ଜଗତସିଂହପୁର,(ବି.ବି.ନୁ୍ୟଜ୍): ତିର୍ତ୍ତୋଲ ଉପନିର୍ବାଚନର ଅବ୍ୟବହିତ ପୂର୍ବରୁ ରାଜ୍ୟ ସରକାର ଜଗତସିଂହପୁରର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ବଦଳି କରିଛନ୍ତି । ତାଙ୍କ ସ୍ଥାନରେ ସରୋଜ କୁମାର ମିଶ୍ରଙ୍କୁ ନୂଆ ଜିଲ୍ଲାପାଳ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି । ଶ୍ରୀ ମିଶ୍ର ଏହା ପୂର୍ବରୁ ଗୃହ ବିଭାଗର ଅତିରିକ୍ତ ସଚିବ ଭାବେ କାର୍ଯ୍ୟରତ ଥିଲେ । ଅପରପକ୍ଷରେ ଶ୍ରୀ ମହାପାତ୍ରଙ୍କୁ ରାଜ୍ୟ ସରକାରଙ୍କ ଜିଏ ଆଣ୍ଡ୍ ପିଜି ବିଭାଗର ଓଏସ୍ଡି ଭାବେ ଅବସ୍ଥାପିତ କରାଯାଇଛି । ଉଲ୍ଲେଖ ଥାଉ କି, ତିର୍ତ୍ତୋଲ ନିର୍ବାଚନମଣ୍ଡଳୀର ଶଙ୍ଖେଶ୍ୱର ଗ୍ରାମରେ ଜିଲ୍ଲାପାଳ ଶ୍ରୀ ମହାପାତ୍ରଙ୍କ ପୈତୃକ ଘର ହୋଇଥିବାରୁ ଉପନିର୍ବାଚନ ପୂର୍ବରୁ ଜିଲ୍ଲାରୁ ତାଙ୍କୁ ବଦଳି କରାଯିବାକୁ କଂଗ୍ରେସ ପକ୍ଷରୁ ନିର୍ବାଚନ କମିସନଙ୍କ ନିକଟରେ ଦାବି କରାଯାଇଥିଲା ।


Comments are closed, but trackbacks and pingbacks are open.