ସରପଞ୍ଚ ସ୍ବାମୀଙ୍କ ଦାଦାଗିରି

Get real time updates directly on you device, subscribe now.

କମାକ୍ଷାନଗର: ସରପଞ୍ଚ ସ୍ବାମୀଙ୍କ ଦାଦାଗିରି। ହିତାଧିକାରୀ ଆବାସ ଯୋଜନାରେ ଖଣ୍ଡେ ଘର ପାଇବା ଲାଗି ସରପଞ୍ଚଙ୍କ ନିକଟରେ ଗୁହାରି କରିଥିଲେ। ଏହା ପରେ ଗୁହାରି ଶୁଣିବେ କଣ ଓଲଟା ହିତାଧିକାରୀଙ୍କୁ ମାଡ଼ ମାରିଥିଲେ ସରପଞ୍ଚଙ୍କ ସ୍ବାମୀ। କମାକ୍ଷାନଗର ଥାନା ଗୁନେଇବିଲି ପଞ୍ଚାୟତରେ ଏଭଳି ଘଟଣା ଘଟିଛି। ସରପଞ୍ଚଙ୍କ ସ୍ବାମୀ ଶ୍ରିଧର ଲେଙ୍କା ଓ ତାଙ୍କର କିଛି ସମର୍ଥକଙ୍କ ବିରୋଧ ରେ ସଂଗୀନ ଅଭିଯୋଗ ହୋଇଛି।
ସୂଚନା ଅନୁସାରେ ଗୁନେଇବିଲି ପଞ୍ଚାୟତର ଅଜୟବେହେରା ଜଣେ ଗରିବ ଶ୍ରେଣୀର ଲୋକ ହୋଇଥିବା ବେଳେ ସେ ଗାଡି ଚଳାଇ ନିଜ ପରିବାର ପ୍ରତିପୋଷଣ କରିଥାନ୍ତି କ୍ଷ ତାଙ୍କର ଆବାସ ଯୋଜନାରେ କାହିଁକି ଘର ହେଉନାହିଁ, ଏନେଇ ସେ ସରପଞ୍ଚଙ୍କୁ ପୂର୍ବରୁ ବାରମ୍ବାର ଜଣାଇଥିଲେ କ୍ଷ
କିନ୍ତୁ କୌଣସି ସୁଫଳ ମିଳିନଥିଲା କ୍ଷ ଏ ବିଷୟରେ ଅଜୟ ସରପଞ୍ଚଙ୍କ ସ୍ବାମୀ ଶ୍ରୀଧରଲେଙ୍କାଙ୍କୁ ଜଣାଇବାରୁ ଉଭୟଙ୍କ ମଧ୍ୟରେ ସମାନ୍ୟ ବଚଷା ହୋଇଥିଲା କ୍ଷ ଏହି କଥାକୁ ନେଇ ସରପଞ୍ଚଙ୍କ ସ୍ବାମୀ ଶ୍ରୀଧର ନିଜ ସମର୍ଥକଙ୍କ ସହ ଅଜୟଙ୍କ ଘରେ ପଶି ତାଙ୍କୁ ମାରଣାସ୍ତ୍ର ଦେଖାଇ ଆକ୍ରମଣ ଉଦ୍ୟମ କରିଥିଲେ କ୍ଷ ସେହି ସମୟରେ ଅଜୟଙ୍କ ବାପା କୈଳାଶ ବେହେରା ଘର ବାରଣ୍ଡାରେ ବସିଥିବା ବେଳେ ତାଙ୍କର ସମର୍ଥକମାନେ ତାଙ୍କୁ ମଧ୍ୟ ମରଣାନ୍ତକ ଆକ୍ରମଣ କରିଥିଲେ କ୍ଷ ସେମାନଙ୍କ ମାଡ଼ରେ କୈଳାଶଙ୍କ ଡାହାଣ ହାତ ଭାଙ୍ଗି ଯାଇଛି ଓ ଜଙ୍ଘରେ ଆଘାତ ଲାଗିଛି କ୍ଷ
ଏହା ବ୍ୟତୀତ ଅଜୟଙ୍କ ମୋଟର ସାଇକେଲକୁ ବାଡେଇ ଭାଙ୍ଗି ଦେଇଥିବା ବେଳେ ତାଙ୍କ ସ୍ତ୍ରୀ ଙ୍କୁ ଧକା ମାରିବା, ଚୁଟି ଧରି ଘୋଷାରିବା ତଥା ଦୁର୍ବ୍ୟବହାର କରିଥିବା ଅଭିଯୋଗ କରିଛନ୍ତି ଅଜୟଙ୍କ ସ୍ତ୍ରୀ ଭାଗ ବେହେରା କ୍ଷ ଏ ସମ୍ପର୍କରେ କାମାକ୍ଷାନଗର ଥାନାରେ ଏତଲା ଦେବା ପରେ ଘଟଣାରେ ସଂପୃକ୍ତ ୩ ଜଣଙ୍କୁ ଅଟକ ରଖିଥିବା ବେଳେ ଅନ୍ୟ ସମସ୍ତେ ଫେରାର ହୋଇଯାଇଥିବା ଜଣାପଡିଛି କ୍ଷ ଘଟଣାର ତଦନ୍ତ ଜାରି ରହିଥିବା ଜଣାପଡିଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons