ମୁମ୍ବାଇ:ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ) ସୋମବାର ବିମଳ ଜଲାନ କମିଟିର ସୁପାରିସ୍କୁ ଗ୍ରହଣ କରିଛି ଏବଂ ସରକାରଙ୍କୁ ବଳକା ପାଣ୍ଠି ସ୍ଥାନାନ୍ତର କରିବା ପାଇଁ ନିଷ୍ପତ୍ତି ନେଇଛି ।ସରକାରଙ୍କୁ ୧,୭୬,୦୫୧ କୋଟି ଟଙ୍କା ଦେବା ପାଇଁ ଆର୍ବିଆଇ ବୋର୍ଡ ନିଷ୍ପତ୍ତି ନେଇଛି । ଏଥିମଧ୍ୟରେ ୨୦୧୮-୧୯ ଆର୍ଥିକବର୍ଷର ବଳକା ପାଣ୍ଠି ବାବଦ ୧,୨୩,୪୧୪ କୋଟି ଟଙ୍କା ଏବଂ ସଂଶୋଧିତ ଇକୋନୋମିକ୍ କ୍ୟାପିଟାଲ ଫ୍ରେମ୍ୱାର୍କ(ଇସିଏଫ୍) ଦ୍ୱାରା ଚିହ୍ନଟ ହୋଇଥିବା ୫୨,୬୩୭ କୋଟି ଟଙ୍କାର ଅତିରିକ୍ତ ପାଣ୍ଠି ରହିଛି । ସୂଚନାଯୋଗ୍ୟ, ସରକାରଙ୍କ ପରାମର୍ଶରେ ଆର୍ବିଆଇ ଏକ ବିଶେଷଜ୍ଞ କମିଟି ଗଠନ କରିଥିଲେ ଯାହାର ନେତୃତ୍ୱ ନେଇଥିଲେ ଆର୍ବିଆଇର ପୂର୍ବତନ ଗଭର୍ଣ୍ଣର ବିମଳ ଜଲାନ । ଆର୍ବିଆଇ ଭଣ୍ଡାରର ଆକାର କେତେ ରହିବ ତାହା ନିର୍ଦ୍ଧାରଣ କରିବା ପାଇଁ କମିଟିକୁ ଦାୟିତ୍ୱ ଦିଆଯାଇଥିଲା ।
Comments are closed, but trackbacks and pingbacks are open.