ଦଙ୍ଗଲ ଗର୍ଲ ଅଭିନେତ୍ରୀ ସାନ୍ୟା ମାଲହୋତ୍ରା ସବୁବେଳେ ସୋସିଆଲ ମିଡିଆରେ ସକ୍ରିୟ ରହିଥାନ୍ତି । ଗତ ସପ୍ତାହରେ ସେ ନିଜର ଇନ୍ଷ୍ଟାଗ୍ରାମ ଆକାଉଣ୍ଟରେ କିଛି ଫଟୋ ଅପଲୋଡ୍ କରିଥିଲେ । ତା’ ସହିତ କ୍ୟାପସନ୍ରେ ଲେଖିଥିଲେ ଯେ, କାଣି ଅଙ୍ଗୁଳିରେ ଅସ୍ତେ୍ରାପଚାର କରାଇ ୯ ଦିନ ପରେ ଫେରିଛି । ତାଙ୍କର ସେହି ପୋଷ୍ଟ ପରେ ଘଟଣା ସମ୍ପର୍କରେ ଜାଣିବା ଲାଗି ପ୍ରଶଂସକମାନେ ବାରମ୍ବାର ପ୍ରଶ୍ନ କରୁଥିଲେ । ଏବେ ସେ ସମ୍ପର୍କରେ ଏକ ସୂତ୍ରରୁ ଜଣାପଡ଼ିଛି ।
ସେ ଅନୁସାରେ ଏହି ଅଘଟଣଟି ମେ ୧୪ରେ ଘଟିଥିଲା । ଲକ୍ଡାଉନ୍ରେ ସାନ୍ୟା ଘରେ ଏକୁଟିଆ ଥିଲେ । ଚଟଣି ବନାଇବାକୁ ଇଚ୍ଛା କରି ସେ ଜାର୍କୁ ମେସିନ୍ରେ ରଖିଥିଲେ । ତେବେ ଜାର୍ର ଢାଙ୍କୁଣି ବନ୍ଦ କରିବା ପୂର୍ବରୁ ମେସିନ୍ ଚାଲୁ କରିଦେଇଥିଲେ । ଏହାଯୋଗୁ ଜିନିଷପତ୍ର ଚାରିଆଡେ଼ ଛିନ୍ଛତ୍ର ହୋଇ ପଡ଼ିଲା । ସେ ତରବରରେ ଜାର୍ର ଢାଙ୍କୁଣିକୁ ବନ୍ଦ କରିବାକୁ ଚେଷ୍ଟା କରୁଥିବାବେଳେ ତାଙ୍କର ବାମ ହାତ ଜାର୍ ମଧ୍ୟକୁ ଚାଲିଗଲା । ହାତର କାଣି ଆଙ୍ଗୁଠି ବ୍ଲେଣ୍ଡରରେ ଜୋର୍ରେ ବୁଲୁଥିବା ବ୍ଲେଡ୍ରେ ବାଜିଗଲା । ଫଳରେ ପ୍ରବଳ ରକ୍ତ ବୋହିଥିଲା । ସେ ଅଚେତ ହେବା ଭଳି ସ୍ଥିତିକୁ ଆସିଯାଇଥିଲେ । ତେବେ କୌଣସିମତେ ନିଜର ଜଣେ ବାନ୍ଧବୀଙ୍କୁ ଡାକି ନିକଟସ୍ଥ ଏକ ହସ୍ପିଟାଲକୁ ଯାଇଥିଲେ । ସେଠାରେ ତାଙ୍କର କୋଭିଡ୍ ପରୀକ୍ଷା ପରେ ତାଙ୍କୁ ଭର୍ତ୍ତି କରାଗଲା । ତାଙ୍କ ଅଙ୍ଗୁଳିରେ ୨ଟି ଫ୍ରାକ୍ଚର ଏବଂ ୩ଟି ବଡ଼ କ୍ଷତ ସୃଷ୍ଟି ହୋଇଥିବା ଡାକ୍ତର କହିଲେ । ତେଣୁ ତୁରନ୍ତ ତାଙ୍କର ଅସ୍ତେ୍ରାପଚାର କରାଯାଇଥିଲା । ସେପଟେ ୱାର୍କଫ୍ରଣ୍ଟ କଥା କହିବାକୁ ଗଲେ ସାନ୍ୟାଙ୍କୁ ଖୁବ୍ ଶୀଘ୍ର ଫିଲ୍ମ ‘ଶକୁନ୍ତଳା ଦେବୀ’ରେ ଦେଖିବାକୁ ମିଳିବ । ସେଥିରେ ତାଙ୍କ ସହିତ ବିଦ୍ୟା ବାଲାନ୍ ନଜର ଆସିବେ । ଫିଲ୍ମରେ ସାନ୍ୟା ବିଦ୍ୟାଙ୍କର ଝିଅ ରୋଲ୍ କରୁଛନ୍ତି ।
Comments are closed, but trackbacks and pingbacks are open.