ସବୁ ମସଜିଦ୍ ସମ୍ପର୍କରେ ତଥ୍ୟ ଲୋଡିଲା କେନ୍ଦ୍ର

Get real time updates directly on you device, subscribe now.

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ କେନ୍ଦ୍ର ସରକାରଙ୍କ ସମ୍ଭାବ୍ୟ ପଦକ୍ଷେପ ଉପରେ ସମସ୍ତଙ୍କ ନଜର ରହିଥିଲାବେଳେ ନିୟମିତ ଭାବେ ଆସୁଥିବା କିଛି ନୂଆ ସମ୍ବାଦ ଏସମ୍ପର୍କିତ ଜିଜ୍ଞାସାକୁ ଆହୁରି ବଢ଼ାଇ ଦେଇଛି । ରାଜ୍ୟକୁ ୧୦,୦୦୦ ଅତିରିକ୍ତ ଯବାନ ପଠାଇବା ପରେ ଏବେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଶ୍ରୀନଗରରେ ଥିବା ସବୁ ମସିଜଦ୍ ସମ୍ପର୍କରେ ତଥ୍ୟ ମାଗିଛି ।
ରିପୋର୍ଟ ଅନୁଯାୟୀ, ଶ୍ରୀନଗର ଏସଏସପି ସହରର ସମସ୍ତ ଜୋନର ଏସପିଙ୍କୁ ପତ୍ର ଲେଖି ନିଜ ନିଜ ଅଞ୍ଚଳରେ ଥିବା ମସଜିଦ୍ଗୁଡିକ ସମ୍ପର୍କରେ କିଛି ନିର୍ଦ୍ଦିଷ୍ଟ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେମାନଙ୍କ ଅଞ୍ଚଳରେ କେତୋଟି ମସଜିଦ୍ ଅଛି, ସେଗୁଡିକର ଅବସ୍ଥିତି, ସେଠାକାର ମୌଲବୀଙ୍କ ନାମ ଓ ଠିକଣା ଏବଂ ପରିଚାଳନା କମିଟିର ମୁଖ୍ୟଙ୍କ ନାମ ଏକ ନିର୍ଦ୍ଦିଷ୍ଟ ଫରମାଟରେ ଯୋଗାଇ ଦେବାକୁ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଜୁଲାଇ ୨୯ ସକାଳ ୧୦ଟା ସୁଦ୍ଧା ଏହି ତଥ୍ୟ ସବୁ ଦେବାକୁ ସେମାନଙ୍କୁ କୁହାଯାଇଛି ।
ଅଧିକାଂଶ ସମୟରେ କାଶ୍ମୀରରେ ମସଜିଦଗୁଡିକକୁ ବିଚ୍ଛିନ୍ନତାବାଦୀ ଓ ପଥରଫିଙ୍ଗାଳୀମାନେ ବ୍ୟବହାର କରିଥାନ୍ତି । ଏଠାରେ ଲୋକଙ୍କୁ ଉସୁକାଇବା ପାଇଁ ଉତ୍ତେଜକ ଭାଷଣ ଦିଆଯାଇଥାଏ । ମସଜିଦର ମୌଲବୀମାନେ ବି ଏପରି ହରକତକୁ ପୂରା ସମର୍ଥନ ଯୋଗାଇଥାଆନ୍ତି । ଏହି କାରଣରୁ ଏବେ ମୋଦି ସରକାର ଏସବୁ ଉପରେ ଲଗାମ ଲଗାଇବାକୁ ଉଦ୍ୟମ କରୁଥିବାର ମନେ ହେଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons