‘ସମାଜ’ର ଶତବାର୍ଷିକୀ ସମାରୋହ:ମାତୃଭାଷା ଆଖି, ଅନ୍ୟ ଭାଷା ଚଷମା: ଉପରାଷ୍ଟ୍ରପତି

Get real time updates directly on you device, subscribe now.

କଟକ,(ବି.ବି.ବୁ୍ୟରୋ): ନିଜ ମାତୃଭାଷାକୁ ନେଇ ଗର୍ବ କର । ଏଥିରେ ନିଜକୁ ଦକ୍ଷ କର । ଏହାର ଅର୍ଥ ଅନ୍ୟ ଭାଷାକୁ ହତାଦର କରିବା ନୁହଁ । କିନ୍ତୁ ଅନ୍ୟ ଭାଷାରେ ଶତ ପ୍ରତିଶତ ଠିକ୍ ହେବା ପୂର୍ବରୁ ନିଜ ଭାଷାରେ ଶୃଙ୍ଖଳିତ,ଶାଣିତ ହେବାକୁ ପଡିବ । କାରଣ ମାତୃଭାଷା ଆଖି ହେଲେ ଅନ୍ୟ ଭାଷା ଚଷମା । ଯଦି ଆମ ଦୃଷ୍ଟିଶକ୍ତି ଠିକ୍ ନଥିବ ତେବେ ଯେତେ ମହଙ୍ଗା ଚଷମା ପିନ୍ଧିଲେ ବି କିଛି ଠିକ୍ରେ ଦିଶିବନାହିଁ । କିନ୍ତୁ ଯଦି ଦୃଷ୍ଟିଶକ୍ତି ଭଲ ଥିବ ତେବେ ଆଖିରେ ସବୁ ରଙ୍ଗର ଚଷମା ଶୋଭାପାଇବ ବୋଲି କହିଛନ୍ତି ଭାରତର ଉପରାଷ୍ଟ୍ରପତି ଏମ୍.ଭେଙ୍କୟା ନାଇଡୁ ।
ଆଜି ‘ସମାଜ’ ଖବରକାଗଜର ଶତବାର୍ଷିକ ସମାରୋହରେ ଅବସରରେ ଯୋଗ ଦେଇଥିଲେ ଉପରାଷ୍ଟ୍ରପତି ଶ୍ରୀ ନାଇଡୁ । ଜବାହରଲାଲ୍ ନେହରୁ ଇନ୍ଡୋର ଷ୍ଟାଡିୟମ୍ ଠାରେ ଆୟୋଜିତ ଏହି ବର୍ଣ୍ଣାଢ୍ୟ ଉତ୍ସବରେ ଉପସ୍ଥିତ ରହି ସମାଜର ପ୍ରତିÂାତା ଉକ୍ରଳମଣି ଗୋପବନ୍ଧୁ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହି ଅବସରରେ ଉପରାଷ୍ଟ୍ରପତି କହିଥିଲେ, ଲୋକଙ୍କୁ ଲୋକଙ୍କ ସହ ଯୋଡିବାରେ ହେଉ ବା ଶିକ୍ଷା ପ୍ରଦାନ କରିବାରେ ହେଉ ଗଣମାଧ୍ୟମର ଭୂମିକା ଯଥେଷ୍ଟ ରହିଛି । ଲୋକଙ୍କୁ ସତ୍ୟ ଓ ସଠିକ୍ ସୂଚନା ଦେବା ଗଣମାଧ୍ୟମର ଦାୟିତ୍ୱ । ବଦ୍ଧମୂଳକ ଧାରଣା ଠାରୁ ଦୂରରେ ରହି ଯୁବକ, ମହିଳା, କୃଷକ ଓ ଉଦ୍ୟୋଗୀଙ୍କ ଆଶାଆକାଂକ୍ଷାକୁ ସ୍ୱର ଦେବା ଉଚିତ । ଗଣମାଧ୍ୟମ ସମାଜର ନୈତିକ ମାର୍ଗଦର୍ଶକ ଏବଂ ବିବେକ ସାଜିବା ସହିତ ସବୁ ସାମାଜିକ କଳୁଷତାକୁ ଦୂର କରିବା ଦିଗରେ ସକ୍ରିୟ ଭାବେ କାର୍ଯ୍ୟ କରିବା ଉଚିତ । ଗଣମାଧ୍ୟମ କେବଳ ଲୋକଙ୍କୁ ଖବର ସମ୍ବନ୍ଧରେ ସୂଚନା ଦିଏନାହିଁ ବରଂ ସଚେତନ କରାଏ । କିନ୍ତୁ ଆଜିର ସମୟରେ ଗଣମାଧ୍ୟମ ଲୋକଙ୍କୁ ସଚେତନ ଏବଂ ଶିକ୍ଷିତ କରାଇବା ବଦଳରେ ବିସ୍ମିତ ଏବଂ ଚକିତ କରିବାକୁ ଅଧିକ ଗୁରୁତ୍ୱ ଦେଉଛି । ଏଭଳି ହେଡ୍ଲାଇନ୍ ଦିଆଯାଉଛି ଯାହା ବେଶ୍ ଆଶ୍ଚର୍ଯ୍ୟଜନକ । ଏ କ୍ଷେତ୍ରରେ ଏତିକି କହିବାକୁ ଚାହିବି କି ହେଡ୍ଲାଇନ୍ କାହାରି ପାଇଁ ଡେଡ୍ଲାଇନ୍ ନହେଉ ସେଥିପ୍ରତି ଦୃଷ୍ଟି ଦିଆଯିବା ଆବଶ୍ୟକ । ସେହିପରି ନୁ୍ୟଜ୍ ଓ ଭୁ୍ୟଜ୍ ଭିତରେ ପାର୍ଥକ୍ୟ ରହିବା ଦରକାର । କାରଣ ଉଭୟ ମିଶିଲେ ତାହା ଖବର ହୋଇ ରହିବନାହିଁ । ଅନ୍ୟପକ୍ଷରେ ଗଣମାଧ୍ୟମରେ ସକରାତ୍ମକ ତଥା ଗୁଣାତ୍ମକ ଖବର ପ୍ରକାଶ ପାଇବା ଆମ ସମାଜ ପକ୍ଷେ ହିତକର । କାରଣ ଖବରକାଗଜଙ୍କ ଉପରେ ଲୋକଙ୍କର ଯେଉଁ ଅତୁଟ ବିଶ୍ୱାସ ରହିଛି ତାହା ଚିରଦିନ ପାଇଁ ଅତୁଟ ରହିବା ଦରକାର ବୋଲି ଉପରାଷ୍ଟ୍ରପତି କହିଛନ୍ତି ।
ସେ ଆହୁରି କହିଥିଲେ, ସରକାରୀ ଯୋଜନା କାର୍ଯ୍ୟକାରୀ କରାଯାଉଛି ତାହା ସର୍ବଜନଆଦୃତ ହେବା ଆବଶ୍ୟକ । ଆଜିର ସମୟରେ ଲୋକଙ୍କୁ ସଚେତନ କରାଇବା ଉଦେ୍ଧଶ୍ୟରେ ମଧ୍ୟ ଅନେକ ଗୁଡିଏ ଯୋଜନା କାର୍ଯ୍ୟକାରୀ ହେଉଛି । ତେଣୁ ବ୍ୟକ୍ତିଗତ ଦାୟିତ୍ୱବୋଧକୁ ବୁଝି ଏ ସଚେତନମୂଳକ କାର୍ଯ୍ୟକ୍ରମରେ ନିଜକୁ ସାମିଲ୍ କରିବା ଉଚିତ୍ । ସେ ସ୍ୱଚ୍ଛ ଭାରତ ହେଉ ବା ଫିଟ୍ ଇଣ୍ଡିଆ କାର୍ଯ୍ୟକ୍ରମ ସବୁଥିରେ ବ୍ୟକ୍ତିଗତ ଫାଇଦା ଜଡିତ । ସୁସ୍ଥ ସମାଜ ଗଠନ ସହିତ ନିଜ ଶରୀର ପ୍ରତି ସଚେତନ ରହିବା ନିହାତି ଜରୁରୀ । ଏହାଛଡା ବ୍ୟକ୍ତିଗତ ଜୀବନକୁ ଶୃଙ୍ଖଳିତ କରିବାକୁ ହେଲେ କ୍ୟାରେକ୍ଟର, କାପାସିଟି, କ୍ୟାଲିବରିଟି ଦିଗରେ ଆମକୁ ସଚେତନ ହେବାକୁ ପଡିବ ।
ଉକ୍ରଳମଣି ପଣ୍ଡିତ ଗୋପବନ୍ଧୁଙ୍କ ଉଦେ୍ଧଶ୍ୟରେ ପ୍ରକାଶ କରି କହିଥିଲେ, ଗୋପବନ୍ଧୁ ଦାସ ଜଣେ ଆଦର୍ଶ ଶିକ୍ଷକ, ନବଜାଗରଣକାରୀ କବି, ଦକ୍ଷ ଲେଖକ, ପ୍ରତିÂିତ ସାମ୍ୱାଦିକ, ନିସ୍ୱାର୍ଥପର ସମାଜସେବୀ, ବାଗ୍ମୀ, ଅଗ୍ରଣୀ ସ୍ୱାଧୀନତା ସଂଗ୍ରାମୀ ଏବଂ ସର୍ବୋପରି ଗାନ୍ଧୀଙ୍କ ଆଦର୍ଶ ଓ ନୈତିକ ମୂଲ୍ୟବୋଧର ଜଣେ ମହାନ ସମର୍ଥକ ଥିଲେ । ସେ ଜଣେ ସମର୍ପିତ ଶିକ୍ଷାବିତ୍ ଥିଲେ । ସେ ଲଗାତାର ସବୁ ନାଗରିକମାନଙ୍କୁ ନିଜ ମୌଳିକ କର୍ତ୍ତବ୍ୟ ପୂରଣ କରିବାର ଆବଶ୍ୟକତା ବିଷୟରେ କହି ଆସୁଥିଲେ ବୋଲି ଉପରାଷ୍ଟ୍ରପତି ଶ୍ରୀ ନାଇଡୁ ବକ୍ତବ୍ୟରେ କହିଥିଲେ ।
ଏହି ଅବସରରେ ରାଜ୍ୟପାଳ ଗଣେଶୀ ଲାଲ୍ ଯୋଗ ଦେଇ କହିଥିଲେ, ଗଣତାନ୍ତ୍ରିକ ବ୍ୟବସ୍ଥାରେ ରହିଥିବା ତ୍ରୁଟିବିଚୁ୍ୟତିକୁ ମଧ୍ୟ ଗଣମାଧ୍ୟମ ଜାଗ୍ରତ କରିବା ଆବଶ୍ୟକ । ଯାହା ଶେଷରେ ଅଭାବ ଓ ତ୍ରୁଟିକୁ ଦୂର କରିବାରେ ସରକାରଙ୍କୁ ସହାୟକ ହୋଇଥାଏ । ଏକ ମୁକ୍ତ ଏବଂ ସ୍ୱଚ୍ଛ ଗଣମାଧ୍ୟମ କେବଳ ଏକ ସୁସ୍ଥ ଗଣତନ୍ତ୍ରର ଅଂଶବିଶେଷ ନୁହେଁ ବରଂ ଏକ ଅପରିହାର୍ଯ୍ୟ ଆବଶ୍ୟକତା । ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ, ଗଣମାଧ୍ୟମ ହେଉଛି ଗଣତନ୍ତ୍ରର ଅମ୍ଲଜାନ । ଗଣମାଧ୍ୟମ ଯେତେ ସ୍ୱାଧୀନ ହେବ ଗଣତନ୍ତ୍ର ସେତେ ମଜଭୁତ୍ ହେବ । ଓଡ଼ିଆ ଜାତିକୁ ଶକ୍ତିଶାଳୀ କରିବାରେ ସମାଜର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା । ଶତବାର୍ଷିକ ଅବସରରେ ମୁଁ ଏହି ଅନୁÂାନକୁ ଅଭିନନ୍ଦନ ଜ୍ଞାପନ କରୁଛି । ଉତ୍ସବରେ ବରେଣ୍ୟ ଅତିଥି ଭାବେ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ ନିଜ ବକ୍ତବ୍ୟରେ କହିଥିଲେ, ଉକ୍ରଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଓଡିଆ ଜନଜୀବନର ଦର୍ପଣ ‘ସମାଜ’କୁ ୧୦୦ ବର୍ଷ ପୂର୍ବେ ଏକ ମହତ ଉଦେ୍ଧଶ୍ୟ ରଖି ଆରମ୍ଭ କରିଥିଲେ । ଓଡିଆ ଲୋକଙ୍କର ଆଶା, ଆକାଂକ୍ଷାକୁ ଅସ୍ତ୍ର କରି ତତ୍କାଳୀନ ବ୍ରିଟିଶ ସମ୍ରାଜ୍ୟ ବିରୁଦ୍ଧରେ ଲଢେଇ କରିବାର ଯେଉଁ ଆୟୁଧ ତିଆରି କରିଥିଲେ ତାହା ଥିଲା ସ୍ୱତନ୍ତ୍ର । ପଣ୍ଡିତ ଗୋପବନ୍ଧୁ ଦାସ ସ୍ୱାଧୀନତା ପୂର୍ବରୁ ସାମାଜିକ ଓ ରାଜନୈତିକ ଚେତନାକୁ ଏକ ରାଷ୍ଟ୍ରୀୟ ସ୍ତରକୁ ପହଞ୍ଚାଇବାରେ ସକ୍ଷମ ହୋଇଥିଲେ ବୋଲି ରାଜ୍ୟପାଳ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଲୋକସଭା ସାଂସଦ ଅଚୁ୍ୟତ ସାମନ୍ତ, ଲୋକସେବକ ମଣ୍ଡଳର ସଭାପତି ଦୀପକ ମାଲବ୍ୟ, ଟ୍ରଷ୍ଟି ଡ.ଏସ୍.ଏନ୍.ସୁବ୍ବା ରାଓ, କୋଷାଧ୍ୟକ୍ଷ ଭୀମସେନ ଯାଦବ, ରାଷ୍ଟ୍ରୀୟ ସମ୍ପାଦକ ନିରଞ୍ଜନ ରଥ, ଡାକ ବିଭାଗ ସଚିବ ଅନନ୍ତ ନାରାୟଣ ନନ୍ଦ, ସମାଜର କାର୍ଯ୍ୟକାରୀ ମୁଖ୍ୟ ପରିଚାଳକ ପ୍ରିୟବ୍ରତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons