ସହିଦ୍ ମୀନାର ପରିଦର୍ଶନ କଲେ ମନ୍ତ୍ରୀ

Get real time updates directly on you device, subscribe now.

ପାପଡାହାଣ୍ଡି,(ଗଗନ ଗନ୍ତାୟତଙ୍କଠାରୁ):ସଦର ମହକୁମା ଟୁରୀ ନଦୀ କୂଳରେ ଥିବା ପାପଡାହାଣ୍ଡି ଗୁଳିକାଣ୍ଡ ସହିଦ ମୀନାରକୁ ଶନିବାର କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପରିଦର୍ଶନ କରିଛନ୍ତି । ମନ୍ତ୍ରୀ ମୀନାର ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ସହ ସହିଦଙ୍କ ପ୍ରତି ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ।
ଶ୍ରୀ ବୈଷ୍ଣବ ଶନିବାର ନବରଙ୍ଗପୁର ଗସ୍ତ କରିଥିଲେ । ଏହି ଅବସରରେ ପାପଡାହାଣ୍ଡି ବ୍ଲକକୁ ଆସିଥିଲେ । ବ୍ଲକର ସହିଦ ସ୍ମୃତି କମିଟି ସଭାପତି ସୋମନାଥ ବିଶୋୟୀ ମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ । ମୀନାରର ଐତିହ ସମ୍ପର୍କରେ ମନ୍ତ୍ରୀଙ୍କୁ ସେ ଅବଗତ କରିଥିଲେ । ଏହାର ଉନ୍ନତିକରଣ ନିମନ୍ତେ ଦୃଷ୍ଟି ଦିଆଯିବ ବୋଲି ମନ୍ତ୍ରୀ ଏହି ଅବସରରେ କହିଛନ୍ତି । ମନ୍ତ୍ରୀଙ୍କ ସହ ବିଜେପି ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ଉପସଭାପତି ଗୋଲୋକ ମହାପାତ୍ର, ପୂର୍ବତନ ସାଂସଦ ବଳଭଦ୍ର ମାଝି, ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ଜିଲ୍ଲା ସଭାପତି ଜଗଦୀଶ ବିଶୋୟୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୌରୀ ମାଝି, ଯୁବମୋର୍ଚ୍ଚା ମଣ୍ଡଳ ସଭାପତି ଓମ୍ ପ୍ରକାଶ, ମନୋଜ ଅଗ୍ରୱାଲ, ବିଡିଓ ରଞ୍ଜିତା ମଲ୍ଲିକ ଓ ବହୁ ସଂଖ୍ୟାରେ ଦଳୀୟ କର୍ମୀ ଉପସ୍ଥିତ ଥିଲେ । ମନ୍ତ୍ରୀ ଏଠାରୁ ମଇଦଲପୁର ଯାଇ ବିଲରେ କାମ କରୁଥିବା କେତେଜଣ ମହିଳାଙ୍କ ସହ ଆଲୋଚନା କରିଥିଲେ । ଅଞ୍ଚଳ ବୁଲି ମନ୍ତ୍ରୀ ବେଶ୍ ଖୁସି ହୋଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons