ସମୁଦ୍ରରେ ବୁଡ଼ି ସିଆରପିଏଫ ଯବାନଙ୍କ ମୃତ୍ୟୁ

Get real time updates directly on you device, subscribe now.

କୋଣାର୍କ,(ବି.ବି.ନ୍ୟୁଜ୍): ଗୁରୁବାର ଅପରାହ୍ନରେ ଚନ୍ଦ୍ରଭାଗା ସମୁଦ୍ର ବେଳାଭୂମିରେ ଏକ ଦୁଃଖଦ ଘଟଣା ଘଟିଛି । ଦୁଇ ସାଥୀଙ୍କ ସହ ନିଜ କାରରେ ଆସିଥିଲେ ଜଣେ ଯବାନ କୋଣାର୍କ ବୁଲିବାକୁ । ଆଶାନ୍ତ ସମୁଦ୍ରରେ ଗାଧୋଉଥିବାବେଳେ ସେ ବୁଡ଼ିଯାଇ ପ୍ରାଣ ହରାଇଛନ୍ତି । ମୃତ ଜଣକ ସିଆରପିଏଫ ଯବାନ ସଞ୍ଜୟ କୁମାର ମଲ୍ଲିକ । ତାଙ୍କ ଘର ଗୋପ ନିକଟସ୍ଥ ଭଇରିପୁର ଗ୍ରାମରେ । ସଂଜୟ ବିବାହିତ । ଅପରାହ୍ନ ପ୍ରାୟ ୫ଟାରେ ଏକ ଧଳା ରଂଗର କାର୍ରେ ୩ଜଣ ଯୁବକ ଚନ୍ଦ୍ରଭାଗା ବେଳାମାର୍ଗ ମେରାଇନ ଥାନା ସମ୍ମୁଖରେ ଓହ୍ଲାଇଥିଲେ । କାରକୁ ରାସ୍ତା ପାଶ୍ୱର୍ରେ ପାର୍କିଂ କରି ୩ଜଣ ସାଥୀ ସମୁଦ୍ର ବେଳାଭୂମିକୁ ଯାଇଥିଲେ । ସମୁଦ୍ର କୂଳରେ ଅନ୍ୟ ଦୁଇ ଜଣ ସାଥୀ ବସିଥିବାବେଳେ ସଂଜୟ ଗାଧୋଇବାକୁ ସମୁଦ୍ର ମଧ୍ୟରେ ପଶିଥିଲେ । କିଛି ସମୟ ପରେ ସେ ଗଭୀର ସମୁଦ୍ରରେ ବୁଡ଼ି ଯାଉଥିବା ଦେଖି ଅନ୍ୟମାନେ କୂଳକୁ ଆସି ପାଟି କରିଥିଲେ । ସମୁଦ୍ର ଜୁଆରିଆ ଥିବାରୁ ପ୍ରାୟ ୨୦ ମିନିଟ ପରେ ସଂଜୟଙ୍କ ମୃତଦେହ ନୋଳିଆ ବସ୍ତି ନିକଟ କୂଳରେ ଆସି ଲାଗିଥିଲା । ଖବର ପାଇ ମେରାଇନ ଥାନା ପୁଲିସ, କୋଣାର୍କ ଅଗ୍ନିଶମ ଅଧିକାରୀ ଜ୍ୟୋତିପ୍ରକାଶ ରଥ, କୋଣାର୍କ ଥାନା ଆଇଆଇସି ସଂଜୀବ କୁମାର ପ୍ରଧାନ ପହଞ୍ôଚଥିଲେ । ଚନ୍ଦ୍ରଭାଗା ମେରାଇନ ଥାନାରେ ୧/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ବ୍ୟବଚ୍ଛେଦ ନିମନ୍ତେ ମୃତଦେହକୁ ପୁରୀ ମୁଖ୍ୟ ଚିକିତ୍ସାଳୟ ପଠାଯାଇଛି । କାର ଜବତ କରାଯାଇଥିବା ରାମଚଣ୍ଡି ଥାନା ଆଇଆଇସି ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons