ଗଞ୍ଜାମ : ସାପ କାମୁଡ଼ିବା ପରେ ତୁରନ୍ତ ଡାକ୍ତରଖାନା ନନେଇ ଝଡ଼ାଫୁଙ୍କା, ପୂଜାର୍ଚ୍ଚନା କରାଯାଉଛି। ଯାହାକି ବ୍ୟକ୍ତିର ମୃତ୍ୟୁ ଘଟୁଛି। ଏପରି କିଛି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଅଞ୍ଚଳରେ।
ବୁଗୁଡ଼ା ଗୋଲା ସାହିର ଶିବପାତ୍ରଙ୍କୁ ଗତକାଲି ସାପ କାମୁଡ଼ିଥିଲା। ଏହାପରେ ତାଙ୍କୁ ହସ୍ପିଟାଲ୍ ନନେଇ ଲୋକେ ଗାଁର ବଳଦେବଜୀଉ ମନ୍ଦିରରେ ପୂଜାର୍ଚ୍ଚନା କରାଇଥିଲେ। ସର୍ବ ସମ୍ମୁଖରେ ଏପରି ଚାଲିଥିଲେ ବି କେହିଁ କିଛି ବି କହିନଥିଲେ।
ସାପ କାମୁଡ଼ିବା ପରେ ଶିବପାତ୍ରଙ୍କୁ ୮୨ ମାଠିଆ ପାଣି ଢାଳି ଉପଶମ କରାଯାଇଥିଲା। ତେବେ ଶିବଙ୍କ ସ୍ୱାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ନହେବାରୁ ତାଙ୍କୁ ବୁଗୁଡ଼ା ମେଡିକାଲ୍ ନିଆଯାଇଥିଲା। ଯେଉଁଠି ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର।
Comments are closed, but trackbacks and pingbacks are open.