ସାଂସଦ ପହଞ୍ଚିବା ପୂର୍ବରୁ ଫିତା କାଟିଦେଲେ ବିଧାୟକ

Get real time updates directly on you device, subscribe now.

ପାଳଲହଡା: ସରକାରୀ କାର୍ଯ୍ୟକ୍ରମ ହୋଇଥିବା ସତ୍ତେ୍ୱ ବିଧାୟକ ଉଦ୍ଘାଟନ ସମୟ ସ୍ଥିର କରିଥିଲେ ୧୦ଟାରୁ ସାଢେ଼ ୧୦ଟା । ଯାହା ପରିସ୍ଥିତି ହେଲେ ବି ନିର୍ଦ୍ଧାରିତ ସମୟ ଗଡ଼ିବନି ବୋଲି ଅଡ଼ି ବସିଥିଲେ ବିଧାୟକ । ସେପଟେ ସାଂସଦଙ୍କୁ ପ୍ରଶାସନ ପକ୍ଷରୁ ସମୟ ଦିଆ ଯାଇଥିଲା ୧୧ଟା । କିନ୍ତୁ ପହଞ୍ଚିଥିଲେ ୧୦ଟା ୫୫ ମିନିଟ୍ରେ । ଯଦିଓ ଦୁଇ ନିର୍ବାଚିତ ଲୋକ ପ୍ରତିନିଧି ଗୋଟିଏ ଦଳର, ଗୋଟିଏ ଅଞ୍ଚଳର ହେଲେ ଏଇ ୨୫ ମିନିଟ୍ କମ୍ପ୍ରମାଇଜ୍ କରିବାକୁ ନା ପ୍ରସ୍ତୁତ ଥିଲେ ବିଧାୟକ, ନା ସାଂସଦ । ଫଳତଃ ସାଂସଦ ସମର୍ଥକଙ୍କ ଗହଣରେ ପହଞ୍ଚିଲା ବେଳକୁ ବିଧାୟକ ଫିତା କାଟି ଆନୁÂାନିକ ଭାବେ ଉଦ୍ଘାଟନ କରିଦେଇଥିଲେ । ଯାହାକୁ ନେଇ ଦୁଇ ଗୋÂୀ ମଧ୍ୟରେ ଯୁକ୍ତିତର୍କ, ଛକାପଞ୍ଝା ଲାଗି ରହିବା ସହ ଭାଷା-ଅଭାଷା ଗାଳିରେ କମ୍ପିଲା ପାଳଲହଡ଼ା କୋଭିଡ଼୍ କେୟାର ସେଣ୍ଟର୍ (ପାଳଲହଡ଼ା ଆଦର୍ଶ ବିଦ୍ୟାଳୟ) । ଦୀର୍ଘ ପ୍ରତୀକ୍ଷା ପରେ ପାଳଲହଡ଼ା ଉପଖଣ୍ଡ ମହକୁମାରେ ଶନିବାର କୋଭିଡ଼୍ କେୟାର୍ ସେଣ୍ଟର୍ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଏ ପ୍ରକାର ଦୃଶ୍ୟ ପରିଲକ୍ଷିତ ହୋଇଥିଲା । କରୋନା କଟକଣାର ଧଜିଆ ଉଡ଼ାଇ କୋଭିଡ଼୍ ସେଣ୍ଟର୍ ପରିସରରେ ଉତ୍ତେଜନା ଲାଗି ରହିଥିବା ବେଳେ ପ୍ରଶାସନିକ ଅଧିକାରୀ ସଂପୂର୍ଣ୍ଣ ଅସହାୟ, ନିରବଦ୍ରଷ୍ଟା ସାଜିବା ସାଧାରଣରେ ପ୍ରତିକ୍ରିୟା ସୃଷ୍ଟି କରିଛି ।
ସୂଚନାଯୋଗ୍ୟ, ପାଳଲହଡ଼ା ଉପଖଣ୍ଡରେ କୋଭିଡ୍ କେୟାର୍ ସେଣ୍ଟର୍ ଖୋଲିବା ନେଇ ଦୀର୍ଘ ଦିନରୁ ଦାବି ହୋଇଆସୁଥିଲା । ସୁବର୍ଣ୍ଣପାଲି ଆଦର୍ଶ ବିଦ୍ୟାଳୟରେ ଏହି ସେଣ୍ଟର୍ ଖୋଲିବା ନେଇ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଥିଲା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପକ୍ଷରୁ ୨୫ଟି ଅକ୍ସିଜେନ୍ କନ୍ସେଣ୍ଟେ୍ରଟର୍ ଯୋଗାଣ ହୋଇଥିଲା । ତିନି ଦିନ ତଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁଗୁଳ ଗସ୍ତ ବେଳେ ପାଳଲହଡ଼ା ଓ ତାଳଚେର ଦାୟିତ୍ୱରେ ଥିବା ଅତିରିକ୍ତ ଜିଲ୍ଲାପାଳ ରଜନୀକାନ୍ତ ସ୍ୱାଇଁଙ୍କ ସହ ଏ ପ୍ରସଙ୍ଗରେ ଆଲୋଚନା କରଥିଲେ । କୋଭିଡ୍ କେୟାର୍ ସେଣ୍ଟର୍ ଖୋଲିବା ଦିଗରେ ପ୍ରଶାସନକୁ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ତା’ ସତ୍ତେ୍ୱ କୋଭିଡ୍ କେୟାର୍ ସେଣ୍ଟର (ସିସିସି)୍ ଖୋଲିବା ନେଇ ପ୍ରଶାସନର ଟାଳଟୁଳ ନୀତିକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଶାସକ ଦଳର ଦୁଇ ପ୍ରମୁଖ ନେତାଙ୍କ ମଧ୍ୟରେ ଅନ୍ତଦ୍ୱର୍ନ୍ଦ୍ୱ ଯୋଗୁଁ ପ୍ରଶାସନ ଏଥିରେ ମୁଣ୍ଡ ପୂରାଉ ନଥିବା ପ୍ରସଙ୍ଗରେ ଆଜି ‘ପ୍ରମେୟ’ରେ ଖବର ପ୍ରକାଶ ପାଇଥିଲା ।
ଶନିବାର ପୂର୍ବାହ୍ନରେ ୪୦ ଶଯ୍ୟା ବିଶିଷ୍ଟ ପାଳଲହଡ଼ା ସିସିସି ଉଦ୍ଘାଟନ କରାଯିବାକୁ ପ୍ରଶାସନ ପକ୍ଷରୁ ସ୍ଥିର ହୋଇଥିଲା । ସାଂସଦ ମହେଶ ସାହୁଙ୍କ କହିବା ଅନୁଯାୟୀ ତାଙ୍କୁ ପୂର୍ବାହ୍ନ ୧୧ଟା ବେଳେ ଆସିବାକୁ ସୂଚନା ଦିଆଯାଇଥିଲା । ଶ୍ରୀ ସାହୁ ସମର୍ଥକଙ୍କ ସହ ଠିକ୍ ୧୦ଟା ୫୫ ମିନିଟ୍ରେ ସିସିସିରେ ପହଞ୍ଚିଲା ବେଳକୁ ବିଧାୟକ ମୁକେଶ କୁମାର ପାଲ ତାଙ୍କର ସମର୍ଥକଙ୍କ ଗହଣରେ ୨୫ ମିନିଟ୍ ପୂର୍ବରୁ ଉଦ୍ଘାଟନ କରି (ଫିତା କାଟି) କ୍ୟାମ୍ପସ୍ରେ ରହିଥିଲେ । ବିଧାୟକ ସାଢେ଼ ୧୦ଟା ବେଳେ ଉଦ୍ଘାଟନ କରିବାରୁ ଅଡ଼ି ବସିବାରୁ ଉପସ୍ଥିତ ପ୍ରଶାସନିକ ଅଧିକାରୀ, ସିସିସି ଇନଚାର୍ଜ୍ ଏକ ପ୍ରକାର ହାତ ଟେକି ଦେଇଥିଲେ । ମାତ୍ର ୨୫ ମିନିଟ୍ର ପ୍ରତୀକ୍ଷାକୁ ନେଇ ଦୁଇ ଲୋକ ପ୍ରତିନିଧିଙ୍କ ମଧ୍ୟରେ ଛକାପଞ୍ଝା କେବଳ ଦଳୀୟ କନ୍ଦଳକୁ ପଦାରେ ପକାଇନାହିଁ, ବରଂ ଉଭୟ ପରସ୍ପର ପ୍ରତି ଯେ କେତେ ଅସହିଷ୍ଣୁ ତା ଏବେ ଆଲୋଚନାର ପ୍ରସଙ୍ଗ ପାଲଟିଛି । ସାଂସଦ ଓ ବିଧାୟକଙ୍କ ପତିଆରା ଲଢେ଼ଇରେ ପାଳଲହଡ଼ାବାସୀଙ୍କ ସ୍ୱାର୍ଥ ବଳିପଡ଼ିଛି ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।
ସାଂସଦ ପହଞ୍ଚିବା ପରେ ବିଧାୟକ ଶ୍ରୀ ପାଲଙ୍କୁ ଏ ପ୍ରସଙ୍ଗରେ ସିଧାସଳଖ ପଚାରିବା ସହ କରୋନା କାଳରେ ଏହା କି ପ୍ରକାର ବାହାଦୂରୀ ବୋଲି ପ୍ରଶ୍ନ କରିଥିଲେ । କଥା ପ୍ରସଙ୍ଗରେ ସାଂସଦଙ୍କର ଏକ ଅଶାଳୀନ ମନ୍ତବ୍ୟକୁ କେନ୍ଦ୍ର କରି ବିଧାୟକଙ୍କ ସମେତ ତାଙ୍କର ସମର୍ଥକ ଚିହିଁକି ଉଠିଥିଲେ । ସାଂସଦ ଅଫିସ୍ ଭିତରେ ବସିଥିବା ବେଳେ ବିଧାୟକ ଗୋÂୀ ବାହାରେ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ଏ ଘଟଣାକୁ ନେଇ କିଛି ସମୟ ପାଇଁ ସିସିସି ପରିସରରେ ଉଭୟ ଗୋÂୀ ମଧ୍ୟରେ ଛକାପଞ୍ଝା ଲାଗି ରହିଥିଲା । ଏ ପ୍ରସଙ୍ଗରେ ବିଧାୟକ ଶ୍ରୀ ପାଲ କହିଛନ୍ତି, ସାଂସଦ ଆଜି ସକାଳେ ତାଙ୍କୁ ଫୋନ୍ କରିଥିଲେ । ପୂର୍ବାହ୍ନ ୧୦ଟାରୁ ସାଢେ଼ ୧୦ଟା ମଧ୍ୟରେ କାର୍ଯ୍ୟକ୍ରମ ସାରିବାକୁ ସେ ସାଂସଦ ଶ୍ରୀ ସାହୁଙ୍କୁ କହିଥିଲେ । ହେଲେ ସେ ନିର୍ଦ୍ଧାରିତ ସମୟ ସୁଦ୍ଧା ପହଞ୍ଚିନଥିଲେ । ଅନ୍ୟପକ୍ଷରେ ସାଂସଦ ଶ୍ରୀ ସାହୁ କହିଛନ୍ତି, ଗତକାଲି ଉପଜିଲ୍ଲାପାଳଙ୍କ ସହ ଆଲୋଚନା ବେଳେ ତାଙ୍କୁ ପୂର୍ବାହ୍ନ ୧୧ଟା ସମୟ ଦିଆଯାଇଥିଲା । ହେଲେ ସେ ପହଞ୍ଚିବା ପୂର୍ବରୁ ବିଧାୟକ ଫିତା କାଟି ଦେଇଛନ୍ତି । କରୋନା ବେଳେ ବିରୋଧୀ ତମ୍ବିତୋଫାନ କରୁଥିବା ବେଳେ ଇଏ କି ରାଜନୀତି ବୋଲି ସେ ମୁକେଶଙ୍କୁ ପଚାରିଥିଲେ । ତା’ ପରେ ତାଙ୍କର ପିଲାମାନେ ଉତ୍କ୍ଷିପ୍ତ ହୋଇ ଗାଳିଗୁଲଜ କରିଥିବା ସେ କହିଛନ୍ତି ।
ତେବେ ଏ ସମସ୍ତ ଘଟଣାରେ ଉପଖଣ୍ଡ ପ୍ରଶାସନର ଭୂମିକା ଏବେ ସନେ୍ଦହ ଘେରକୁ ଆସିଛି । ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ, ଏସ୍ଡିଏମ୍ଓ, ତହସିଲଦାର, ବିଡ଼ିଓ ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟପକ୍ଷରେ ସପ୍ତାହାନ୍ତ ସଟ୍ଡାଉନ୍ କଟକଣା ଚାଲିଥିବା ବେଳେ କରୋନା କଟକଣାକୁ ଫୁ’ କରି ସମର୍ଥକଙ୍କୁ ମେଳି କରିବାକୁ କିଏ ଅନୁମତି ଦେଇଥିଲେ? ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ କରୋନା କଟକଣାର ଏଭଳି ଧଜିଆ ଉଡ଼ାଇବା ନେଇ କାର୍ଯ୍ୟାନୁÂାନ ଗ୍ରହଣ କରିବାକୁ ବିଜେପି ପକ୍ଷରୁ ଦାବି କରାଯାଇଛି ।

ରିପୋର୍ଟ: ତପନ କୁମାର ସାମଲ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons