କେନ୍ଦୁଝର,(ବି.ବି.ନୁ୍ୟଜ୍): ବିଷାକ୍ତ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତୁ୍ୟ ଘଟିଛି । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପୌରପରିଷଦ ଅନ୍ତର୍ଗତ ଫକୀରପୁରର ମଲ୍ଲିକ ସାହିରେ ଗତକାଲି ରାତିରେ ଏହି ଘଟଣା ଘଟିଛି । ସେ ଶୋଇଥିବା ବେଳେତାଙ୍କୁ ସାପ କାମୁଡ଼ି ଦେଇଥିଲା । ମୃତ ମହିଳାଙ୍କ ନାଁ ପୁନି ମଲ୍ଲିକ । ପୁନି ବିବାହ କରିଥିଲେ । ତେବେ ୨ ମାସ ହେଲା ସେ ଏଠାରେ ତାଙ୍କ ବାପ ଘରେ ରହୁଥିଲେ । ସାପ କାମୁଡ଼ିବା ପରେ ପରିବାର ଲୋକେ ତାଙ୍କୁ ତୁରନ୍ତ ଆନନ୍ଦପୁର ମେଡିକାଲ ନେଇ ଆସିଥିଲେ । ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।


Comments are closed, but trackbacks and pingbacks are open.