ସାଙ୍ଗ ଟଙ୍କାରେ ସାଙ୍ଗକୁ ମର୍ଡର

Get real time updates directly on you device, subscribe now.

ଜୟପୁର : କୋରାପୁଟ ପଟାଙ୍ଗୀରେ ଯୁବ ବ୍ୟବସାୟୀ ଗଙ୍ଗା ପ୍ରସାଦ ଚୌଧୁରୀ ହତ୍ୟା ଘଟଣାର ପର୍ଦ୍ଦାଫାସ୍ କରିଛି ପୋଲିସ । ଏହି ଘଟଣାର ମାଷ୍ଟରମାଇଣ୍ଡ ଅନୀଲ ପାଢ଼ୀ ଓ ଜଣେ ସୁପାରୀ କିଲର ସହ ମୋଟ ୩ଜଣଙ୍କୁ ଗିରଫ କରାଯାଇଛି । ଗଂଜେଇ ବେପାର ବାହାନାରେ ଗଙ୍ଗା ପ୍ରସାଦଙ୍କ ଠାରୁ ୪୦ହଜାର ଟଙ୍କା ଧାର ନେଇଥିବା ଅନୀଲ ସେଇ ଟଙ୍କାରେ ସୁପାରୀ କିଲରଙ୍କୁ ଲଗାଇ ଗଙ୍ଗାଙ୍କୁ ମର୍ଡ଼ର କରିବା ଭଳି ସାଙ୍ଘାତିକ ସତ ପଦାକୁ ଆସିଛି ।
ସାଙ୍ଗ ଟଙ୍କାରେ ସାଙ୍ଗକୁ ମର୍ଡ଼ର । ସାଙ୍ଗକୁ ହତ୍ୟା ପାଇଁ ୪୦ହଜାର ଟଙ୍କାର ସୁପାରୀ ଦେଇଥିଲା ସାଙ୍ଗ । କୋରାପୁଟ ପଟାଙ୍ଗୀରେ ଯୁବ ବ୍ୟବସାୟୀ ଗଙ୍ଗା ପ୍ରସାଦ ଚୌଧୁରୀ ହତ୍ୟା ଘଟଣାର ପର୍ଦ୍ଦାଫାସ୍ । ଗଂଜେଇ ବେପାର ବାହାନାରେ ଗଙ୍ଗା ପ୍ରସାଦଙ୍କ ଠାରୁ ୪୦ହଜାର ଟଙ୍କା ଧାର ନେଇଥିବା ଅନୀଲ ସେଇ ଟଙ୍କାରେ ସୁପାରୀ କିଲରଙ୍କୁ ଲଗାଇ ଗଙ୍ଗାଙ୍କୁ ମର୍ଡ଼ର କରିଛି । ଘଟଣାର ମାଷ୍ଟରମାଇଣ୍ଡ ଅନୀଲ ପାଢ଼ୀ ଓ ଜଣେ ସୁପାରୀ କିଲର ସହ ମୋଟ ୩ଜଣଙ୍କୁ ଗିରଫ କରିଛି ପଟାଙ୍ଗୀ ପୋଲିସ । ସେମାନଙ୍କ ଠାରୁ ଗୋଟିଏ କାର୍, ଗୋଟିଏ ବୁଲେଟ୍ ଏବଂ କିଛି ଗ୍ଲୋବ୍ସ୍ ଜବତ ହୋଇଛି ।
ମୃତକ ଗଙ୍ଗା ପ୍ରସାଦ ଓ ଅଭିଯୁକ୍ତ ଅନୀଲ ପାଢ଼ୀ ଏବଂ ଅନୀଲଙ୍କ ବଡ଼ ଭାଇ ସୁନୀଲଙ୍କ ଭିତରେ ବନ୍ଧୁତା ଥିଲା । ହେଲେ ଗଙ୍ଗା ପ୍ରସାଦଙ୍କ ଠାରୁ ଟଙ୍କା ନେଇ ଅନ୍ଲାଇନ୍ ଗେମ୍ ଖେଳି ପ୍ରାୟ ୩ଲକ୍ଷ ଟଙ୍କା ହାରିଯାଇଥିଲେ ଅନୀଲ ପାଢ଼ୀ । ପରେ ଗଙ୍ଗା ପ୍ରସାଦ ସୁନୀଲଙ୍କୁ ବାରମ୍ବାର ଟଙ୍କା ମାଗିବାକୁ ନେଇ ଉଭୟଙ୍କ ଭିତରେ ମନୋମାଳିନ୍ୟ ହୋଇଥିଲା । ଏମିତି କି ବାପାଙ୍କ ଠାରୁ ଲକ୍ଷେଟଙ୍କା ଆଣି ସୁନୀଲ ଗଙ୍ଗା ପ୍ରସାଦଙ୍କୁ ଦେଇଥିଲେ ବି ବାକି ୨ଲକ୍ଷ ଟଙ୍କା ପାଇଁ ବାରମ୍ବାର ସୁନୀଲ ଉପରେ ଚାପ ପକାଉଥିଲେ ଗଙ୍ଗା ପ୍ରସାଦ । ଯାହାକୁ ନେଇ ସୁନୀଲଙ୍କ ଘରେ ମଧ୍ୟ ଅଶାନ୍ତି ହେଉଥିଲା । ଏଭଳି ପରିସ୍ଥିତିରେ ସୁନୀଲଙ୍କ ଭାଇ ଅନୀଲ ଗଙ୍ଗା ପ୍ରସାଦଙ୍କ ଠାରୁ ଗଞ୍ଜେଇ ବେପାର କରିବାକୁ ୪୦ହଜାର ଟଙ୍କା ଧାର୍ ନେଇ ସେଇ ଟଙ୍କାରେ ସୁପାରୀ କିଲରଙ୍କ ଦ୍ବାରା ଗଙ୍ଗା ପ୍ରସାଦଙ୍କୁ ହତ୍ୟା କରିଥିବା କୁହାଯାଉଛି ।
ମୂଳୁ ମାଇଲେ ଯିବ ସରି ନୀତିରେ ଟଙ୍କା ଟେନସନରେ ଗଙ୍ଗା ପ୍ରସାଦଙ୍କୁ ରାସ୍ତାରୁ ହଟାଇବାକୁ ବିଧିବଦ୍ଧ ଯୋଜନା କରିଥିଲେ ଅନୀଲ ପାଢ଼ୀ । ଆଉ ଗଙ୍ଗାଙ୍କୁ ହତ୍ୟା ପାଇଁ ପାରଳାଖେମୁଣ୍ଡିର ୨ଜଣ ସୁପାରୀ ଦେଇଥିଲା । ଆଉ ଗଲା ୩ ତାରିଖରେ ଗଙ୍ଗାଙ୍କୁ ହତ୍ୟା କରିଥିଲେ ଏହି ସୁପାରୀ କିଲର ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons