ସାତକୋଶିଆ ଅଭୟାରଣ୍ୟରେ କଡ଼ା ପହରା

Get real time updates directly on you device, subscribe now.

ହରଭଙ୍ଗା,(ବି.ବି.ନୁ୍ୟଜ୍): ମହାନଦୀ ବନ୍ୟପ୍ରାଣୀ ବିଭାଗ ଅଧୀନରେ ଥିବା ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କୁଶଙ୍ଗରେ ଅଧିନରେ ଥିବା ସାତକୋଶିଆ ଅଭୟାରଣ୍ୟରେ ବନ ବିଭାଗ ପକ୍ଷରୁ ଆଜି ପାଟ୍ରୋଲିଂ କରାଯାଇଛି । ନୟାଗଡ ବନ୍ୟପ୍ରାଣୀ ବିଭାଗର ଡିଏଫ୍ଓ ହର୍ଷବର୍ଦ୍ଧନ ଉଦ୍ଗାତାଙ୍କ ସମତେ ବନ ବିଭାଗର ୪୦ଜଣ କର୍ମଚାରୀ ୪ଟି ବନାଞ୍ଚଳରେ ପାଟ୍ରୋଲିଂ କରିଥିଲେ । ଅଭୟାରଣ୍ୟର ବାଣିଗୋଛା (ଉ), ବାଣିଗୋଛା (ଦ), କୁଶଙ୍ଗ, ଛାମୁଣ୍ଡିଆ ଆଦି ଅଂଚଳର ବାଇଶିପଲ୍ଲି, ପଦ୍ମତୋଳା, ସୁନାଖଣ୍ଡିଆ, ନୁଆପଡା, ବଡମୁଳ, ମାରଡା, କୁତୁରି, ଶୀତଳପାଣି ଆଦି ଅଭୟାରଣ୍ୟରେ ୫୦କିମି ଅଂଚଳରେ ବିଭାଗୀୟ କର୍ମଚାରୀମାନେ ଚାଲି ଚାଲି ବୁଲିଥିଲେ । ବନ୍ୟଜନ୍ତୁ ଶିକାର ରୋକିବା, ଚୋରା କାଠ ଚାଲାଣ ବନ୍ଦ କରିବା, ବନ୍ୟପ୍ରାଣୀଙ୍କ ଖାଦ୍ୟ ଓ ଗତିବିଧି ସମ୍ପର୍କରେ ତଳସ୍ତରର କର୍ମଚାରୀମାନଙ୍କୁ ବୁଝାଇବା ଉଦେ୍ଧଶ୍ୟରେ ପହରା ଦିଆଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି । କର୍ମଚାରୀ ମାନେ ବନ୍ୟାଞ୍ଚଳର ଦୁର୍ଗମ ଇଲାକାରେ ବୁଲିଥିଲେ । ସୂଚନା ଅନୁଯାଇ ସାତକୋଶିଆରେ ଶିକାରୀ ମାନଙ୍କ ପାର୍ଦୁଭାବ ଲାଗିରହିଛି । ବନ୍ଧୁକ ଓ ପୋଶା କୁକୁର ଦ୍ୱାରା ସେମାନେ ବନ୍ୟଜନ୍ତୁ ଶିକାର କରୁଛନ୍ତି । ଏହାକୁ ରୋକିବା ପାଇଁ ପ୍ରତିମାସରେ ବିଭାଗ ପକ୍ଷରୁ ୨ ଥର ପାଟ୍ରୋଲିଂ କାରଯିବ ଏବଂ ଏଥିରେ ସମସ୍ତ ବନା କର୍ମଚାରୀ ସାମିଲ ହେବେ ବୋଲି ଡିଏଫଓ କହିଛନ୍ତି । ଏହାକୁ ନିୟନ୍ତ୍ରଣ କରିବାକୁ ୩ଟି ଗ୍ରୁପ କରାଯାଇ ଜଙ୍ଗଲ ର ବିଭିନ୍ନ ଦିଗକୁ ପଠାଯିବ ବୋଲି କୁହାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons