ସାଂସଦ ଭର୍ତ୍ତୃହରି ମହତାବଙ୍କ ବୋହୂ ଆଣିଲେ ଯୌତୁକ ନିର୍ୟାତନା ଅଭିଯୋଗ

Get real time updates directly on you device, subscribe now.

ଭୁବନେଶ୍ୱର: ସାଂସଦ ଭର୍ତ୍ତୃହରି ମହତାବଙ୍କ ବୋହୂ ଆଣିଲେ ଯୌତୁକ ନିର୍ୟାତନା ଅଭିଯୋଗ। ଭୋପାଳ ମହିଳା ଥାନାରେ ବୋହୂ ସାକ୍ଷୀ ଏହି ଅଭିଯୋଗ କରିଛନ୍ତି। ଶ୍ୱଶୂର ଭର୍ତ୍ତୃହରି ମହତାବ, ସ୍ୱାମୀ ଲୋକରଂଜନ ମହତାବ ଓ ଶାଶୂ ମହାଶ୍ୱେତା ମହତାବଙ୍କ ବିରୋଧରେ ଅଭିଯୋଗ ହୋଇଛି। ବୋହୂ ସାକ୍ଷୀଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ ହୋଇଛି। ୨୦୧୬ ଡିସେମ୍ବରରେ ଲୋକରଞ୍ଜନଙ୍କର ବାହାଘର ମଧ୍ୟପ୍ରଦେଶ ଭୋପାଳର ସାକ୍ଷୀଙ୍କ ସହ ସଂପନ୍ନ ହୋଇଥିଲା। ସାକ୍ଷୀ ଅଭିଯୋଗ କରିଛନ୍ତି ଯେ ବିବାହରେ ତାଙ୍କ ବାପା ଅଢ଼େଇ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରିଥିଲେ। ବାହାଘର କିଛି ଦିନ ପରେ ସ୍ୱାମୀ ଲୋକରଞ୍ଜନ ଓ ଶାଶୂ ଶ୍ୱଶୁର ତାଙ୍କୁ ଯୌତୁକ ନିର୍ୟାତନା ଦେବା ଆରମ୍ଭ କରିଥିଲେ। ଏହା ପରେ ସାକ୍ଷୀ ତାଙ୍କ ବାପଘର ଭୋପାଳକୁ ଚାଲି ଯାଇଥିଲେ। ମାମଲା କୋର୍ଟରେ ପହଞ୍ଚିଥିଲା। ପତ୍ନୀ ସାକ୍ଷୀଙ୍କୁ ସାଙ୍ଗରେ ରଖିବାକୁ ସେତେବେଳେ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ସ୍ୱାମୀ ଓ ଶାଶୂଘର ଲୋକ ତାଙ୍କୁ ଘରେ ରଖିବାକୁ ରାଜି ହୋଇ ନଥିଲେ। ୨୦୧୮ରେ ସାକ୍ଷୀ ଦିଲ୍ଲୀ ଚାଲି ଯାଇଥିଲେ। କିନ୍ତୁ ଶାଶୂ ମହାଶ୍ୱେତା ମହତାବ ଓ ଶ୍ୱଶୁର ଭର୍ତ୍ତୃହରି ମହତାବ ତାଙ୍କୁ ରଖାଇ ଦେଇ ନଥିଲେ। ତାପରେ ସାକ୍ଷୀ ପୁଣି ଭୋପାଳ ଚାଲି ଯାଇଥିଲେ। ଶାଶୂଘର ଲୋକ ବଦଳି ଯିବେ ବୋଲି ବେଶ୍ କିଛି ଦିନ ଅପେକ୍ଷା କରିବା ପରେ ଶେଷରେ ସାକ୍ଷୀ ଭୋପାଳ ମହିଳା ଥାନାର ଆଶ୍ରୟ ନେଇଛନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons