ସରକାରୀ ବସ୍ରେ ଟିକେଟ୍ ନଥିଲେ :ଯାତ୍ରୀ ସହ କଣ୍ଡକ୍ଟର ଦେବେ ଜରିମାନା

Get real time updates directly on you device, subscribe now.

ଜୟପୁର, (ବି.ବି.ନ୍ୟୁଜ୍): ଏଣିକି ସରକାରୀ ବସ୍ରେ ଯିବାଆସିବା ବେଳେ ଯାତ୍ରୀଙ୍କୁ ସତର୍କ ରହିବାକୁ ପଡ଼ିବ । କାରଣ ଅଚାନକ ଯେକୌଣସି ସମୟରେ ଟିକେଟ୍ ଚେକିଂର ସମ୍ମୁଖୀନ ହେବାକୁ ପଡ଼ିପାରେ । ପାଖରେ ଟିକେଟ ନଥିଲେ ଦେବାକୁ ପଡ଼ିବ ଟିକେଟ୍ର ଦାମ ସହ ଜରିମାନା । ଯାତ୍ରୀଙ୍କ ସମ୍ପୁର୍ଣ୍ଣ ବିବରଣୀ ‘ବାହନ୍’ ଏବଂ ‘ସାରଥି’ ଆପ୍ରେ ଅପଲୋଡ କରାଯିବ । କେବଳ ଯାତ୍ରୀ ନୁହଁନ୍ତି, ଏଥିଲାଗି ବସ୍ କଣ୍ଡକ୍ଟରଙ୍କୁ ବି ଆର୍ଥିକ ଦଣ୍ଡ ଭୋଗିବାକୁ ପଡ଼ିବ । ମୋଟର ଭେଇକିଲ୍ ଆକ୍ଟ ଅନୁଯାୟୀ ଦେବାକୁ ପଡ଼ିବ ଜରିମାନା ।
ସରକାରୀ ବସ୍ରେ ବିନା ଟିକେଟରେ ଯାତ୍ରା କରୁଥିବା ଯାତ୍ରୀଙ୍କ ଲାଗି କଟକଣା ଜାରି କରିଛନ୍ତି ରାଜ୍ୟ ସରକାର । ବସ୍ରେ ଉଠିବା ମାତ୍ରେ କଣ୍ଡକ୍ଟରଙ୍କ ପାଖରୁ ଗନ୍ତବ୍ୟସ୍ଥଳର ଟିକେଟ୍ ନେବାକୁ ଦେଇଛନ୍ତି ପରାମର୍ଶ । ବିନା ଟିକେଟ ଯାତ୍ରୀଙ୍କୁ ଧରିବା ଲାଗି ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏମ୍.ଭି ଆକ୍ଟ ସେକ୍ସନ ୧୭୮(୧) ଏବଂ ୧୭୮(୨)(ବି) ଅନୁଯାୟୀ ଏହି ଯାଞ୍ଚ କରାଯିବ । ତେଣୁ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପର୍ଯ୍ୟନ୍ତ ଏହି ଟିକେଟ୍ ପାଖରେ ରଖିବାକୁ ପରାମର୍ଶ ଦେବାକୁ ଅଧିକାରୀଙ୍କୁ କହିଛନ୍ତି । ଯାଞ୍ଚ ବେଳେ ଯଦି ଟିକେଟ ନଥାଏ କିମ୍ବା କେଉଁଠି ହଜିଯାଇଥାଏ ତେବେ ତାହା ବିନା ଟିକେଟରେ ଯାତ୍ରା ସହ ସମାନ ଗଣାଯିବ । ଯାତ୍ରୀଙ୍କୁ ଟିକେଟ୍ ଦାମ୍ ସହ ଜରିମାନ ଦେବାକୁ ପଡିବ । ସେହିପରି କଣ୍ଡକ୍ଟର କର୍ତ୍ତବ୍ୟରେ ଅବହେଳା କରିଥିବା ଧରାଯିବ । ସମ୍ପୃକ୍ତ କଣ୍ଡକ୍ଟରଙ୍କୁ ମଧ୍ୟ ଏଥିଲାଗି ଦାୟୀ କରାଯାଇ ତାଙ୍କଠାରୁ ଫାଇନ ଆଦାୟ କରାଯିବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons