ସାତ ଜନ୍ମର ସାଥୀ ହେଲେ ପ୍ରମୋଦିନୀ-ସରୋଜ

Get real time updates directly on you device, subscribe now.

ତିର୍ତ୍ତୋଲ,(ବି.ବି.ନୁ୍ୟଜ): ହୋମବେଦିରେ ସାତ ଜନ୍ମର ସାଥୀ ହେବାକୁ ଶପଥ ନେଲେ । ଆଜିଠୁ ଦୁହିଙ୍କ ସୁଖ, ଦୁଃଖ, ଭଲ, ମନ୍ଦ ନିଜ ଭିତରେ ବାଣ୍ଟିବେ ବୋଲି ପଣ କଲେ । ଅଗ୍ନି ଦେବତାକୁ ସାକ୍ଷୀ ରଖି ସାମାଜିକ ସ୍ୱୀକୃତି ସ୍ୱରୂପ ହାତଗଣ୍ଠି ପଡ଼ିଲା । – ଏ ହେଉଛି ବହୁଚର୍ଚ୍ଚିତ ଯୋଡ଼ି, ଏସିଡ୍ ପୀଡ଼ିତା ‘ଜଗତସିଂହପୁରର ଛପାକ୍ ଗାର୍ଲ’ ପ୍ରମୋଦିନୀ ରାଉଳ ଓ ସରୋଜ କୁମାର ସାହୁଙ୍କ କଥା ।
ଜଣେ ଜହ୍ଲାଦର ଏକତରଫା ପ୍ରେମ ଯୋଗୁଁ ତରଳ ନିଆଁର ଶିକାର ହୋଇ ନିଜ ସୌନ୍ଦର୍ଯ୍ୟ ହରାଇ ବସିଥିଲେ ପ୍ରମୋଦିନୀ । କିଛି ଭୁଲ ନଥାଇ ବି ଜୀବନସାରା ପାଇଥିଲେ ଯନ୍ତ୍ରଣା । ନିଜ ଦେହରେ ପ୍ରେମର ରଙ୍ଗ ଲାଗିବା ପୂର୍ବରୁ ଶରୀର ତାଙ୍କର କ୍ଷତ ବିକ୍ଷତ ହୋଇଯାଇଥିଲା । କିଛି ଦିନ ପାଇଁ ଆଖି ବି ନଷ୍ଟ ହୋଇଯାଇଥିଲା । ଅନେକ ଯନ୍ତ୍ରଣା ଭୋଗିଥିଲେ ଏସିଡ୍ ପୀଡ଼ିତା ପ୍ରମୋଦିନୀ । କିନ୍ତୁ ଏସବୁ ସତ୍ତେ୍ୱ ପ୍ରମୋଦିନୀଙ୍କୁ ସରୋଜ ଗ୍ରହଣ କରିଥିଲେ, ତାଙ୍କୁ ସହାୟତାର ହାତ ବଢାଇଥିଲେ, ତାଙ୍କ ସେବା କରୁକରୁ ସାଥୀ ପାଲଟିଥିଲେ ।
ଶେଷରେ ବିବାହ ବନ୍ଧନରେ ଆଜି ଆବଦ୍ଧ ହୋଇଛନ୍ତି ଏହି ଚର୍ଚ୍ଚିତ ଯୋଡ଼ି । ନିଜ ନିଜର ପ୍ରିୟ ମଣିଷର ହାତ ଧରିଛନ୍ତି । ସେମାନଙ୍କ ବୈବାହିକ ଜୀବନ ସୁଖମୟ ହେଉ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଆଶୀର୍ବାଦ ଦେଇଛନ୍ତି । ୨୦୧୮ ମସିହାରେ ଲକ୍ଷେ୍ନøର ସିରୋଜ କାଫେରେ ସରୋଜ ଓ ପ୍ରମୋଦିନୀଙ୍କ ନିର୍ବନ୍ଧ ହୋଇଥିଲା । ୨୦୨୧ରେ ବାହାଘରରେ ହେଲା । ଏହି ବାହାଘର ପାଇଁ ସମାଜସେବୀ ଶୁଭଶ୍ରୀ ଦାସଙ୍କ ଉଦ୍ୟମ ପ୍ରଶଂସନୀୟ ଥିଲା । କଟକରୁ ବରଯାତ୍ରୀ ସହ ବର ବାହାରି ଜଗତସିଂହପୁର ଜିଲ୍ଲା କନକପୁରସ୍ଥିତ (ଝଙ୍କଡ଼) ଶାରଳା ମନ୍ଦିର ସମ୍ମୁଖରେ ଥିବା ପ୍ରମୋଦିନୀଙ୍କ ଘରେ ପହଞ୍ଚିଥିଲେ । ବାଜା, ବାଣ ଆଉ ରୋଷଣିରେ ଫାଟିପଡ଼ୁଥିଲା ଅଞ୍ଚଳ । ବାଳକାଟି ଝିଇଣ୍ଟିପାଟଣା ଗ୍ରାମର ସରୋଜ ସେଠାରେ ବୈଦିକ ରୀତିରେ ପ୍ରମୋଦିନୀଙ୍କ ପାଣି ଗ୍ରହଣ କରିଥିଲେ ।
ମାର୍ଚ୍ଚ ୨ (ଆସନ୍ତାକାଲି) ଭୁବନେଶ୍ୱରର ଏକ ରେସ୍ତୋରାଁରେ ଭୋଜି ଦିଆଯିବ । ଦିନେ ଏସିଡ୍ ପୀଡ଼ିତା ପ୍ରମୋଦିନୀଙ୍କୁ ସରୋଜ ବିନା ସ୍ୱାର୍ଥରେ ସହଯୋଗର ହାତ ବଢ଼ାଇଥିଲେ । ଚିକିତ୍ସାଠାରୁ ଆରମ୍ଭ କରି ଆର୍ଥିକ କ୍ଷେତ୍ରରେ ବି ସହଯୋଗ କରିଥିଲେ । ୫ ବର୍ଷର ପ୍ରେମ ସମ୍ପର୍କ ଓ ପରିବାରର ସ୍ୱୀକୃତି ପାଇବା ପରେ ଉଭୟ ପତି-ପତ୍ନୀ ହେବାର ସୌଭାଗ୍ୟ ପାଇଛନ୍ତି ।
ସ୍ମରଣଯୋଗ୍ୟ, ୨୦୦୯ ମସିହାରେ ପ୍ରମୋଦିନୀ ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ବେଳେ ଏସିଡ ଆକ୍ରମଣର ଶିକାର ହୋଇଥିଲେ । ତାଙ୍କର ଜଣେ ପଡେ଼ାଶୀ ଯୁବକ ଏକତରଫା ପ୍ରେମରେ ଅନ୍ଧ ହୋଇ ପ୍ରମୋଦିନୀଙ୍କ ଉପରେ ଏସିଡ଼ ମାଡ଼ କରିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons