ପଟ୍ଟାଙ୍ଗି: ପଟ୍ଟାଙ୍ଗି ଥାନା ଚନ୍ଦକା ପଞ୍ଚାୟତ ଖଜୁରୀଗୁଡ଼ା ଗାଁରେ ବିଷାକ୍ତ ସାପ କାମୁଡ଼ାରେ ଜଣେ ବୃଦ୍ଧଙ୍କର ମୃତୁ୍ୟ ହୋଇଛି । ମୃତକ ହେଲେ ବୁର୍ଷା ଗେମେଲ(୫୫) । ସୂଚନାଯୋଗ୍ୟ, ବୁର୍ଷା ନିଜ ଦୋକାନ ଟିଙ୍ଗାଲିଗୁଡ଼ା ଛକଠାରେ ମଙ୍ଗଳବାର ରାତି ଖାଇସାରି ସେଠାରେ ଶୋଇ ପଡ଼ିଥିଲେ । ଶୋଇଥିବା ସମୟରେ ଏକ ବିଷଧର ସାପ ତାଙ୍କ ବାମ ହାତରେ କାମୁଡ଼ି ଦେଇଥିଲା । ଛଟପଟ ହୋଇ ସେ କୁଡ଼ିଆରେ ଶୋଇ ରହିଥିଲେ । ଆଜି ସକାଳେ ତାଙ୍କ ସାନପୁଅ ବିହୁନୁ ଦୋକାନ ଖୋଲି ଦେଖିଲାବେଳକୁ ତାଙ୍କ ବାପା ଛଟପଟ ହେଉଥିଲେ । ବାପାଙ୍କ କ’ଣ ହେଲା କହି ଘର କୋଠରୀ ଚାରିପଟେ ଖୋଜିବାରୁ ଗୋଟିଏ ବିଷାକ୍ତ ସାପକୁ ଦେଖିଥିଲେ । ଏହାପରେ ସେ ତାଙ୍କ ବାପାଙ୍କ ବାମହାତରେ ସାପ କାମୁଡ଼ା ଚିହ୍ନ ଦେଖି ତୁରନ୍ତ ପଟ୍ଟାଙ୍ଗି ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବୁର୍ଷାଙ୍କ ମୃତୁ୍ୟ ଘଟିଥିଲା । ଥାନାରେ ଏନେଇ ଏକ ଅପମୃତୁ୍ୟ ମାମଲା ରୁଜୁ କରାଯାଇ ବ୍ୟବଚ୍ଛେଦ ପରେ ପରିବାରବର୍ଗକୁ ଶବ ହସ୍ତାନ୍ତର କରାଯାଇଛି ।
ରିପୋର୍ଟ: ସତ୍ୟ ନାରାୟଣ ସାହୁ
Comments are closed, but trackbacks and pingbacks are open.