ସାଂସଦ ହଂସରାଜ ହଂସଙ୍କ ବୟାନ:ଜେଏନ୍ୟୁ ମୋଦିଙ୍କ ନାମରେ ନାମିତ ହେଉ

Get real time updates directly on you device, subscribe now.

ନୂଆଦିଲ୍ଲୀ: ବିଜେପି ସାଂସଦ ହଂସରାଜ ହଂସ ଆଜି ଏକ ବିବାଦୀୟ ବୟାନ ଦେଇଛନ୍ତି । କହିଛନ୍ତି ଦିଲ୍ଲୀ ଜବାହରଲାଲ ନେହରୁ ୟୁନିଭର୍ସିଟି (ଜେଏନ୍ୟୁ)କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମରେ (ମୋଦି ନରେନ୍ଦ୍ର ୟୁନିଭର୍ସିଟି-ଏମ୍ଏନ୍ୟୁ) ନାମିତ କରାଯିବା ଉଚିତ । ଉତ୍ତର ପଶ୍ଚିମ ଦିଲ୍ଲୀ ଆସନରୁ ପ୍ରତିନିଧିତ୍ୱ କରୁଥିବା ହଂସରାଜ ଆଜି ଜେଏନ୍ୟୁରେ ଆୟୋଜିତ କାର୍ଯ୍ୟକ୍ରମ ‘ଏକ ସାମ୍ ସହିଦୋଁ କା ନାମ’ରେ ଯୋଗଦେବା ଅବସରରେ ଏହା କହିଥିଲେ ।
ସେହିଭଳି ଜମ୍ମୁ-କାଶ୍ମୀର ପ୍ରସଙ୍ଗ ଉଠାଇ ସେ ନେହରୁ-ଗାନ୍ଧୀ ପରିବାରକୁ କଡା ସମାଲୋଚନା କରିଥିଲେ । ଆମର ପୂର୍ବପୁରୁଷମାନେ କରିଥିବା ଭୁଲର ଫଳ ଆମକୁ ବର୍ତ୍ତମାନ ଭୋଗିବାକୁ ପଡୁଛି । ପ୍ରାର୍ଥନା କରନ୍ତୁ କି ଆମେ ଏବେ ଶାନ୍ତିରେ ରହିଛୁ । ବୋମା ବିସ୍ଫୋରଣର ଶବ୍ଦ ଆଉ ଶୁଣିବାକୁ ମିଳୁନାହିଁ । ଜେଏନ୍ୟୁକୁ ଆମେ ମୋଦିଜୀଙ୍କ ନାମରେ ଏମ୍ଏନ୍ୟୁ ଭାବେ ନାମିତ କରିବା ଉଚିତ । ମୋଦିଜୀଙ୍କ ନାମରେ ତ କିଛି ନାମିତ ହେବା ଦରକାର । କାର୍ଯ୍ୟକ୍ରମ ପରେ ସାମ୍ବାଦିକମାନଙ୍କୁ ହଂସରାଜ କହିଛନ୍ତି ଯେ ପଣ୍ଡିତ ଜବାହରଲାଲ ନେହରୁ ଅତୀତରେ ଜମ୍ମୁ-କାଶ୍ମୀର ପ୍ରସଙ୍ଗରେ ଭୁଲ କରିଥିଲେ । ଜେଏନ୍ୟୁକୁ ଏମ୍ଏନ୍ୟୁ କରିବା ପ୍ରସଙ୍ଗରେ ସେ କହିଲେ ପ୍ରଥମ ଥର ପାଇଁ ଜେଏନ୍ୟକୁ ଆସିଛନ୍ତି । ଜେଏନ୍ୟୁ ବିଷୟରେ ଅନେକ କିଛି ଶୁଣିଛନ୍ତି । କିନ୍ତୁ ମୋଦି ସରକାର ଆସିବା ପରେ ଏବେ ଦେଶରେ ପରିବର୍ତ୍ତନ ଘଟିଛି । ମୋଦି ଦେଶ ପାଇଁ ଅନେକ କିଛି କରିଛନ୍ତି । ତେଣୁ ଜେଏନ୍ୟୁକୁ ତାଙ୍କ ନାମରେ ନାମିତ କରିବା କଥା ସେ କହିଛନ୍ତି ।
ଅଖିଳ ଭାରତୀୟ ବିଦ୍ୟାର୍ଥି ପରିଷଦ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାଂସଦ ମନୋଜ ତିୱାରୀ ମଧ୍ୟ ଯୋଗଦେଇଥିଲେ । ହଂସରାଜଙ୍କ ବୟାନ ଉପରେ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ ଉତ୍ସାହିତ ହୋଇ ଲୋକେ ଅନେକ କଥା କହୁଛନ୍ତି । ତା ମାନେ ନୁହେଁ ଯେ ସେ ଯାହା କହୁଛନ୍ତି ତାକୁ ଅନ୍ୟ କେହି ମାନିବେ । ହଂସରାଜ ଯାହା ଭାବିଥିଲେ ତାହା ପ୍ରକାଶ କରିଛନ୍ତି । ମୋଦିଙ୍କୁ ସେ ବହୁତ ସମ୍ମାନ କରନ୍ତି । ତେଣୁ ସେ ଏଭଳି ବୟାନ ଦେଇଥିବା ତିୱାରୀ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons