ସମ୍ପର୍କୀୟ ଭାଇ ଭାଉଜଙ୍କୁ ହତ୍ୟା

Get real time updates directly on you device, subscribe now.

ଫୁଲବାଣୀ, (ବି.ବି.ନୁ୍ୟଜ): ଭାଇ ଓ ଭାଉଜଙ୍କୁ ନିର୍ମମ ଭାବେ ହତ୍ୟା କଲା ସମ୍ପର୍କୀୟ ଭାଇ । ଘଟଣା କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ସାଡ଼ିଙ୍ଗିଆା ପଞ୍ଚାୟତ ଡାଙ୍ଗିରିପଦର ଗ୍ରାମରେ ଘଟିଛି । ଅଭିଯୁକ୍ତ ଭାଇ ନକୁଳ କହଁରକୁ ପୁଲିସ ଅଟକ ରଖି ପଚରାଉଚୁରା କରୁଛି । ସୋମବାର ବିଳମ୍ବିତ ରାତିରେ ଡାଙ୍ଗିରିପଦର ଗ୍ରାମର ଚକ୍ରଧର କହଁର (୫୦) ଓ ତାଙ୍କ ପତ୍ନୀ ଶଙ୍କି କହଁର (୩୫) ଘରେ ଶୋଇଥିଲେ । ଏ ସମୟରେ ସେହି ଗ୍ରାମର ଚକ୍ରଧରଙ୍କ ସମ୍ପର୍କୀୟ ଭାଇ ନକୁଳ କହଁର ଘରେ ପଶି ପ୍ରଥମେ ଚକ୍ରଧରଙ୍କୁ ଆକ୍ରମଣ କରିଥିଲେ । ଏକ ପଥରରେ ଚକ୍ରଧରଙ୍କ ମୁଣ୍ଡକୁ ଛେଚି ଦେଇଥିଲେ । ପାଖରେ ଥିବା ଶଙ୍କି ଏହାର ପ୍ରତିବାଦ କରିବାରେ ନକୁଳ ତାଙ୍କୁ ମଧ୍ୟ ମରଣାନ୍ତକ ଆକ୍ରମଣ କରିଥିଲେ । ଉଭୟ ସ୍ୱାମୀ, ସ୍ତ୍ରୀଙ୍କର ଘଟଣାସ୍ଥଳରେ ମୃତୁ୍ୟ ହୋଇଥିଲା ।
ସକାଲୁ ଏହି ଘଟଣା ଜଣାପଡ଼ିବା ପରେ ଚକ୍ରଧରଙ୍କ ଭାଇ ଡୁଗୁରା କହଁର ଫିରିଙ୍ଗିଆ ଥାନାରେ ଏତାଲା ଦେଇଥିଲେ । ପୁଲିସ ଏକ ମାମଲା ରୁଜୁ କରି ଘଟଣାସ୍ଥଳରେ ପହଞ୍ଚô ମୃତଦେହ ଜବତ କରିଥିଲା । ଫିରିଙ୍ଗିଆ ପୁଲିସ ଅଭିଯୁକ୍ତ ନକୁଳକୁ ଥାନାକୁ ଆଣି ପଚରାଉଚୁରା କରୁଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons