ସମୁଦ୍ରରେ ଦିନେ କାଟିଲେ ୧୦୧ ବିଧାୟକ

Get real time updates directly on you device, subscribe now.

ପାରାଦୀପ,(ବି.ବି.ନୁ୍ୟଜ): ସମୁଦ୍ର ଭିତରେ ଶତ୍ରୁକୁ ପରାଜିତ କରୁଥିବା ଭାରତୀୟ ନୌସେନାର ଯୁଦ୍ଧ କୌଶଳର ପ୍ରତ୍ୟକ୍ଷ ଅନୁଭୂତି ନେବାକୁ ଆଜି ପ୍ରଥମ ଥର ଲାଗି ପାରଦୀପ ଗସ୍ତରେ ଆସିଥିଲେ ରାଜ୍ୟର ୧୦୧ ବିଧାୟକ ଓ ଜଣେ ସାଂସଦ । ପ୍ରଥମେ ସକାଳ ୯ଟାରେ ପାରାଦୀପସ୍ଥିତ ଅଠରବାଙ୍କିରେ ପହଞ୍ଚି ବିଧାୟକଙ୍କ ନେତୃତ୍ୱ ନେଉଥିବା ବିଧାନସଭାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ସେଠାରେ ବିଧାୟକ ମାନଙ୍କୁ ପାରାଦୀପ ବିଜେଡି ପକ୍ଷରୁ ଉଚ୍ଛ୍ୱସିତ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ୪ଟି ବସ୍ରେ ଆସିଥିବା ବିଧାୟକ ମାନେ ବନ୍ଦରର ୫ ନମ୍ବର ଗେଟ୍ ଦେଇ ଭିତରକୁ ପଶିଥିଲେ । ୧୯୭୧ ଭାରତ-ପାକ୍ ଯୁଦ୍ଧର ୫୦ ବର୍ଷ ସ୍ମୃତି ଉଦେ୍ଧଶ୍ୟରେ ଚଳିତ ବର୍ଷ ଦେଶ ସ୍ୱର୍ଣ୍ଣିମ ବିଜୟ ବର୍ଷ ପାଳନ କରୁଥିବା ବେଳେ ପୂର୍ବତଟ ନୌସେନା କମାଣ୍ଡ ଅଧୀନରେ ଥିବା ଭାରତୀୟ ନୌସେନା ‘ଏ ଡେ ଆଟ୍ ସି’ ବା ସମୁଦ୍ରରେ ଗୋଟିଏ ଦିନ କାର୍ଯ୍ୟକ୍ରମର ଆୟୋଜନ କରିଥିଲା । ଏହି କ୍ରମରେ ଭାରତୀୟ ନୌସେନାର ସାମୁଦ୍ରିକ କାର୍ଯ୍ୟର ମୁକସାକ୍ଷୀ ହେବାକୁ ଓଡ଼ିଶା ବିଧାନସଭାର ବିଧାୟକମାନଙ୍କୁ ଆଇଏନ୍ଏସ୍ ଜଲସ୍ୱ ନାମକ ଯୁଦ୍ଧ ଜାହାଜରେ ସମୁଦ୍ର ଭିତରକୁ ନିଆଯାଇଥିଲା । ଜାହାଜରେ ଲାଗିଥିବା ବିଭିନ୍ନ ଯନ୍ତ୍ରପାତି, ଗୋଳା ବାରୁଦ, ଅସ୍ତ୍ରାଗାର, ସୁରକ୍ଷା ସ୍ଥଳ ପ୍ରମୁଖକୁ ବୁଲି ଦେଖିଥିଲେ ବିଧାୟକ ମାନେ ।
ଇଷ୍ଟର୍ଷ୍ଣ ଫ୍ଲିଟ୍ର କମାଣ୍ଡିଂ ଫ୍ଲାଗ୍ ଅଫିସର୍ ରିଅର୍ ଆଡମିରାଲ୍ ସଞ୍ଜୟ ବତ୍ସାୟନ ଏନ୍ଏମ୍ ବିଧାୟକମାନଙ୍କୁ ବିଭିନ୍ନ କାର୍ଯ୍ୟକ୍ରମ ସହିତ ନୌସେନାର କାର୍ଯ୍ୟ, ପ୍ରତିକୂଳ ପରିସ୍ଥିତିରେ କାର୍ଯ୍ୟ ଶୈଳୀ ଗୁଡ଼ିକ ଉପରେ ବିସ୍ତୃତ ବିବରଣୀ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଆଇଏନ୍ଏସ୍ ଜଲସ୍ୱ ସହିତ ଆଇଏନ୍ଏସ୍ ଶକ୍ତି, ଆଇଏନ୍ଏସ୍ ସାହ୍ୟାଦ୍ରି ଓ ଆଇଏନ୍ଏସ୍ ଶିଭାଲିକ୍ ଭଳି ତିନୋଟି ଯୁଦ୍ଧା ଜାହାଜ ଭାଗ ନେଇଥିଲେ । ସମୁଦ୍ରରୁ ୫୦ ନଣ୍ଟିକାଲ୍ ମାଇଲ୍ ଭିତରକୁ ଜାହାଜ ଗୁଡ଼ିକ ଯିବା ପରେ ସମୁଦ୍ର ମଧ୍ୟରେ ଯୁଦ୍ଧର ବିଭିନ୍ନ କଳାକୌଶଳ ଦେଖାଇଥିଲେ । ଆଇଏନ୍ଏସ୍ ଜଲୱ ଓ ଆଇଏନ୍ଏସ୍ ସିଭାଲିକ୍ର ଅଣ୍ଡର ୱାଟର୍ ରିପ୍ଲେନିସମେଣ୍ଟ, ହେଲିକପ୍ଟର ଅପରେସନ୍, କମ୍ବାକ୍ଟ ଡି୍ରଲ୍, ୱିପନ୍ ଫାୟାରି ଭଳି ବହୁବିଧ କାର୍ଯ୍ୟକ୍ରମ ଗୁଡ଼ିକ ଉପଭୋଗ କରିଥିଲେ । ନୌସେନାର ବିଭିନ୍ନ ପଦାଧିକାରୀଙ୍କ ସହ ସାକ୍ଷାତାକାର ସାଙ୍ଗକୁ ସେମାନଙ୍କର କାର୍ଯ୍ୟ ଶୈଳୀ ବିଷୟରେ ମନ୍ତ୍ରୀ ଓ ବିଧାୟକମାନେ ପଚାରି ବୁଝିଥିଲେ ।
ଏହି କାର୍ଯ୍ୟକ୍ରମ ଗୁଡ଼ିକ ଓଡ଼ିଶା ଇନ୍ ଚାର୍ଜ ନାଭାଲ୍ ଅଫିସର୍ କମାଣ୍ଡର ରିତୁରାଜ୍ ସାହୁଙ୍କ ଦ୍ୱାରା ପରିଚାଳିତ ହୋଇଥିଲା । ସବୁ କାର୍ଯ୍ୟକ୍ରମ ଗୁଡ଼ିକ କୋଭିଡ୍-୧୯ ନିୟମକୁ କଡ଼ା କଡ଼ି ପାଳନ ସହିତ ଅନୁÂିତ ହୋଇଥିଲା । ପରେ ସନ୍ଧ୍ୟାରେ ସମୁଦ୍ରରୁ ଫେରି ବାଚସ୍ପତି ଶ୍ରୀ ପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମଳନୀର ଆୟୋଜନ କରାଯାଇଥିଲା । ଏଥିରେ ରାଜ୍ୟ ସରକାରଙ୍କ ପକ୍ଷରୁ ନୌସେନାର ବରିÂ ପଦାଧିକାରୀଙ୍କୁ ସମ୍ମାନିତ କରାଯାଇଥିଲା । ସେହିଭଳି ନୌସେନା ପକ୍ଷରୁ ରାଜ୍ୟ ସରକାର ଓ ବାଚସ୍ପତିଙ୍କୁ ସମ୍ମାନିତ କରାଯିବା ସହ ଉପହାର ପ୍ରଦାନ କରାଯାଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons