ଜଗନ୍ନାଥପ୍ରସାଦ: କିଛି ବର୍ଷ ଧରି ପାରିବାରିକ ସମ୍ପତ୍ତିକୁ ନେଇ ଲାଗି ରହିଛି ବିବାଦ । ଆଜି ପୂର୍ବାହ୍ନରେ ଏହି ବିବାଦ ଉଗ୍ରରୂପ ନେଇଛି । ଦୁଇ ପରିବାର ମଧ୍ୟରେ ଠେଙ୍ଗା, କୋଡ଼ି ଆଦିରେ ଆକ୍ରମଣ ଓ ପ୍ରତିଆକ୍ରମଣ ହୋଇଛି । ଏହି ଘଟଣାରେ ଜଣଙ୍କ ମୃତୁ୍ୟ ହୋଇଛି । ଘଟଣା ଜଗନ୍ନାଥପ୍ରସାଦ ଥାନା ଅଧୀନ ପଞ୍ଚଭୂତି ଗ୍ରାମ ବେଢ଼ାସାହିରେ ଘଟିଥିବାବେଳେ ମୃତକ ସନ୍ତୋଷ ନାୟକ(୩୮) । ପୁଲିସ ଏକ ମାମଲା ରୁଜୁ କରି ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।
ଥାନା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପଞ୍ଚଭୂତି ଗ୍ରାମର ଗୋରାଚାନ୍ଦ ନାୟକଙ୍କ ପୁଅ ସନ୍ତୋଷ ନାୟକ । ପ୍ରାୟ ୨ ବର୍ଷ ତଳେ ସନ୍ତୋଷ ସାନ ଭାଇଙ୍କ ମୃତୁ୍ୟ ହୋଇଛି । ଏହାପରେ ସନ୍ତୋଷଙ୍କ ଭାଇ ବୋହୂ ଲକ୍ଷ୍ମୀ ନାୟକ ସମ୍ପତ୍ତି ଭାଗ ବଣ୍ଟାଙ୍କୁ ନେଇ ଦାବି କରିଆସୁଥିଲେ । ଆଜି ସନ୍ତୋଷ ଘରେ ଥିବାବେଳେ ଲକ୍ଷ୍ମୀଙ୍କ ପରିବାର ଲୋକ ପହଞ୍ଚି ଥିଲେ । ଗୋରାଚାନ୍ଦ, ସନ୍ତୋଷ ଓ ତାଙ୍କ ସ୍ତ୍ରୀ ମୀରାଙ୍କୁ ଲକ୍ଷ୍ମୀଙ୍କ ପରିବାର ଲୋକ ମାଡ଼ ମାରିଥିଲେ । ଠେଙ୍ଗା, କୁରାଡ଼ି ଆଦିରେ ଉଭୟ ପକ୍ଷରୁ ଆକ୍ରମଣ ହୋଇଥିଲା । ଏଭଳି ଘଟଣାକୁ ନେଇ ସାହିରେ ଲୋକଙ୍କ ପ୍ରବଳ ଗହଳି ହୋଇଥିଲା । ସନ୍ତୋଷ ଗୁରୁତର ଆହତ ହୋଇଥିବାବେଳେ ବା ସହ ପରିବାର ଲୋକ ୧୦୮ ଆମ୍ବୁଲାନ୍ସାରେ ଜଗନ୍ନାଥପ୍ରସାଦ ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ସେଠାରେ ଡାକ୍ତର ସନ୍ତୋଷଙ୍କୁ ମୃତ ଘୋଷଣା କରିଛନ୍ତି । ଏପରିକି ଏହି ମାର୍ପିଟ୍ରେ ମୃତକ ସନ୍ତୋଷଙ୍କ ବାପା ଗୋରାଚାନ୍ଦ, ସ୍ତ୍ରୀ ମୀରା ଓ ଭାଇବୋହୂ ଲକ୍ଷ୍ମୀ ଓ ତାଙ୍କ ବାପା ବଂଶୀ ପ୍ରଧାନ ଗୁରୁତର ଆହତ ହୋଇଛନ୍ତି । ଏନେଇ ମୃତକଙ୍କ ପନôୀ ଲକ୍ଷ୍ମୀ ଲିଖିତ ଅଭିଯୋଗକ୍ରମେ ଜଗନ୍ନାଥପ୍ରସାଦ ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇଛି । ପୁଲିସ ଶବକୁ ଜବତ କରି ଘଟଣା ତଦନ୍ତ ଚାଲିଥିବା ଜଗନ୍ନାଥପ୍ରସାଦ ଥାନା ଅଧିକାରୀ ଦିଲୀପ ସ୍ୱାଇଁଁ ସୂଚନା ଦେଇଛନ୍ତି ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.