ସମସ୍ତଙ୍କୁ ଦରକାର ହେବନି ଟିକା

Get real time updates directly on you device, subscribe now.

ନୂଆଦିଲ୍ଲୀ: କରୋନା ଭୂତାଣୁ ସଂକ୍ରମଣର ପ୍ରତିକାର ପାଇଁ ଟିକା ପ୍ରସ୍ତୁତି ଶେଷ ସୋପାନରେ ପହଞ୍ଚିଛି । ଟିକା କେବେ ଆସିବ, ସେଥିପାଇଁ ସମସ୍ତେ ଚାତକ ଭଳି ଚାହିଁରହିଛନ୍ତି । କିନ୍ତୁ ଟିକା ଆସିବା ପରେ ସମସ୍ତଙ୍କୁ ଯେ ଏହାର ଡୋଜ୍ ମିଳିବ, ତାହା ଭାବିବା ଭୁଲ । ସମସ୍ତଙ୍କୁ ଏହା ଦିଆଯିବ ନାହିଁ । ଦରକାର ବି ପଡ଼ିବ ନାହିଁ । କେନ୍ଦ୍ର ସରକାର ମଙ୍ଗଳବାର ଏଭଳି କହିଛନ୍ତି ।
ଏ ନେଇ ସ୍ପଷ୍ଟ କରି ସରକାର କହିଛନ୍ତି, ସମ୍ପୂର୍ଣ୍ଣ ଜନସଂଖ୍ୟାକୁ ଟିକା ଲଗାଯିବ ନାହିଁ । ଭୂତାଣୁ ସଂକ୍ରମଣର ଚେନ୍ ବା ଶୃଙ୍ଖଳ ଭାଙ୍ଗିବା ପାଇଁ ଯେତିକି ଲୋକଙ୍କର ଟିକାକରଣ ଦରକାର ହେବ, କେବଳ ସେହିମାନଙ୍କୁ ହିଁ ଏହା ଦିଆଯିବ । ଚଳିତବର୍ଷ ଜାନୁଆରୀରେ ପ୍ରଥମେ କରୋନା ଭୂତାଣୁ ଭାରତ ଆସିଥିଲା । କେରଳରେ ପ୍ରଥମ ରୋଗୀ ଚିହ୍ନଟ ହୋଇଥିଲେ । ଏହାପରେ ଜଣକ ପରେ ଜଣେ ଏହିଭଳି ଭାବେ ପୂରା ଦେଶକୁ ସଂକ୍ରମଣ ମାଡ଼ିଯାଇଥିଲା । ସଂଖ୍ୟାଧିକ ଚେନ୍ ସୃଷ୍ଟି କରି ପ୍ରାଣଘାତୀ ଭୂତାଣୁ ଦେଶବାସୀଙ୍କୁ ଆକ୍ରମଣ କରିଥିଲା । ଏବେ ସେହି ଚେନ୍କୁ ଭାଙ୍ଗିବା ପାଇଁ ହିଁ ଟିକାକରଣରେ ଲକ୍ଷ୍ୟ ରହିବ ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଦୈନିକ ସାମ୍ବାଦିକ ସମ୍ମିଳନୀେରେ ଭାରତୀୟ ଆୟୁର୍ବିଜ୍ଞାନ ଗବେଷଣା ପରିଷଦ (ଆଇସିଏମ୍ଆର୍)ର ମହାନିଦେ୍ର୍ଧଶକ ଡା. ବଳରାମ ଭାର୍ଗବ କହିଛନ୍ତି, ପୂରା ଦେଶର ଟିକାକରଣ ହେବ ବୋଲି ସରକାର ଆଦୌ କହିନାହାନ୍ତି । ଟିକାର ପ୍ରଭାବ ତଥା ଉପôାଦକତା ଉପରେ ସବୁ ନିର୍ଭର କରେ । ସଂକ୍ରମଣର ଶୃଙ୍ଖଳ ଭାଙ୍ଗିବା ହିଁ ଆମର ମୁଖ୍ୟ ଉଦେ୍ଧଶ୍ୟ । ସଂକ୍ରମଣ ବିପଦ ଥିବା ଲୋକଙ୍କର ଯଦି ଟିକାକରଣ ହୋଇପାରିଲା ଏବଂ ସଂକ୍ରମଣ ଶୃଙ୍ଖଳ ଯଦି ଭାଙ୍ଗିପାରିଲା, ତେବେ ପୂରା ଦେଶର ଟିକାକରଣ ଆବଶ୍ୟକ ପଡ଼ିବ ନାହିଁ ।
ସେପଟେ ଅକ୍ସଫୋର୍ଡ ଟିକା (କୋଭିସିଲ୍ଡ)ର ପାଶ୍ୱର୍ପ୍ରତିକି୍ରୟା ବାବଦରେ ଜଣେ ସ୍ୱେଚ୍ଛାସେବୀ ଅଭିଯୋଗ କରିବା ପରେ ଏ ନେଇ ସରକାର ଆଜି ସ୍ପଷ୍ଟୀକରଣ ରଖିଛନ୍ତି । ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି, ଟିକାର ପରୀକ୍ଷଣ ଜାରି ରହିଛି । ଅଭିଯୋଗ ପରେ ବି ଟିକା ପରୀକ୍ଷା ପ୍ରକ୍ରିୟା ପ୍ରଭାବିତ ହୋଇନାହିଁ । ପରୀକ୍ଷା ସମୟରେ ଏମିତି ଛୋଟମୋଟ ଘଟଣା ଘଟେ । ତା’ଛଡ଼ା ପରୀକ୍ଷାରେ ଭାଗନେଉଥିବା ଲୋକମାନେ ପଞ୍ଜୀକରଣ ବେଳେ ଏକ ସହମତିପତ୍ରରେ ଦସ୍ତଖତ କରିଛନ୍ତି । ଟିକାର କିଛି ଖରାପ ପ୍ରଭାବ ପଡ଼ିପାରେ ବୋଲି ସହମତିପତ୍ରରେ ସ୍ପଷ୍ଟ ଦର୍ଶାଯାଇଛି । ତେଣୁ ଏହି ଅଭିଯୋଗ ପରେ କ୍ଲିନିକାଲ ଟ୍ରାଏଲ୍ କୌଣସିମତେ ପ୍ରଭାବିତ ହେବାକୁ ଦିଆଯାଇ ନାହିଁ ।
ସେରମ୍ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଇଣ୍ଡିଆ (ଏସ୍ଆଇଆଇ) ପକ୍ଷରୁ ମଧ୍ୟ ସମାନ ପ୍ରତିକି୍ରୟା ପ୍ରକାଶ ପାଇଛି । ଏକ ବିବୃତିରେ ଏହା କହିଛି ଯେ କୋଭିସିଲ୍ଡ ଟିକାର କୌଣସି ପାଶ୍ୱର୍ପ୍ରତିକି୍ରୟା ନାହିଁ । ଏହା ଏକଦମ୍ ସୁରକ୍ଷିତ ଏବଂ ପ୍ରତିରୋଧୀକ୍ଷମ । ତେଣୁ ଏହାକୁ ନେଇ ଭୟ କରିବା ଆବଶ୍ୟକ ନାହିଁ । ଚେନ୍ନାଇର ଯେଉଁ ସ୍ୱେଚ୍ଛାସେବୀ ଟିକା ଉପରେ ଅଭିଯୋଗ ଆଣିଛନ୍ତି, ତାହା ସମ୍ପୂର୍ଣ୍ଣ ମିଛ । ତାଙ୍କଠାରେ ଦେଖାଦେଇଥିବା ଲକ୍ଷଣ ଏବଂ ଟିକାର ଗୁଣବତ୍ତା ମଧ୍ୟରେ କୌଣସି ପ୍ରକାର ସାମଞ୍ଜସ୍ୟ ନାହିଁ । ସମ୍ପୃକ୍ତ ବ୍ୟକ୍ତି ଟିକା ଡୋଜ୍ ନେବା ପରେ ସ୍ନାୟବିକ ଏବଂ ମନସ୍ତାତ୍ତ୍ୱିକ ପାଶ୍ୱର୍ପ୍ରତିକି୍ରୟାର ସମ୍ମୁଖୀନ ହୋଇଥିବା ଅଭିଯୋଗ କରିଥିଲେ । କିନ୍ତୁ ଟିକା ସହ ଏହାର କିଛି ସମ୍ପର୍କ ନାହିଁ । ଏକ ସୋସିଆଲ୍ ମିଡିଆ ପୋଷ୍ଟରେ ଏସ୍ଆଇଆଇ କହିଛି ଯେ କୋଭିସିଲ୍ଡ (ଅକ୍ସଫୋର୍ଡ ଟିକା) ନିରାପଦ । ଏହା କରୋନା ଭୂତାଣୁ ବିରୋଧରେ ପ୍ରତିରୋଧକ କ୍ଷମତା ସୃଷ୍ଟି କରୁଛି । ଉଲ୍ଲେଖଯୋଗ୍ୟ, ଟିକାର ପାଶ୍ୱର୍ପ୍ରତିକି୍ରୟାକୁ ନେଇ ପ୍ରଶ୍ନ ଉଠାଇବା ସହ ଚେନ୍ନାଇର ଉକ୍ତ ବ୍ୟକ୍ତି ୫ କୋଟି ଟଙ୍କା କ୍ଷତିପୂରଣ ଦାବି କରିଥିଲେ ।
ଉଲ୍ଲେଖଯୋଗ୍ୟ, ଭାରତରେ ଏବେ ୫-୬ଟି କରୋନା ଟିକାକୁ ନେଇ ଜୋରସୋର ଉଦ୍ୟମ ଜାରି ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତ୍ୟକ୍ଷ ଭାବେ ଜଡ଼ିତ ରହି ଟିକା କମ୍ପାନିଗୁଡ଼ିକ ସହ ଆଲୋଚନା କରୁଛନ୍ତି । ଗତ ୩ ଦିନ ମଧ୍ୟରେ ଦୁଇଥର ସେମାନଙ୍କ ସହ ବାର୍ତ୍ତାଳାପ କରି ସ୍ଥିତି ପଚାରି ବୁଝିଛନ୍ତି । ସବୁ ପ୍ରକାର ସହାୟତା ଯୋଗାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଦେଶରେ ଏବେ କୋଭିସିଲ୍ଡ (ଅକ୍ସଫୋର୍ଡ ଟିକା), ଜାଏକୋଭ୍-ଡି, କୋଭାକ୍ସିନ୍ ଟିକା ପରୀକ୍ଷା ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହାଛଡ଼ା ରୁଷର ସ୍ପୁଟ୍ନିକ୍-୫ ଟିକା ମଧ୍ୟ ଭାରତରେ ଉପôାଦନ ହେବାକୁ ଯାଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons