ପିଙ୍କ ନେତୃତ୍ୱରେ ଗଠିତ ୩ ଜଣିଆ ଟିମ୍ । ଏନେଇ ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର କହିଛନ୍ତି- ଯଦି ପୁଣି ମୂଳରୁ ତଦନ୍ତ ଆରମ୍ଭ ହୁଏ, ତାହେଲେ ନଷ୍ଟ ହୋଇଯାଇଥିବା ପ୍ରମାଣ ପାଖରେ କ୍ରାଇମବ୍ରାଞ୍ଚ ପହଞ୍ଚିପାରିବ ତ? ମାସେ ପରେ ତଦନ୍ତର ସବୁ ଦିଗକୁ କ୍ରାଇମବ୍ରାଞ୍ଚ ଛୁଇଁପାରିବ ତ? ଯଦି ଏହି ମାମଲାରେ କ୍ରାଇମବ୍ରାଞ୍ଚ ଗଜପତି ପୁଲିସକୁ ସହାୟତା କରୁଥିଲା, ତେବେ ତାହା କି ପ୍ରକାର ସହଯୋଗ ଥିଲା? ଏବେ ଦୀର୍ଘ ଏକ ମାସ ପରେ ତଥା ସମସ୍ତ ପ୍ରମାଣ ନଷ୍ଟ ହେବା ପରେ ତଦନ୍ତ ଭାର କ୍ରାଇମବ୍ରାଞ୍ଚ ନିଜ ହାତକୁ କାହିଁକି ନେଲା? କ୍ରାଇମବ୍ରାଞ୍ଚ ତଦନ୍ତ ଉପରେ ଭରସା ଅଛି, କିନ୍ତୁ ଡିଏଫ୍ଓଙ୍କୁ ଅନ୍ୟତ୍ର ବଦଳି କରା ନଯିବା ଯାଏଁ ନିରପେକ୍ଷ ତଦନ୍ତ ହୋଇପାରିବ ନାହିଁ ବୋଲି ଅଭିଯୋଗ କରିଛନ୍ତି ସୌମ୍ୟଙ୍କ ବାପା ।
ସେହିପରି ବଡ ଭାଇ ରଞ୍ଜନ ମହାପାତ୍ର କହିଛନ୍ତି ଯେ- ୧୩ ତାରିଖରେ ବିଭାଗୀୟ ତଦନ୍ତ ଶେଷ ଦିବସ ଥିବା ବେଳେ ତଦନ୍ତ ଶେଷ ହୋଇଛି କି ଆହୁରି ବାକି ଅଛି ତାହା ଜଣାପଡିନାହିଁ । ତାଙ୍କ କହିବା ଅନୁଯାୟୀ, ବିଭାଗୀୟ ତଦନ୍ତ ପାଇଁ ବାପା ଅଭିରାମ ମହାପାତ୍ର ଇନ୍ସପେକ୍ଟର ଜେନେରାଲ ଅଫ ଫରେଷ୍ଟଙ୍କୁ ଜୁଲାଇ ୧୪ ତାରିଖରେ ଅଭିଯୋଗପତ୍ର ପ୍ରଦାନ କରିଥିଲେ । କାର୍ଯ୍ୟାଳୟ ପକ୍ଷରୁ ଅଗଷ୍ଟ ୫ ତାରିଖରେ ରାଜ୍ୟ ମୁଖ୍ୟ ବନ ସଂରକ୍ଷକଙ୍କୁ ତଦନ୍ତ ରିପୋର୍ଟ ମଗାଯିବା ସହ ଅଗଷ୍ଟ ୧୩ ତାରିଖ ପୂର୍ବରୁ ପ୍ରଦାନ କରିବାକୁ କହିଥିଲେ । ଏହାର ଏକ କପି ପରିବାରର ସଦସ୍ୟଙ୍କୁ ପ୍ରଦାନ କରିବାକୁ ଉଲ୍ଲେଖ କରାଯାଇଥିଲା । ୧୩ ତାରିଖ ଅତିକ୍ରମ କରିଯାଇଥିଲେ ମଧ୍ୟ ଏଯାଏଁ ରିପୋର୍ଟ କପି ମିଳି ପାରିନାହିଁ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons