ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଜୁଲାଇରେ କରୋନା ଯେତିକି କାୟା ମେଲାଇ ଚାଲିଛି ସରକାରଙ୍କ ଚିନ୍ତା ମଧ୍ୟ ସେତିକି ବଢ଼ି ବଢ଼ି ଚାଲିଛି । ରାଜ୍ୟରେ ଏବେ ୫ ଜିଲ୍ଲାରେ ସଂକ୍ରମଣ ହାର ସରକାରଙ୍କ ମୁଣ୍ଡବ୍ୟଥା ବଢ଼ାଇଛି । କରୋନା ଗଡ଼ ଗଞ୍ଜାମ ସହ ଖୋର୍ଦ୍ଧା, କଟକ, ଯାଜପୁର ଓ ସୁନ୍ଦରଗଡ଼ ଜିଲ୍ଲାକୁ ଫୋକସ୍ ଜିଲ୍ଲା ଭାବେ ଗ୍ରହଣ କରି ସ୍ୱତନ୍ତ୍ର ନଜର ରଖିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଦେ୍ର୍ଧଶ ଦେଇଛନ୍ତି । ରାଜ୍ୟରେ ଏବେ ଦୈନିକ ୭ ହଜାର ନମୁନା ପରୀକ୍ଷା ହେଉଛି । ଆସନ୍ତା ସପ୍ତାହକ ମଧ୍ୟରେ ଏହାକୁ ୯ ହଜାରକୁ ବୃଦ୍ଧି କରିବାକୁ ବ୍ୟବସ୍ଥା କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିଦେ୍ର୍ଧଶ ଦେଇଛନ୍ତି ।
ରାଜ୍ୟରେ ଆସନ୍ତାକାଲି (ବୁଧବାର) ଠାରୁ ପ୍ଲାଜମା ଥେରାପିରେ କରୋନା ଚିକିତ୍ସା ଆରମ୍ଭ କରାଯିବ । ଭୁବନେଶ୍ୱରରେ ସମ୍, କିମସ୍ ଓ କଟକର ଅଶ୍ୱିନୀ ହସପିଟାଲରେ ଏ ଚିକିତ୍ସା ସେବା ଆରମ୍ଭ ହେବ । କଟକ ବଡ଼ ମେଡିକାଲ ପ୍ଳାଜମା ଥେରାପିର ନୋଡାଲ ସେଣ୍ଟର ଭାବେ କାମ କରିବ । ରାଜ୍ୟରେ ଯେଉଁଠି ଆବଶ୍ୟକ ପଡୁଛି ସେ କୋଭିଡ୍ ହସପିଟାଲରେ ଶଯ୍ୟା ସହ ଆଇସିୟୁ ସଂଖ୍ୟା ବଢ଼ାଇବା ଏବଂ ଭିତ୍ତିଭୂମି ସୁଦୃଢ଼ କରିବାକୁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଧଶ ଦେଇଛନ୍ତି ।
ରାଜ୍ୟରେ କୋଭିଡ୍ ସ୍ଥିତି ଏବଂ ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ଆଜି ସମୀକ୍ଷା ବୈଠକ ନେଇଥିଲେ । ଗଞ୍ଜାମ, କଟକ, ଖୋର୍ଦ୍ଧା, ଯାଜପୁର ଓ ସୁନ୍ଦରଗଡ଼ ଜିଲ୍ଲାକୁ ବହୁ ସଂଖ୍ୟାରେ ପ୍ରବାସୀଙ୍କ ଆଗମନ ସହ ଯିବା ଆସିବା ଲାଗି ରହିଥିବାରୁ କରୋନା ସ୍ଥିତି ଅଧିକ ଗମ୍ଭୀର ରହିଛି । ତେଣୁ ଏ ୫ ଜିଲ୍ଲାକୁ ସର୍ବାଧିକ ଫୋକସ୍ କରି ରଣକୌଶଳ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏ ଜିଲ୍ଲା ପାଇଁ ନିଯୁକ୍ତ କୋଭିଡ୍ ପର୍ଯ୍ୟବେକ୍ଷକମାନେ ତଦାରଖ ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବାକୁ ସେ କହିଛନ୍ତି । ଗଞ୍ଜାମ ଏବେ ସବୁଠାରୁ ମୁଣ୍ଡବ୍ୟଥାର କାରଣ ପାଲଟିଥିବାରୁ ଅଧିକ ମାନବସମ୍ବଳ, ଭେଣ୍ଟିଲେଟର, କରୋନା ଶଯ୍ୟା, ଆଇସିୟୁ ବ୍ୟବସ୍ଥା କରିବା ଉପରେ ଜୋର୍ ଦିଆଯାଇଛି । କରୋନା ରୋଗୀଙ୍କ ସୁବିଧା ସହ ନିରାପତ୍ତାକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେବା ସହ କରୋନାରେ ପ୍ରାଣ ହରାଉଥିବା ବ୍ୟକ୍ତିମାନଙ୍କର ଯେଭଳି ମର୍ଯ୍ୟାଦା ସହକାରେ ଶବ ସକ୍ରାର ହୁଏ ତା ପ୍ରତି ନଜର ରଖିବାକୁ ମଧ୍ୟ ପର୍ଯ୍ୟବେକ୍ଷକମାନଙ୍କୁ ନବୀନ ନିଦେ୍ର୍ଧଶ ଦେଇଛନ୍ତି ।
କୋଭିଡ ଯୁଦ୍ଧରେ ଆଗରେ ରହି କାମ କରୁଥିବା ଯୋଦ୍ଧାମାନଙ୍କ ମନୋବଳ ଦୃଢ଼ ରଖିବା ସହ ସେମାନଙ୍କ ସହ ନିୟମିତ ପର୍ଯ୍ୟବେକ୍ଷକମାନେ ଯୋଗାଯୋଗରେ ରହିବାକୁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଧଶ ଦେଇଛନ୍ତି । କୋଭିଡ ଯୋଦ୍ଧାମାନଙ୍କୁ ତାଲିମ୍ ଓ ଗୁଣାତ୍ମକ ମାନର ଖାଦ୍ୟ ଯୋଗାଣକୁ ନିଶ୍ଚିତ କରିବା ଉପରେ ମଧ୍ୟ ସେ ଜୋର୍ ଦେଇଛନ୍ତି । ରାଜ୍ୟରେ ଅଧିକ ନମୁନା ପରୀକ୍ଷା ସହ କରୋନା ମୁକାବିଲା ପାଇଁ ଆନୁଷଙ୍ଗିକ ପଦକ୍ଷେପ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଧଶ ଦେଇଛନ୍ତି । ଅଧିକ ସଂଖ୍ୟାରେ ପରୀକ୍ଷା ପାଇଁ ଅଧିକ ଲାବରେଟୋରୀ ଟେକନିସିଆନ୍ ଏବଂ ଆମ୍ବୁଲାନସ୍ ମୁତୟନ କରିବା ଉପରେ ମୁଖ୍ୟମନ୍ତ୍ରୀ ଅଧିକ ଗୁରୁତ୍ୱ ଦେଇଛନ୍ତି ।
ପୂର୍ବ ନିଷ୍ପତ୍ତି ଅନୁସାରେ ରାଜ୍ୟରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ପ୍ଲାଜମା ଥେରାପିରେ କରୋନା ଚିକିତ୍ସା । କରୋନାରୁ ସୁସ୍ଥ ହେଉଥିବା ରୋଗୀଙ୍କ ରକ୍ତ (ପ୍ଲାଜମା) ସଂଗ୍ରହ କରାଯାଇ ଗୁରୁତର କରୋନା ରୋଗୀଙ୍କୁ ଦିଆଯିବ । ଏ ପଦ୍ଧତିରେ ଚିକିତ୍ସା ଦ୍ୱାରା ବହୁ ମୂଲ୍ୟବାନ ଜୀବନ ବଞ୍ଚାଇ ହେବ । ପ୍ଲାଜ୍ମା ଥେରାପି ହେଉଛି ଏକ ଅତ୍ୟାଧୁନିକ ଚିକିତ୍ସା ପଦ୍ଧତି । କରୋନା ସଂକ୍ରମିତମାନେ ସୁସ୍ଥ ହେବା ପରେ ସେମାନଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଏ । ସେମାନଙ୍କ ରକ୍ତରୁ ପ୍ଲାଜମା ସଂଗ୍ରହ କରି ଗୁରୁତର ରୋଗୀଙ୍କୁ ପ୍ରଦାନ କରିବା ପରେ ଏହାର ସୁଫଳ ମିଳୁଛି । ତେଣୁ ରାଜ୍ୟରେ ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କ ଡାଟାବେସ୍ରୁ ପ୍ଲାଜମା ସଂଗ୍ରହ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ସ୍ୱତନ୍ତ୍ର ମାର୍ଗଦର୍ଶିକା ଆଧାରରେ ଏହି ଚିକିତ୍ସା ସେବା ପ୍ରଦାନ କରାଯିବ ।
ବୈଠକରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଲେ, ରାଜ୍ୟରେ କରୋନା ମୁକାବିଲା ପାଇଁ ନୀତି ଓ ନିଦେ୍ର୍ଧଶକୁ କଡ଼ାକଡ଼ି ପାଳନ କରାଯାଉଛି । ଗଞ୍ଜାମରେ ଆହ୍ୱାନକୁ ମୁକାବିଲା କରିବାକୁ ସରକାର ସବୁପ୍ରକାର ପ୍ରସ୍ତୁତି କରାଯାଉଛି । ରାଜ୍ୟରେ ଦୈନିକ ୯ ହଜାର ନମୁନା ପରୀକ୍ଷା ପାଇଁ ଅଧିକ ଘରୋଇ ଚିକିତ୍ସାଳୟକୁ ଅନୁମତି ଦିଆଯିବ । କଟକ, ଭୁବନେଶ୍ୱର ଓ ଗଞ୍ଜାମରେ ଥିବା କୋଭିଡ୍ ହସପିଟାଲରେ ଶଯ୍ୟା ଅବା ଆଇସିୟୁର କୌଣସି ଅଭାବ ନାହିଁ ବୋଲି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସୂଚନା ଦେଇଥିଲେ । ତେବେ ଆଗାମୀ ଦିନକୁ ଦୃଷ୍ଟିରେ ରଖି ଏହି ସହରଗୁଡ଼ିକରେ ଅଧିକ ୨୦୦ ଆଇସିୟୁ ବେଡ୍ ସହ ଶଯ୍ୟା ସପ୍ତାହକ ମଧ୍ୟରେ ବୃଦ୍ଧି କରାଯିବ ।
ପୁରୀ ସହରରେ ସେରୋ ସର୍ଭେଲାନସ୍ ସମ୍ପୂର୍ଣ୍ଣ ହୋଇଥିଲା ବେଳେ ଭୁବନେଶ୍ୱରରେ କମୁ୍ୟନିଟି ସେରୋ ସର୍ଭେଲାନସ୍ ସମ୍ପୂର୍ଣ୍ଣ ହୋଇଛି । ସର୍ବଭାରତୀୟସ୍ତରରେ ସୁସ୍ଥତା ହାର ୬୩ ପ୍ରତିଶତ ଥିବା ବେଳେ ଓଡ଼ିଶାରେ ଏହା ୬୪.୮୮ ପ୍ରତିଶତ ରହିଛି । ଜାତୀୟସ୍ତରରେ ମୃତୁ୍ୟହାର ୨.୬ ପ୍ରତିଶତ ଥିଲା ବେଳେ ଓଡ଼ିଶାରେ ଏହା ୦.୫ଧ ରହିଛି । ଆକ୍ରାନ୍ତଙ୍କ ମଧ୍ୟରେ ଯୁବବର୍ଗଙ୍କ ସଂଖ୍ୟା ୬୬ ପ୍ରତିଶତ ବୋଲି ସ୍ୱାସ୍ଥ୍ୟ ବିଭାଗ ଦର୍ଶାଇଛି । ରାଜ୍ୟରେ ୬୧,୪୧୦ ଶଯ୍ୟା ବିଶିଷ୍ଟ ୬୧୨୮ଟି କୋଭିଡ୍ କେୟାର ହୋମ୍ ଖୋଲିଛି । ଏଠାରେ ଏଯାଏ ମାତ୍ର ୪୨୬ ଜଣ ଅଛନ୍ତି । ସେହିଭଳି ୪୭,୯୧୯ ଶଯ୍ୟାବିଶିଷ୍ଟ ୧୧୮୩ କ୍ଳଷ୍ଟର ଟିଏମସି ଖୋଲା ଯାଇଥିଲା ବେଳେ ସେଗୁଡ଼ିକରେ ଅଛନ୍ତି ୧୮ ହଜାର ୧୫୩ ଜଣ । ସେହିଭଳି ସହରାଞ୍ଚଳରେ ୬୨୦୦ ଶଯ୍ୟା ବିଶିଷ୍ଟ ୧୭୫ କୋଭିଡ କେୟାର ସେଣ୍ଟର ଖୋଲିଥିଲା ବେଳେ ମାତ୍ର ୪୧ ଜଣ ଚିକିତ୍ସିତ ହେଉଛନ୍ତି । ସହରାଞ୍ଚଳରେ ୬୦ ହଜାର ଶଯ୍ୟାର ୮୧୪ଟି ଟିଏମସିରେ ୩୯୪୫ ଜଣ ଅଛନ୍ତି ।
ଗ୍ରାମ୍ୟ କଲ୍ୟାଣ ସମିତିସ୍ତରରେ ସରପଞ୍ଚ, ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କୁ ମିଶାଇ ୫ ଲକ୍ଷ କୋଭିଡ ଯୋଦ୍ଧାଙ୍କୁ ତାଲିମ ଦିଆଯାଇଛି । ପୂର୍ବରୁ ଟିଏମସିରେ ଥିବା ୩.୨ ଲକ୍ଷ ପ୍ରବାସୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି । ସେମାନେ କରୋନା ସ୍ୱେଛାସେବୀ ଭାବେ କାର୍ଯ୍ୟ କରିବେ ବୋଲି ବୈଠକରେ ସୂଚନା ଦିଆଯାଇଛି । ସହରାଞ୍ଚଳରେ ସଂକ୍ରମିତମାନେ ଘରେ ରହି ଚିକିତ୍ସିତ ହୋଇପାରିବେ । ଏହାର ଠିକଣା ପରିଚାଳନା ସହ ତଦାରଖକୁ ଅଗ୍ରାଧିକାର ଦେବାକୁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଧଶ ଦେଇଛନ୍ତି । ପୁଲିସ ଡିଜି ଶ୍ରୀ ଅଭୟ ସୂଚନା ଦେଇଛନ୍ତି ଯେ କରୋନା ନିୟମ ଉଲ୍ଲଂଘନ ପାଇଁ ରାଜ୍ୟରେ ୬୯୧୯ଟି ମାମଲା ରୁଜୁ ହୋଇଛି । ମାସ୍କ ନପିନ୍ଧିବାରୁ ୪.୫ କୋଟି ଏବଂ ସାମାଜିକ ଦୂରତା ନିୟମ ଉଲ୍ଲଂଘନ ପାଇଁ ୬୩ ଲକ୍ଷ ଜରିମାନା ଆଦାୟ ହୋଇଛି ।
ଏ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା ଆର.ବାଲକ୍ରିଷ୍ଣନ୍, ୫ଟି ସଚିବ ଭି.କେ.ପାଣ୍ଡିଆନ୍, ଏସଆରସି ପ୍ରଦୀପ କୁମାର ଜେନା ଏବଂ ବିଭିନ୍ନ ବିଭାଗର ସଚିବମାନେ ଉପସ୍ଥିତ ଥିଲେ ।
Comments are closed, but trackbacks and pingbacks are open.