ସରପଞ୍ଚଙ୍କ ଘରେ ଭିଜିଲାନ୍ସ ଚଢ଼ଉ

Get real time updates directly on you device, subscribe now.

ଭବାନୀପାଟଣା,(ବି.ବି.ନ୍ୟୁଜ୍): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଞ୍ଜା ପଞ୍ଚାୟତ ସରପଞ୍ଚ ଭୋଜବନ୍ତୀ ସାହୁଙ୍କ ବାସଭବନରେ ଆଜି ସକାଳୁ କଳାହାଣ୍ଡି ଭିଜିଲାନ୍ସ ପକ୍ଷରୁ ଚଢ଼ଉ ଜାରି ରହିଛି । ଭିଜିଲାନ୍ସ ଡିଏସପି ସତ୍ୟବାନ ମହାନନ୍ଦଙ୍କ ନେତୃତ୍ୱରେ ସରପଞ୍ଚଙ୍କ ନିଜ ବାସଭବନ ଟକାରୁମାଲ ଓ ପୈତୃକ ଘର କୁଶୁର୍ଲା ଏବଂ ଟକାରୁମାଲ ସ୍କୁଲ ନିକଟରେ ଥିବା ମାର୍କେଟ କମ୍ପେ୍ଲକ୍ସଠାରେ ଥିବା ଦୋକାନ ଘର ଉପରେ ଏକକାଳୀନ ତିନୋଟି ଟିମ ଚଢ଼ଉ କରିଛି । ଏନେଇ ଭିଜିଲାନ୍ସ ଡିଏସପିି ଶ୍ରୀ ମହାନନ୍ଦଙ୍କୁ ପଚାରିବାରୁ ସେ କହିଲେ ରିଞ୍ଜା ସରପଞ୍ଚଙ୍କ ନାଁରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ରହିଥିଲା । ଉକ୍ତ ଅଭିଯୋଗକୁ ଭିତ୍ତିକରି ଆମେ ତଦନ୍ତ କରୁଛୁ । ତଦନ୍ତରେ ୩ଟି ଟ୍ରାକ୍ଟର, ୨ଟି ମୋଟର ସାଇକଲ, ଗୋଟିଏ କାର, ଗୋଟିଏ ପିକଅପ୍ ଭ୍ୟାନ, ୧୪ଭରି ସୁନା, ନଗଦ ୩୦ହଜାର ଟଙ୍କା ଓ ମାର୍କେଟ କମ୍ପେ୍ଲକ୍ସ ରହିଥିବା ଜଣାପଡ଼ିଛି । ବର୍ତ୍ତମାନ ତଦନ୍ତ ଜାରି ରହିଥିବା ସେ ପ୍ରକାଶ କରିଛନ୍ତି । ସରପଞ୍ଚ ଭୋଜବନ୍ତୀ ସାହୁଙ୍କୁ ପଚାରିବାରୁ ସେ କହିଲେ, ରାଜନୈତିକ ଉଦ୍ଦେଶ୍ୟ ରଖି କିଛି ବ୍ୟକ୍ତି ମୋତେ ବଦ୍ନାମ କରିବାକୁ ଷଡ଼ଯନ୍ତ୍ର କରିଛନ୍ତି । ଭିଜିଲାନ୍ସ ତଦନ୍ତକୁ ମୁଁ ସ୍ୱାଗତ କରୁଛି । ଯାହା ସତ୍ୟ, ତାହା ଜଣାପଡ଼ିବ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons