ଦିଗପହଣ୍ଡି, (ବି.ବି.ନୁ୍ୟଜ୍): ବଡ଼ ଭାଇର ସଂଘବଦ୍ଧ ଆକ୍ରମଣରେ ଅନ୍ୟ ସାନ ଦୁଇ ଭାଇ ଗୁରୁତର ଆହତ । ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ରକରି ଏଭଳି ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଏହି ଆକ୍ରମଣରେ ବଡ଼ ଭାଇଙ୍କୁ ସହଯୋଗ କରିଛନ୍ତି ତାଙ୍କ ଶ୍ୱଶୁର, ଶଳା ଓ ସ୍ତ୍ରୀ । ଦିଗପହଣ୍ଡି ଥାନା ଅନ୍ତର୍ଗତ ମଙ୍ଗରାଜପୁର ଗ୍ରାମରେ ଘଟିଛି ଏହି ଘଟଣା । ଗୁରୁତର ଆହତ ସାନ ଓ ମଝିଆ ଭାଇଙ୍କୁ ଦିଗପହଣ୍ଡି ଗୋÂୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଏଠାରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ସ୍ଥାନାନ୍ତରିତ କରାଯାଇଛି । ଏନେଇ ଦିଗପହଣ୍ଡି ଥାନାରେ ଏତଲା ଦିଆଯାଇଛି । ମଙ୍ଗରାଜପୁର ଗ୍ରାମର ପୈତୃକ ସମ୍ପତ୍ତି ଭାଗ ବଣ୍ଟାକୁ ନେଇ ଏହି ତିନି ଭାଇଙ୍କ ମଧ୍ୟରେ ଶତ୍ରୁତା ଲାଗି ରହିଥିଲା । ଗତ ୫ ମାସ ତଳେ ଭାଇ ଭାଇ ମଧ୍ୟରେ ମାର୍ପିଟ ହୋଇ ବଡ଼ ଓ ସାନ ଭାଇ ଜେଲ୍ ଯାଇଥିଲେ । ଆଜି ସକାଳେ ଜଣେ ଭାଇ ଟ୍ରାକ୍ଟର୍ ମରାମତି କାମ କରୁଥିବା ସମୟରେ ଅତର୍କିତ ଆକ୍ରମଣ ହୋଇଥିଲା । ସାନ ଭାଇ ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଥିଲେ । ପୁଲିସ ଘଟଣାର ତଦନ୍ତ କରୁଛି ବୋଲି ଦିଗପହଣ୍ଡି ଆଇଆଇସି ବସନ୍ତ କୁମାର ସେଠୀ ସୂଚନା ଦେଇଛନ୍ତି ।
Comments are closed, but trackbacks and pingbacks are open.