ସାଉଦି ନିଷ୍ପତ୍ତି ଯୋଗୁ ଚିନ୍ତାରେ ପାକ୍

Get real time updates directly on you device, subscribe now.

ଇସଲାମାବାଦ: ସାଉଦି ଆରବ ସରକାର ଘୋଷଣା କରିଛନ୍ତି ଯେ ଚୀନ୍ ଟିକା ନେଇଥିବା ଅନ୍ୟ ଦେଶର କୌଣସି ବ୍ୟକ୍ତିଙ୍କୁ ସାଉଦିରେ ପ୍ରବେଶ କରିବା ପାଇଁ ଅନୁମତି ଦିଆଯିବ ନାହିଁ । ଏହାଯୋଗୁ ପାକ୍ ସରକାରଙ୍କ ଚିନ୍ତା ବଢିଯାଇଛି । କାରଣ ପାକ୍ ସରକାର ନିଜ ଦେଶରେ ଚୀନ୍ ଦ୍ୱାରା ପ୍ରସ୍ତୁତ କରୋନା ପ୍ରତିଷେଧକ ଟିକାର ବହୁଳ ବ୍ୟବହାର କରୁଛନ୍ତି । ଏହାଯୋଗୁ ପାକିସ୍ତାନୀ ନାଗରିକମାନେ ଆଉ ସାଉଦି ଆରବ ଯାଇପାରିବେ ନାହିଁ ।
ପାକିସ୍ତାନର ବିଦେଶ ମନ୍ତ୍ରୀ ଶାହ ମେହମ୍ମୁଦ କୁ୍ୟରେସୀ କହିଛନ୍ତି ଯେ ଦେଶର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ନିଜେ ଏହି ପ୍ରସଙ୍ଗ ଅନୁ୍ୟନ କରୁଛନ୍ତି । ସାଉଦି ନିଷ୍ପତ୍ତି ଦ୍ୱାରା ପ୍ରଭାବିତ ହେବାକୁ ଥିବା ଅନ୍ୟ ଦେଶମାନଙ୍କ ସହିତ ସେ ସମ୍ପର୍କରେ ଅଛନ୍ତି ।
ସେପଟେ, ପାକିସ୍ତାନର ଯୋଜନା ଓ ବିକାଶ ମନ୍ତ୍ରୀ ଅସଦ ଉମର କହିଛନ୍ତି ଯେ ଚୀନ୍ ଦ୍ୱାରା ପ୍ରସ୍ତୁତ ସିନୋଫାର୍ମ ଓ ସିନୋଭାକ୍ ଟିକା ଅନ୍ୟ ଟିକାଙ୍କ ତୁଳନାରେ ସର୍ବୋକ୍ରୃଷ୍ଟ ଅଟେ । ଏହି ଦୁଇଟି ଟିକାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ସ୍ୱୀକୃତି ଦେଇଛି । ଏଭଳି ସ୍ଥିତିରେ ସାଉଦି ଦ୍ୱାରା ଏ ପ୍ରକାର ନିଷ୍ପତ୍ତି ନିଆଯିବା ଅନେକ ଦେଶଙ୍କୁ ପ୍ରଭାବିତ କରିବ ।
ତେବେ ସେ କହିଛନ୍ତି ଯେ ଏଭଳି ବିବାଦର ସମାଧାନ ପାଇଁ ବିଦେଶକୁ ଅଧ୍ୟୟନ କିମ୍ବା କାମ କରିବା ସକାଶେ ଯିବାକୁ ଇଛୁକ ଥିବା ପାକିସ୍ତାନର ନାଗରିକ କିମ୍ବା ହଜରେ ଯିବା ପାଇଁ ଇଛୁକ ଶ୍ରଦ୍ଧାଳୁମାନଙ୍କୁ ଫାଇଜର ଟିକା ଦିଆଯାଇପାରିବ । କାରଣ ସାଉଦି ସରକାର କେବଳ ଫାଇଜର, ମଡେଣ୍ଣ ର୍ା, ଆଷ୍ଟ୍ରାଜେନେକା ଏବଂ ଜନସନ ଏଣ୍ଡ ଜନସନ ଟିକାକୁ ସ୍ୱୀକୃତି ଦେଉଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons