ଜଳେଶ୍ବର: ସମୁଦ୍ରରେ ଗାଧୋଉଥିବା ବେଳେ ଭାସିଯାଇ ଜଣେ ଛାତ୍ର ନିଖୋଜ । ଅଳ୍ପକେ ବର୍ତ୍ତିଲେ ଅନ୍ୟ ୪ ଜଣ ଛାତ୍ର । ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ଡଗରା ସମୁଦ୍ରକୁ ପାଞ୍ଚ ଜଣ କଲେଜ ପିଲା ବୁଲିବାକୁ ଯାଇଥଲେ । ସମୁଦ୍ର ରେ ଗାଧେଇ ବା ସମୟରେ ଜଣେ ଭାସି ଯାଇ ନିଖୋଜ ହୋଇଛି।
ନିଖୋଜ ଛାତ୍ର ହେଲେ ସିଙ୍ଗଲା ଥାନା ଅନ୍ତର୍ଗତ ଅସ୍ତି ଗାଁର ଅନୁଭବ ମହାନ୍ତି । ସମସ୍ତେ ସ୍ଥାନୀୟ ଜାମଶୁଳି କଲେଜର ଛାତ୍ର । ଖବର ପାଇ ବାଲିଆପାଳ ଦମକଳ ବାହିନୀ ଓ ତହସିଲଦାର ପହଂଚିଛନ୍ତି ।
ବର୍ତମାନ ସୁଦ୍ଧା ନିଖୋଜ ଛାତ୍ରଙ୍କୁ ଖୋଜ ଚାଲିଛି । ଡଗରା ବିଚ୍କୁ ସବୁ ଦିନ ପର୍ୟ୍ୟଟକ ଆସନ୍ତି । ତେଣୁ ସେଠାରେ ଗୋଟିଏ ସ୍ପିଡ଼ ବୋଟ ଡ଼ାକବଙ୍ଗଳାରେ ରଖିବାକୁ ଦାବି ହେଉଛି ।


Comments are closed, but trackbacks and pingbacks are open.