ସବୁ ନିୟମକୁ ଫୁ, ଟ୍ରକରେ ଖୁନ୍ଦାଖୁନ୍ଦି ହୋଇ ସଂଗରୋଧକୁ ଗଲେ

Get real time updates directly on you device, subscribe now.

ରାଇରଙ୍ଗପୁର,(ବି.ବି.ନୁ୍ୟଜ୍): ଏବେ ରାଜ୍ୟରେ କରୋନା ସଂକ୍ରମଣ ଦୃଦ୍ଧିର ମୁଖ୍ୟ ବାହକ ସାଜିଛନ୍ତି ପ୍ରବାସୀ ଓଡ଼ିଆ । ଯେଉଁମାନେ ବାହାର ରାଜ୍ୟରୁ ଫେରୁଛନ୍ତି ସେମାନଙ୍କୁ ଯେନତେନ ପ୍ରକାରେ କ୍ୱାରେଣ୍ଟାଇନ୍ ସେଣ୍ଟରରେ ସଂଗରୋଧ ଭାବେ ରଖିବାକୁ ହୋଇଛି କଡ଼ା ନିୟମ । ହେଲେ ସେ ସବୁ ନିୟମ ଯେମିତି ବେଫିକର କରାଯିବା ଭଳି ଚିତ୍ର ଆସୁଛି । ସୋମବାର ଏମିତି ଚିତ୍ର ଦେଖିବାକୁ ମିଳିଛି ରାଇରଙ୍ଗପୁର ଓ ତାମିଲନାଡୁର କାଞ୍ଚିପୁରମରୁ ବସ୍ରେ ଆସି ସୋମବାର ସକାଳେ ୩୦ ଜଣ ଓଡ଼ିଆ ପହଞ୍ଚôଥିଲେ । ଦୀର୍ଘ ୪ ଘଣ୍ଟା ଧରି ଧନ୍ଦି ହୋଇଥିଲେ ସେମାନେ । ଏହି ଶ୍ରମିକମାନେ କଯକ ପୋଲିସକୁ ଦୁଃଖ ଜଣାଇଥିଲେ । ହେଲେ ନିଜ ବ୍ୟବସ୍ଥାରେ ଗାଁକୁ ପଳାଇବାକୁ ଉତ୍ତର ମିଳିଥିଲା । ତେଣୁ ଉପାୟ ଶୂନ୍ୟ ହୋଇ କେନ୍ଦ୍ରାପଡାର ୧୫ ଜଣ ଶ୍ରମିକ ଅଧିକ ଭଡ଼ା ଦେଇ ବସ୍ରେ ପଳାଇଥିବା ବେଳେ ଟଙ୍କା ଅଭାବରୁ ଜଗତସିଂହପୁରର ୧୫ ଶ୍ରମିକ ଚାଲି ଚାଲି ଗାଁକୁ ବାରିଥିଲେ । କିନ୍ତୁ କିଛି ବାଟ ଯିବା ପରେ ଏକ ଅଟୋ ଭଡ଼ା କରିଥିଲେ । ସେହିପରି ରାଇରଙ୍ଗପୁରର ୧୫ ଜଣ ଶ୍ରମିକ ଚାଲି ଚାଲି ଗାଁକୁ ବାହାରିଥିଲେ । କିନ୍ତୁ କିଚି ବାଟ ଯିବା ପେର ଏକ ଅଟୋ ଭଡ଼ା କରିଥିଲେ । ସେହିପରି ରାଇରଙ୍ଗପୁର ଓ ବାଲେଶ୍ୱରର ଚିତ୍ର ଥିଲା ସାଂଘାତିକ ପ୍ରବାସୀ ଶ୍ରମିକମାନେ ଦୟନୀୟ ଭାବେ ଆଳୁବସ୍ତା ଭଳି ଖୁନ୍ଦାଖୁନ୍ଦି ହୋଇ ଯାଉଥିଲେ । ସେହିପରି ହାଇଦ୍ରାବାଦରୁ ବାଲେଶ୍ୱର ଜିଲ୍ଲାକୁ ଫେରିଥିବା ଶତାଧିକ ପ୍ରବାସୀ ଓଡ଼ିଆଙ୍କୁ ଏକାଠି କରି ସୋମବାର ଏମିତି ଖୁନ୍ଦାଖୁନ୍ଦି ଟ୍ରକରେ ଲଦି ବସ୍ତା ଅଞ୍ଚଳର ସରକାରୀ କ୍ୱାରେଣ୍ଟାଇନ୍ ସେଣ୍ଟରକୁ ପଠାଇଛି ସ୍ଥାନୀୟ ପ୍ରଶାସନ । ତେଣୁ ଏ ଚିତ୍ର ଦେଖି ପ୍ରଶାସନ ଏଥିରେ କରୋନା ସଂକ୍ରମଣ କମିବ ନା ଆହୁରି ହୁ ହୁ ହୋଇ ମାଡ଼ିବ? ସାମାଜିକ ଦୂରତ୍ୱ ରକ୍ଷା ପାଇଁ ସରକାର ଦେଉଥିବା ଆହ୍ୱାନ କଣ ତା’ହାଲେ ଏମିତି ପାଳନ ହେଉଛି?

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons