ସହିଦ୍ଙ୍କ ପରିବାରକୁ ମିଳିଲା ସହାୟତା

Get real time updates directly on you device, subscribe now.

ଜୟପୁର,(ସତ୍ୟ ନାରାୟଣ ସାହୁଙ୍କଠାରୁ): ନକ୍ସଲ ଅପରେସନରେ ସହିଦ୍ ହୋଇଥିବା ଯବାନ କେ. ଆନନ୍ଦ ପ;ନାୟକଙ୍କୁ ସମ୍ମାନ ଜଣାଇଛି ପ୍ରଶାସନ । ପ୍ରତିଶ୍ରୁତି ମୁତାବକ ତାଙ୍କ ପରିବାରକୁ ଯୋଗାଇ ଦିଆଯାଇଛି ବାସୋପଯୋଗୀ ଜମି । ଆନନ୍ଦଙ୍କ ବାପା କେ. କ୍ରିଷ୍ଣାରାଓ ପ;ନାୟକଙ୍କୁ ଜୟପୁର ତହସିଲ ପକ୍ଷରୁ ୧୦ ସେଣ୍ଟ ଜମିର ଘରବାଡ଼ି ପ;ା ପ୍ରଦାନ କରାଯାଇଛି । ଜମିପ;ା ପାଇବା ପରେ ଶ୍ରୀ ପ;ନାୟକ ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି । ଶ୍ରୀ ପ;ନାୟକ ଏବେ ସହରର କେଲାନଗର ଅଞ୍ଚଳରେ ରହୁଛନ୍ତି ।
ତହସିଲଦାର ପ୍ରଧାନ ଟୁଲ୍ଲିଆମ୍ମା କହିଛନ୍ତି, ସ୍ୱର୍ଗତ ଆନନ୍ଦ ପୁଲିସ ବିଭାଗରେ କନେଷ୍ଟବଳ ଭାବେ କାମ କରୁଥିଲେ । ୨୦୦୮ରେ ମାଲକାନଗିରି ଜିଲ୍ଲା କାଲିମେଳା ସୁଧାକୋଣ୍ଡା ଜଙ୍ଗଲରେ ଚାଲିଥିବା ନକ୍ସଲ ଅପରେସନ୍ରେ ସାମିଲ ହୋଇଥିଲେ । ନଭେମ୍ବର ୨୪ରେ ଅପରେସନରେ ଯାଇଥିବା ବେଳେ ତାଙ୍କ ମୃତୁ୍ୟ ହୋଇଥିଲା । ଦେଶର ସୁରକ୍ଷା ଲାଗି ସେ ସହିଦ ହୋଇଥିଲେ । ସ୍ୱର୍ଗତ ଆନନ୍ଦଙ୍କ ବାପା ଶ୍ରୀ ପ;ନାୟକ ଜମି ଲାଗି ୨୦୨୦ ନଭେମ୍ବର ୧୮ରେ ଆବେଦନ କରିଥିଲେ । ଏହା ଉପରେ ବିଚାର କରାଯାଇ ଟାଙ୍କୁଆ ପଞ୍ଚାୟତର ବ୍ରାହ୍ମଣୀଗାଁ ପାଖରେ ୧୦ ସେଣ୍ଟ ଜମି ଚିହ୍ନଟ କରାଯାଇଥିଲା । ଯାହାର ପ୍ଲଟ ନମ୍ବର ହେଉଛି ୧୯୮ । ଖାତା ହେଉଛି ପରମ୍ବକ, ମୌଜା-ଜଗନ୍ନାଥପୁର । ଏ ସମ୍ପର୍କରେ ତହସିଲ ପକ୍ଷରୁ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଥିଲା । ସରକାରଙ୍କ ଅନୁମୋଦନ ପରେ ଗତ ୧୩ ତାରିଖ ଅପରାହ୍ନରେ ଶ୍ରୀ ପ;ନାୟକଙ୍କୁ ପ୍ରଦାନ କରାଯାଇଛି । ଅତିରିକ୍ତ ତହସିଲଦାର ଅଶ୍ୱିନୀକୁମାର ମହାପାତ୍ର ଏବଂ ଅନ୍ୟ କର୍ମଚାରୀ ଏହି ସମୟରେ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons