ଜୟପୁର : ୬ ବର୍ଷର ସଂପର୍କୀୟ ଝିଆରୀକୁ ଦାଦାର ଦୁଷ୍କର୍ମ ଅଭିଯୋଗ।ଘଟଣା ଘଟିଛି କୋରାପୁଟ ଜିଲ୍ଲା ବୋରିଗୁମ୍ମା ଅଂଚଳରେ।ଅଭିଯୋଗ ପରେ ଅଭିଯୁକ୍ତ ଦାଦାକୁ ଗିରଫ କରିଛି ବୋରିଗୁମ୍ମା ପୋଲିସ।ସେପଟେ ଗୁରୁତର ଅବସ୍ଥାରେ ଜୟପୁର ଜିଲ୍ଲା ଚିକିତ୍ସାଳୟରେ ପୀଡିତାର ଚାଲିଛି ଚିକିତ୍ସା ଚାଲିଥିବା ବେଳେ ପୀଡିତାକୁ ଭେଟିଛନ୍ତି DCPO,CWC ଏବଂ ଡାଲସାର ଅଧିକାରୀ।
ଲଜ୍ଜା । ମଣିଷ ପାଲଟିଲା ରାକ୍ଷସ। ୬ ବର୍ଷର ନାବାଳିକା ସହ ଦୁଷ୍କର୍ମ କଲା ୨୫ ବର୍ଷର ଯୁବକ। ତାହା ବି ସଂପର୍କୀୟ ଝିଆରୀ ସହ।ଏମିତି କିଛି ଅଭିଯୋଗ ଆସିଛି କୋରାପୁଟ ଜିଲ୍ଲା ବୋରିଗୁମ୍ମା ଅଂଚଳରୁ। ଅଭିଯୋଗ ଆଧାରରେ ପୋଲିସ ଘଟଣାର ତଦନ୍ତ କରି ସଂପର୍କୀୟ ଦାଦାକୁ ଗିରଫ କରିଛି। ତା ନାଁ ଡମ୍ବରୁ ମୁଦୁଲି।ଗତ ୭ ତାରିଖ ଦିନ ମାଛ ଧରିବା ବାହାନାରେ ଡମ୍ବରୁ ପୀଡିତାଙ୍କୁ ଡାକି ନେଇ ଗାଁ ନିକଟସ୍ଥ ଜଙ୍ଗଲରେ ଦୁଷ୍କର୍ମ କରିଥିଲା।ଆଉ ପୀଡିତା କାନ୍ଦି କାନ୍ଦି ପୁରା ଘଟଣା ଘରେ କହିବା ପରେ ଘଟଣା ସାମ୍ନାକୁ ଆସିଥିଲା।
ସେପଟେ ପୀଡିତା ଅସୁସ୍ଥ ଥିବାରୁ ପ୍ରଥମେ ବୋରିଗୁମ୍ମା ଓ ପରେ ଜୟପୁର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି ହୋଇଛି।ପୀଡିତା ଧୀରେ ଧୀରେ ସୁସ୍ଥ ହେଉଥିବା ବେଳେ ତାକୁ ଭେଟିଛନ୍ତି CWC,ଡାଲସା ଓ DCPOର ଅଧିକାରୀ।ପୀଡିତାକୁ ପାଠ ପଢିବା ଠାରୁ ଆରମ୍ଭ କରି ସମସ୍ତ ସହାୟତା ଓ ଆଇନ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି ସମସ୍ତେ।ଆଉ ଘଟଣାକୁ ନିନ୍ଦା କରିବା ସହ ଉଦବେଗ ପ୍ରକାଶ କରିଛନ୍ତି।
ଦେହର ଭୋକ ମେଣ୍ଟାଇବାବା ପାଇଁ ସବୁ ସୀମା ଟପି ଯାଈଛି ଅଭିଯୁକ୍ତ ଡମ୍ବରୁ।ଆଉ ଏପରି ନର ରାକ୍ଷସ ବିରୋଧରେ କଠୋର କାର୍ୟ୍ୟାନୁଷ୍ଠାନ ନିହାତି ଜରୁରୀ।
Comments are closed, but trackbacks and pingbacks are open.