ସମୁଦ୍ର ମୁହାଁ ୨ କୋଟି ଅଲିଭ୍ରିଡ୍ଲେ କଇଁଛ

Get real time updates directly on you device, subscribe now.

ରାଜନଗର,(ବି.ବି.ନୁ୍ୟଜ୍): ସାମୁଦ୍ରିକ କଇଁଛ ଅଲିଭ୍ରିଡ୍ଲେ କଇଁଛଙ୍କ ଅଣ୍ଡାରୁ ଛୁଆ ବାହାରିବା ପର୍ବ ଆରମ୍ଭ ହୋଇଛି । ଚଳିତ ମାସ ୨ ତାରିଖରୁ ଆଜି ସୁଦ୍ଧା ୨ କୋଟି କଇଁଛ ଶାବକ ବଙ୍ଗୋପସାଗରକୁ ଯାଇଥିବା ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଗହୀରମଥା, ବାବୁବାଲି ଦ୍ୱୀପ, ଅଗରନାସୀ ଦ୍ୱୀପ, ପେଣ୍ଠ, ସାତଭାୟା ସଂଲଗ୍ନ ବିସ୍ତୀର୍ଣ୍ଣ ବାଲୁକା ରାଶିରେ ମାର୍ଚ୍ଚ ୧୪ରୁ ୨୧ ତାରିଖ ଯାଏଁ ୮ ଦିନ ମଧ୍ୟରେ ମା’ କଇଁଛମାନେ ଗଣ ଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଇଥିଲେ । ୪୦ରୁ ୪୫ ଦିନ ଭିତରେ ସେହି ଅଣ୍ଡାଗୁଡ଼ିକରୁ ଛୁଆ ଫୁଟିଥାଏ । ଚଳିତ ମାସ ୨ ତାରିଖଠାରୁ କଇଁଛ ଅଣ୍ଡାରୁ ଛୁଆ ବାହାରିବାର ପ୍ରକ୍ରିୟା ଆରମ୍ଭ ହୋଇଛି ।
ସୂଚନା ମୁତାବକ ଚଳିତ ମାସ ୨ ତାରିଖ ଦିନ ୬୮ ଲକ୍ଷ ୬୦ ହଜାର, ୩ ତାରିଖ ଦିନ ୮୪ ଲକ୍ଷ, ୪ ତାରିଖ ଦିନ ୪୩ ଲକ୍ଷ ୪୦ ହଜାର, ୫ ତାରିଖ ଦିନ ୭ ଲକ୍ଷ ଓ ୬ ତାରିଖ ଦିନ ୨ ଲକ୍ଷ ୧୦ ହଜାର ଏହିପରି ମୋଟ ୨ କୋଟି ୫ ଲକ୍ଷ ୧୦ ହଜାର କଇଁଛ ଶାବକ ସମୁଦ୍ର ମୁହାଁ ହୋଇଛନ୍ତି । ଗହୀରମଥା ବନାଞ୍ଚଳ ଅଧିକାରୀ ଦେବାଶିଷ ଭୋଇଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବନପାଳ, ବନରକ୍ଷୀଙ୍କ ସମେତ ୧୫ ଜଣ ବନ କର୍ମଚାରୀ ଓ ଭଦ୍ରକ ଡିଭିଜନର ବନ କର୍ମଚାରୀମାନେ ସାମିଲ ହୋଇଛନ୍ତି । ଶାବକମାନଙ୍କୁ ବାହ୍ୟ ଶତ୍ରୁ କାଉ, ଛଞ୍ଚାଣ, ବିଲୁଆ ପ୍ରଭୃତି ଜୀବଜନ୍ତୁଙ୍କଠାରୁ ରକ୍ଷା କରିବା ପାଇଁ ସତର୍କ ଦୃଷ୍ଟି ରଖିଛନ୍ତି । ଅଣ୍ଡାରୁ ଛୁଆ ବାହାରିବା ପର୍ବ ଆରମ୍ଭ ହେବା ପରେ ନିକଟସ୍ଥ ଡଃ. ଅବଦୁଲ୍ କଲାମ୍ ଦ୍ୱୀପରେ ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥା ବନ୍ଦ ରଖାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons