କଣ୍ଟାବାଞ୍ଜି : ବଡ ଭାଇର ଟାଙ୍ଗିଆ ଚୋଟ ରେ ସାନ ଭାଇର ଗଲା ଜୀବନ। ଏଭଲି ଅଭାବନିୟ ଘଟଣା ଘଟିଛି କଣ୍ଟାବାଞ୍ଜି ଥାନା ବେହେରେନସିଲେଟରେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି ।
ସୂଚନା ଯୋଗ୍ୟ ଯେ, ଗତକାଲି ବିଲମ୍ବିତ ରାତି ରେ ବଡ ଭାଇ ଶରତ ମାଝି ନିଜ ସାନ ଭାଇ କୁ ଡାକିଥିଲେ । କୌଣସି କାରଣ ଦୁଇ ଭାଇଙ୍କ ମଧ୍ୟରେ କଥା କୁ ନେଇ କଟାକଟି ହୋଇଥିଲେ । ସେହି ସମୟରେ ବଡ ଭାଇ ଶରତ ହଠାତ୍ ରାଗି ଯାଇ ପାଖରେ ପଡିଥିବା ଟାଙ୍ଗିଆରେ ସାନ ଭାଇ ଦେବରାମକୁ ଟାଙ୍ଗିଆରେ ଆକ୍ରମଣ କରିଥିଲେ । ସାନ ଭାଇ ମେରୁଣ୍ଡ ନିକଟରେ ୪ରୁ ୫ଥର ଟାଙ୍ଗିଆରେ ହାଣିଦେବାୀୁ ଘଟଣା ସ୍ଥଳରେ ଦେବରାମଙ୍କ ମୃତ୍ୟୁ ଘଟିଥିଲା। ହତ୍ୟା ଘଟାଇ ଘଟଣା ସ୍ଥଳରୁ ଶରତ ଫେରାର ହୋଇଯାଇଥିଲା । ଘଟଣା ସ୍ଥଳ ରେ ଦେବରାମ ଙ୍କ ମୃତ୍ୟୂ ହୋଇଥିବା ବେଲେ ତଥାପି ପରିବାର ଲୋକେ କଣ୍ଟାବାଞ୍ଜି ଡାକ୍ତରଖାନା ନେଇଥିଲେ । ସେଠାରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲା । ଘଟଣାର ଖବର ପାଇଁ କଣ୍ଟାବାଞ୍ଜି ପୋଲିସ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରି ଦେଇଛି । ତେବେ କେଉଁ କଥା କୁ ନେଇ ଏହି ହତ୍ୟାକାଣ୍ଡ ହେଲା ତାହା ବର୍ତମାନ ମଧ୍ୟ ଜଣାପଡିନାହିଁ । ପୁଲିସ ସନ୍ଦେହ କରୁଛି କି ଏହା ଜମି ବିବାଦ କାରଣରୁ ହତ୍ୟା ହୋଇଛି।
Comments are closed, but trackbacks and pingbacks are open.