ସମାଜ ସୁଧାରକ ତାଲିକାରେ ରହିବ ମୋଦିଙ୍କ ନାମ: ଶାହ

Get real time updates directly on you device, subscribe now.

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହ ତିନ୍ ତଲାକ ବିଲ ବିରୋଧକୁ ତୁଷ୍ଟିକରଣ ରାଜନୀତି ବୋଲି ବିବେଚନା କରିଛନ୍ତି । ଏହି କୁପ୍ରଥାକୁ ଦୂର କରିବା ପାଇଁ କାହା ପାଖରେ ବି ସାହସ ନଥିଲା କିନ୍ତୁ, ମୋଦିଙ୍କର ଏକ ଐତିହାସିକ ପଦକ୍ଷେପ ଦ୍ୱାରା ଏହା ଦୂର ହୋଇପାରିଛି । ଏହି କାରଣରୁ ସମାଜ ସୁଧାରକ ତାଲିକାରେ ମୋଦିଙ୍କ ନାମ ଲେଖାଯିବ ବୋଲି ମଧ୍ୟ ଶାହ ପ୍ରକାଶ କରିଛନ୍ତି । ତିନ୍ ତଲାକ ଏକ କୁପ୍ରଥା ଥିଲା ଏଣୁ ଏହା ଉପରେ ଆଇନ କରାଯିବାରୁ ମୁସଲମାନ ସଂପ୍ରଦାୟର ମହିଳାମାନଙ୍କୁ ନ୍ୟାୟ ମିଳିପାରିଛି । ଏଥିରେ ହିନ୍ଦୁ, ଖ୍ରୀଷ୍ଟିଆନ କିମ୍ବା ଜୈନମାନେ ଉପକୃତ ହେବାର ନାହିଁ । କାରଣ ସେମାନେ ତିନ୍ ତଲାକ ପ୍ରଥା ଦ୍ୱାରା ପ୍ରଭାବିତ ହୋଇ ନଥିଲେ । ବିଭିନ୍ନ ଇସ୍ଲାମିକ୍ ଦେଶ ତିନ୍ ତଲାକକୁ ବେଆଇନ ଘୋଷିତ କରିଥିଲେ ମଧ୍ୟ କଂଗ୍ରେସର ତୁଷ୍ଟିକରଣ ରାଜନୀତି ଯୋଗୁ ଭାରତରେ ଏହା ଆଇନ୍ରେ ପରିଣତ ହେବାକୁ ଦୀର୍ଘ ସମୟ ଲାଗିଯାଇଥିଲା । କଂଗ୍ରେସ ଏବେ ବି ତିନ୍ ତଲାକକୁ ସମର୍ଥନ କରୁଛି । କିନ୍ତୁ କାହିଁକିର ଉତ୍ତର କଂଗ୍ରେସ ପାଖରେ ନାହିଁ । କେବଳ ଭୋଟବ୍ୟାଙ୍କକୁ ବଜାୟ ରଖିବା ଲାଗି ସରକାରଙ୍କ ନିଷ୍ପତ୍ତିକୁ କଂଗ୍ରେସ ବିରୋଧ କରୁଛି । ସେ ଆହୁରି ମଧ୍ୟ କହିଥିଲେ ଯେ, ନରେନ୍ଦ୍ର ମୋଦି ସରକାର ସାଢ଼େ ୫ ବର୍ଷ କାର୍ଯ୍ୟକାଳ ମଧ୍ୟରେ ୨୫ରୁ ଊଦ୍ଧ୍ୱର୍ ଐତିହାସିକ ପଦକ୍ଷେପ ନେଇ ଦେଶ ବିକାଶର ଦିଗ ବଦଳାଇ ଦେଇଛନ୍ତି । ଅନେକ ବର୍ଷ ଧରି ତିନ୍ ତଲାକ୍ ନାମରେ ଅଭିଶାପ ଭୋଗ କରିଆସୁଥିବା ମହିଳାମାନଙ୍କୁ ଏହା ଦ୍ୱାରା ନ୍ୟାୟ ମିଳିପାରିଥିବା ମଧ୍ୟ ସେ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons