ସମ୍ଭାବ୍ୟ ବାତ୍ୟା: ୪ ଜିଲ୍ଲା ଦାୟିତ୍ୱରେ ୮ ଆଇଏଏସ୍ ଓ ଆଇପିଏସ୍

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁରୋ): ସମ୍ଭାବ୍ୟ ବାତ୍ୟା ଅମ୍ଫାନ୍ର ମୁକାବିଲା ପାଇଁ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ନେଇଥିବା ବେଳେ ସର୍ବାଧିକ ପ୍ରଭାବ ପଡ଼ିବାର ଆଶଙ୍କା ଥିବା ୪ଟି ଜିଲ୍ଲା ପାଇଁ ୪ ଜଣ ବରିÂ ଆଇଏଏସ୍ ଓ ୪ ଜଣ ବରିÂ ଆଇପିଏସ୍ ଅଧିକାରୀଙ୍କୁ ମୁତୟନ କରିଛନ୍ତି । ଏହି ଅଫିସରମାନେ ଅମ୍ଫାନ୍ ମୁକାବିଲା ଓ ପରିଚାଳନା ପାଇଁ ଜିଲ୍ଲା ପ୍ରଶାସନକୁ ସହଯୋଗ କରିବେ । ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି)ଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଜାରି ଅନୁସାରେଷ୍ରିÂ ଆଇଏଏସ୍ ତଥା ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ମଧୁସୂଦନ ପାଢ଼ୀଙ୍କୁ ବାଲେଶ୍ୱର, ସୁଶୀଲ କୁମାର ଲୋହାନୀଙ୍କୁ ଭଦ୍ରକ, ହେମନ୍ତ ଶର୍ମାଙ୍କୁ କେନ୍ଦ୍ରାପଡ଼ା ଓ ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ରଙ୍କୁ ଜଗତସିଂହପୁର ଜିଲ୍ଲା ଦାୟିତ୍ୱ ନ୍ୟସ୍ତ ହୋଇଛି । ସେହିପରି ଓଡ଼ିଶା ପୋଲିସ ପକ୍ଷରୁ ଜାରି ସୂଚନା ଅନୁସାରେ ବାଲେଶ୍ୱର ଜିଲ୍ଲା ପାଇଁ ଆଇଜି ଦୀପ୍ତେଶ କୁମାର ପଟ୍ଟନାୟକ, ଭଦ୍ରକ ପାଇଁ ଆଇଜି ଘନଶ୍ୟାମ ଉପାଧ୍ୟାୟ, କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ଆଶୀଷ କୁମାର ସିଂ ଓ ଜଗତସିଂହପୁର ଜିଲ୍ଲା ପାଇଁ ଜୟନାରାୟଣ ପଙ୍କଜଙ୍କୁ ମୁତୟନ କରାଯାଇଛି । ରାଜ୍ୟସ୍ତରରେ ମୁତୟନ ହୋଇଥିବା ଏହି ଅଫିସରମାନେ ଜିଲ୍ଲା ପ୍ରଶାସନ ସହ ମିଶି ବାତ୍ୟା ମୁକାବିଲା କରିବେ ବୋଲି ସୂଚନା ମିଳିଛି । ସୂଚନାଯୋଗ୍ୟ, ଅମ୍ଫାନ୍ ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଉପକୂଳବର୍ତ୍ତୀ ୧୨ଟି ଜିଲ୍ଲାରେ ସ୍ୱତନ୍ତ୍ର ପଦକ୍ଷେପ ନେଉଥିଲେ ମଧ୍ୟ ଉପରୋକ୍ତ ୪ଟି ଜିଲ୍ଲାରେ ଅଧିକ କ୍ଷୟକ୍ଷତି ହେବାର ଆଶଙ୍କା ରହିଥିବା ଏସ୍ଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons