ନୂଆଦିଲ୍ଲୀ: ୨୦୦୮ ମସିହାରେ ଦିଲ୍ଲୀର ବହୁଚର୍ଚ୍ଚିତ ବାଟଲା ହାଉସ ଏନକାଉଣ୍ଟର ଘଟଣାରେ ସହିଦ ହୋଇଥିବା ଇନ୍ସପେକ୍ଟର ମୋହନ ଚାନ୍ଦ ଶର୍ମାଙ୍କୁ ଚଳିତ ବର୍ଷ ସ୍ୱାଧୀନତା ଦିବସ ଅବସରରେ ସମ୍ମାନିତ କରାଯିବ । ଏନକାଉଣ୍ଟର ସମୟରେ ଅପୂର୍ବ ବୀରତ୍ୱ ଓ ସାହସିକତା ପ୍ରଦର୍ଶନ କରିଥିବାରୁ ତାଙ୍କୁ ଗ୍ୟାଲେଣ୍ଟ୍ରି ଆୱାର୍ଡ ପ୍ରଦାନ କରାଯିବ । ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଦ୍ୱାରା ପୁରସ୍କାର ପାଇବାକୁ ମନୋନୀତ ପୁଲିସକର୍ମୀଙ୍କ ଏକ ତାଲିକା ପ୍ରକାଶ କରାଯାଇଛି ଯେଉଁଥିରେ ତାଙ୍କ ନାମ ବି ସ୍ଥାନ ପାଇଛି । ତାଙ୍କୁ ୨୦୦୯ରେ ମରଣୋତ୍ତର ଭାବେ ଅଶୋକ ଚକ୍ର ସମ୍ମାନରେ ସମ୍ମାନିତ କରାଯାଇଥିଲା ।
Comments are closed, but trackbacks and pingbacks are open.