ସରକାରୀ ଟେଜେରୀକୁ ଯିବ ମୃତହାତୀର ଦାନ୍ତ

Get real time updates directly on you device, subscribe now.

ଖୋର୍ଦ୍ଧା,(ବି.ବି.ନୁ୍ୟଜ୍): ଟାଙ୍ଗୀ ବନାଞ୍ଚଳ ଅଧୀନ ମଳାଗୁଣୀ ନଦୀପଠା ଆଖୁଆ ଶଙ୍ଖ ପାଖରୁ ଶୁକ୍ରବାର ଉଦ୍ଧାର ହୋଇଥିବା ମୃତ ଦନ୍ତାହାତୀର ଦାନ୍ତ ସରକାରୀ ଟ୍ରେଜେରୀରେ ସଂରକ୍ଷିତ ରଖାଯିବ ବୋଲି ଜଣାଯାଇଛି । ମୃତଦେହ ବ୍ୟବଚ୍ଛେଦ ପରେ ହାତୀର ୨ଟି ଦାନ୍ତକୁ ବନ ବିଭାଗ ନିଜ ହେଫାଜତରେ ରଖିଛି । ସେଥିମଧ୍ୟରୁ ଗୋଟିଏ ଦାନ୍ତର ଲମ୍ବ ୯୦ ସେମି, ଗୋଲେଇ ୩୦ ସେମି, ଓଜନ ୮ କିଲୋ ହୋଇଥିବା ବେଳେ ଅନ୍ୟ ଦାନ୍ତର ଲମ୍ବ ୭୬ ସେମି, ଗୋଲେଇ ୨୮ ସେମି ଏବଂ ଓଜନ ୬ କିଲୋ ୫୦ ଗ୍ରାମ ଥିବା ଜଣାଯାଇଛି । ଏହି ଦାନ୍ତ ଶୁଖିବା ପରେ ଏହାର ଓଜନ ସାମାନ୍ୟ ହ୍ରାସ ପାଇବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଅଦ୍ୟାବଧି ହାତୀ ମୃତୁ୍ୟର କାରଣ ସ୍ପଷ୍ଟ ହୋଇପାରିନାହିଁ । ପ୍ରାଥମିକ ତଦନ୍ତ ଅନୁଯାୟୀ, ବିଷକ୍ରିୟାରେ ହାତୀର ମୃତୁ୍ୟ ଘଟିଥିବା ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି । ବନ ବିଭାଗ ଏହି ଘଟଣାରେ ଏକ ଅପମୃତୁ୍ୟ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons