ସହରର ୧୫ ଦୋକାନ ସିଲ୍

Get real time updates directly on you device, subscribe now.

ଜୟପୁର,(ବି.ବି.ନୁ୍ୟଜ୍): ଅମାନିଆ ଦୋକାନୀଙ୍କୁ ସାବାଡ କରିବାକୁ ଆରମ୍ଭ ହୋଇଛି ସ୍ୱତନ୍ତ୍ର ଅଭିଯାନ । ଉପଜିଲ୍ଲାପାଳ ହେମକାନ୍ତ ସୟ ନିଜେ ଯାଞ୍ଚ କରିବାକୁ ରାସ୍ତାକୁ ଓହ୍ଲାଇଛନ୍ତି । ଆଜି ଗୋଟିଏ ଦିନରେ ୧୫ ଦୋକାନ ସିଲ୍ କରିଛନ୍ତି । ଦୋକାନଗୁଡିକ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ । ମାସ୍କ ନପିନ୍ଧି ଏବଂ ସାମାଜିକ ଦୂରତା ବଜାୟ ନରଖି ବ୍ୟବସାୟ କରୁଥିବା ଅଭିଯୋଗରେ ଦୋକାନଗୁଡିକୁ ସିଲ୍ କରାଯାଇଥିବା ଶ୍ରୀ ସୟ କହିଛନ୍ତି ।
ପୂର୍ବାହ୍ନ ୧୦ଟାରେ ଉପଜିଲ୍ଲାପାଳ ଏବଂ ଅନ୍ୟ ଅଧିକାରୀମାନେ ବାହାରିଥିଲେ ଯାଞ୍ଚରେ । ସାଙ୍ଗରେ ଥିଲେ ତହସିଲଦାର ଅଶ୍ୱିନୀ କୁମାର ମହାପାତ୍ର, ଅତିରିକ୍ତ ତହସିଲଦାର ନୀଳାମ୍ବର ପୂଜାରୀ, ଟାଉନ ଥାନା ଆଇଆଇସି ବାଲେଶ୍ୱର ଗିଦ୍ଧି ପ୍ରମୁଖ । କୋଭିଡ ହସପିଟାଲ ପରେ ଆରମ୍ଭ ହୋଇଥିଲା ଯାଞ୍ଚ । ୪ଟି ଗାଡି ଆଗପଛ ହୋଇ ଯାଉଥିବା ଏବଂ ପୁଲିସ ଗାଡ଼ିର ସାଇରନ ବାଜୁଥିବା ଦେଖି ଅଧିକାଂଶ ଲୋକ ମାସ୍କ ପିନ୍ଧିଥିଲେ । ୱେଲକମ୍ ଛକରୁ ଆରମ୍ଭ ହୋଇଥିଲା ବିଭିନ୍ନ ଦୋକାନ ଉପରେ ଚଢଉ । ଏମ୍ଜି ରୋଡରେ ସବୁବେଳେ ନିୟମ ଭାଙ୍ଗୁଥିବା ଏକ ଜଳଖିଆ ଏବଂ ଡ୍ରେସ ଦୋକାନରେ ଚଢଉ କରିଥିଲେ ଅଧିକାରୀମାନେ । ସେଠାରେ ସବୁକିଛି ଠିକ୍ଠାକ୍ ଥିବା ଦେଖିବାକୁ ପାଇଥିଲେ । ପରେ ପ୍ରଥମ ଦୈନିକ ବଜାରରେ ଆରମ୍ଭ ହୋଇଥିଲା ଯାଞ୍ଚ । ପରିସରରେ ଥିବା ଏକ ରେସନ ଦୋକାନରେ ଭିଡ ରହିଥିଲା । ତୁରନ୍ତ ଦୋକାନ ସିଲ କରିବାକୁ ନିଦେ୍ର୍ଧଶ ଦେଇଥିଲେ ଉପଜିଲ୍ଲପାଳ । ଗୋଟିଏ ଦୋକାନ ଉପରେ କାର୍ଯ୍ୟାନୁÂାନ ଆରମ୍ଭ ହେଉ ହେଉ ଅମାନିଆ ପରିବା ବ୍ୟବସାୟୀ ଏବଂ ଅନ୍ୟ ଦୋକାନୀମାନେ ସତର୍କ ହୋଇଯାଇଥିଲେ । ତୁରନ୍ତ ସେମାନେ ମାସ୍କ ପିନ୍ଧିଥିଲେ ଏବଂ ଦୋକାନରେ ସାମାଜିକ ଦୂରତା ରକ୍ଷା କରି ବ୍ୟବସାୟ କରିଥିଲେ । ସମସ୍ତଙ୍କୁୁ ନିୟମ ମାନିବାକୁ ପରାମର୍ଶ ଦେଇ ଟିମ୍ ଆଗକୁ ଚାଲିଥିଲା ।
ଦୈନିକ ବଜାର ପରିସର ମହାରଣୀପେଟା ପ୍ରବେଶ ପଥରେ ଏକ ଜଳଖିଆ ଦୋକାନରେ ଭିଡ ଲାଗିଥିଲା ଏବଂ ଗ୍ରାହକ ଭିତରେ ଆରାମରେ ବସି ଖାଉଥିଲେ । ତୁରନ୍ତ ସମସ୍ତଙ୍କୁ ବାହାର କରାଯାଇ ଦେକାନ ସିଲ କରାଯାଇଥିଲା । ମହାରାଣୀପେଟାରେ ଥିବା ଏକ ଥଣ୍ଡା ପାନୀୟ, ଇଲେକ୍ଟୋନିକ୍ସ ଦୋକନ ସହ ଅନ୍ୟ ଏକ ଦୋକାନ ସିଲ କରାଯାଇଥିଲା । ପରେ ଗୌଡସାହି କଣ୍ଟେନମେଣ୍ଟ ଜୋନ୍ ଭିତରକୁ ଯାଉଥିବା ଜଣେ ବ୍ୟବସାୟୀଙ୍କୁ ଧରିଥିଲେ ଉପଜିଲ୍ଲାପାଳ । ତାଙ୍କୁ ତାଗିଦ କରି ଘରେ ରହିବାକୁ କହିଥିଲେ । ପୁଣି ଥରେ ବାହାରିଲେ ତାଙ୍କ ନାଁରେ ମାମଲା ରୁଜୁ କରାଯିବ ବୋଲି ଚେତାବନୀ ଦେଇଥିଲେ । ପରେ ଜଗତଜନନୀ ଛକରେ ଥିବା ଏକ ମଦ ଦୋକାନ ସିଲ କରାଯାଇଥିଲା । ସେହିପରି ମୁଖ୍ୟ ରାସ୍ତାରେ ଥିବା ଏକ ମୋବାଇଲ୍ ଦୋକାନ, ଏମ୍. ଜି. ରୋଡରେ ଥିବା ଏକ ଫଟୋ ଷ୍ଟୁଡିଓ, ବିକ୍ରମଦେବ କଲେଜ ପାଖରେ ଥିବା ଏକ ଜେରକ୍ସ ଦୋକାନକୁ ସିଲ କରାଯାଇଥିଲା । ଅପରାହ୍ନରେ ପ୍ରଶାସନ ପକ୍ଷରୁ ପୁଣିଥରେ ଚଢଉ କରାଯାଇ ୬ଟି ଦୋକାନ ସିଲ୍ କରାଯାଇଥିଲା । ସେ ଭିତରେ ଜଗତଜନନୀ ଛକର ଦୁଇଟି ଇଲେକ୍ଟ୍ରିକାଲ୍ ଦୋକାନ, ପୋଷ୍ଟ ଅଫିସ୍ ସାମ୍ନାରେ ଥିବା ଏକ ଦୋକାନ, ହୋଟେଲ ପ୍ରିନ୍ସେସ, ପାଖକୁ ଲାଗି ରହିଥିବା ଏକ ଅଣ୍ଡା ଦୋକାନ ଏବଂ ପ୍ରସାଦରାଓପେଟାର ଏକ କିରାଣା ଦୋକାନ ରହିଛି । ଅଭିଯାନରେ ପୌର ଏବଂ ପୁଲିସ କର୍ମଚାରୀ ସାମିଲ ହୋଇଥିଲେ ।
ଏ ସମ୍ପର୍କରେ ଉପଜିଲ୍ଲାପାଳ ଶ୍ରୀ ସୟ କହିଛନ୍ତି, ପ୍ରଶାସନର ବାରମ୍ବାର ତାଗିଦ ସତ୍ତେ୍ୱ ବ୍ୟବସାୟିକ ପ୍ରତିÂାନ କୋଭିଡ ଗାଇଡ ଲାଇନ୍ ଉଲ୍ଲଂଘନ କରୁଥିଲେ । ନିୟମ ନମାନିଲେ ସେମାନଙ୍କ ଦୋକାନ ସିଲ କରାଯିବ ବୋଲି ପୂର୍ବରୁ ମାଇକ ଦ୍ୱାରା ପ୍ରଚାର କରାଯାଇଥିଲା । ତଥାପି ସେମାନେ ବ୍ୟବସାୟକୁ ପ୍ରାଧାନ୍ୟ ଦେଇ ନିୟମ ଉଲ୍ଲଂଘନ କରି କରିଥିଲେ । ଆରମ୍ଭ ହୋଇଥିବା ଅଭିଯାନ ନିୟମିତ ହେବ । ଏବେ ମାତ୍ର ୪ ଦିନ ଲାଗି ଦୋକାନ ସିଲ କରାଯାଇଛି । ପୁଣି ଖିଲାପ କଲେ ୭ ଦିନ ଏବଂ ମାସେ ଏବଂ ବାରମ୍ବାର ଖିଲାପ କଲେ ସେମାନଙ୍କ ସମସ୍ତ ଲାଇସେନ୍ସ ରଦ୍ଧ କରାଯିବ । ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁÂାନ ନିଆଯିବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons