ସରକାରୀ ଠିକା, ଆଉଟସୋର୍ସିଂ କର୍ମଚାରୀଙ୍କ ପୋଷ୍ଟକାର୍ଡ ଅଭିଯାନ

Get real time updates directly on you device, subscribe now.

ଭୁବନେଶ୍ୱର: ଆରମ୍ଭ ହେଲା ସରକାରୀ କର୍ମଚାରୀଙ୍କ ପୋଷ୍ଟକାର୍ଡ ଅଭିଯାନ । ରାଜ୍ୟର ହଜାର, ହଜାର ଠିକା, ଆଉଟସୋର୍ସିଂ କର୍ମଚାରୀ ଓ ଶିକ୍ଷକ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟଶାସନ ସଚିବଙ୍କୁ ଚିଠି ଲେଖୁଛନ୍ତି। ପ୍ରେସକୁ ସୂଚନା ଦେଇ, ଓଡ଼ିଶା କର୍ମଚାରୀ ମହାମଞ୍ଚ କହିଛି କି, ଦୀର୍ଘ ବର୍ଷ ହେଲା ଅବହେଳିତ ଅବସ୍ଥାରେ ବିଭିନ୍ନ ସରକାରୀ ଦପ୍ତରରେ ଏହି କର୍ମଚାରମାନେ କାର୍ୟ୍ୟ କରୁଛନ୍ତି । ମାସକୁ ମାତ୍ର ଛଅରୁ ଆଠ ହଜାର ଦରମାରେ ହଜାର ହଜାର କର୍ମଚାରୀ ନିଷ୍ଠାର ସହ କାମ କରିଆସୁଛନ୍ତି। ଯାହା ସାଧାରଣ ଦିନ ମଜୁରିଆର ରୋଜଗାରଠାରୁ ବି କମ୍। ଏଭଳି ଅନ୍ୟାୟ ବିରୋଧରେ ଗଣତାନ୍ତ୍ରିକ ଉପାୟରେ ବର୍ଷ ବର୍ଷ ଧରି ପ୍ରତିବାଦ ହୋଇ ଆସୁଅଛି । ସରକାର ବି ପ୍ରତିଶୃତି ପରେ ପ୍ରତିଶୃତି ଦେଉଛନ୍ତି କିନ୍ତୁ ଦୁଃଖ ଓ ପରିତାପର ବିଷୟ ତାହା କାର୍ୟ୍ୟକାରୀ କରାଯାଉ ନାହିଁ । ତେଣୁ ଏକ ଅଭିନବ ଉପାୟରେ ନିଜର ଦାବିକୁ ସରକାରଙ୍କ ପାଖରେ ରଖିବାକୁ ଠିକା ଓ ଆଉଟସୋର୍ସିଂ କର୍ମଚାରୀମାନେ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟଶାସନ ସଚିବଙ୍କ ଠିକଣାରେ ଚିଠି ଲେଖି ଦୁଃଖ ଜଣାଉଛନ୍ତି। ଆଗାମୀ ୧୫ ଦିନ ପର୍ୟ୍ୟନ୍ତ ଏହି ଅଭିଯାନ ଚାଲୁ ରହିବ। ଅନ୍ୟାୟର ଶିକାର ହୋଇଥିବା ସରକାରୀ ଶିକ୍ଷକମାନେ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି। ପୂରା ସଂଖ୍ୟା ଦେଖିଲେ ୨ଲକ୍ଷରୁ ଅଧିକ ପୋଷ୍ଟକାର୍ଡ ପ୍ରେରଣର ଲକ୍ଷ୍ୟ ରଖାଯାଇଛି । ଓଡ଼ିଶାରୁ ଠିକା ଓ ଆଉଟସୋର୍ସିଂ ପ୍ରଥା ଉଚ୍ଛେଦ କରାଯାଇ ସର୍ବୋଚ୍ଚ ଅଦାଲତଙ୍କ ଦ୍ୱାରା ପ୍ରଚଳିତ ସମାନ କାମକୁ ସମାନ ଦରମା ପ୍ରଦାନ କରାଯିବ ବୋଲି ଆଶା ରଖିଛି ମଞ୍ଚ । ଏହା ସତ୍ୱେ ଯଦି ସରକାର ସରକାରୀ କର୍ମଚାରୀଙ୍କ ଦୁଃଖ ନବୁଝନ୍ତି ତେବେ ବାଧ୍ୟ ହୋଇ ଓଡ଼ିଶା କର୍ମଚାରୀ ମହାମଞ୍ଚ ନିଜର ଆନ୍ଦୋଳନକୁ ବ୍ୟାପକକରିବ ବୋଲି କହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons