ସାପ କାମୁଡ଼ାରେ ୨ ମୃତ

Get real time updates directly on you device, subscribe now.

ବୁଗୁଡ଼ା/ବେଲଗୁଣ୍ଠା,(ବି.ବି.ନ୍ୟୁଜ୍): ସାପ କାମୁଡ଼ାରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ମୃତକମାନେ ହେଲେ ବୁଗୁଡ଼ା ବ୍ଲକ ଦଦରାଖୋଲ ଗ୍ରାମର ଉରି ଗଉଡ଼(୪୦) ଅନ୍ୟ ଜଣେ ହେଲେ ବେଲଗୁଣ୍ଠା ବ୍ଲକ ଗୋବରାର କାମେଶ୍ୱର ରାଜୁ( ୪୦) ।
ଗତ ରାତିରେ ଘର ବାରଣ୍ଡାରେ ଉରି ଶୋଇଥିବା ବେଳେ ସାପ କାମୁଡ଼ି ଦେଇଥିବା କହିଛନ୍ତି । ସାପକୁ ପରିବାର ଏବଂ ସାହିବାସୀ ଖୋଜାଖୋଜି କରିଥିଲେ ମଧ୍ୟ ପାଇନଥିଲେ । ୧୦୮ ଆମ୍ବୁଲାନ୍ସରେ ଉରିଙ୍କୁ ଉଦ୍ଧାର କରାଯାଇ ବୁଗୁଡ଼ା ଡାକ୍ତରଖାନାରୁ ବ୍ରହ୍ମପୁର ପଠାଇ ଦିଆଯାଇଥିଲା । ବାଟରେ ତାଙ୍କର ମୃତ୍ୟୁ ହୋଇଥିବାରୁ ଆସିକା ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ କରାଯାଇଛି । ତାଙ୍କ ସାନ ଭଉଣୀ କୁନି ଗୌଡ଼ ବୁଗୁଡ଼ା ଥାନାରେ ଲିଖିତ ଜଣାଇଛନ୍ତି । ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ କରୁଛି ।
ସେହିପରି ଗୋବରାର କାମେଶ୍ୱର ଗତକାଲି ସନ୍ଧ୍ୟାରେ ବାରିଘରେ ଥିବାବେଳେ ଏକ ସାପ ତାଙ୍କ ବାମ ହାତକୁ କାମୁଡ଼ି ଦେଇଛି । ପରିବାର ଲୋକେ କାମେଶ୍ୱରଙ୍କୁ ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଅଧିକ ଚିକିତ୍ସା ପାଇଁ ସେଠାରୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ସ୍ଥାନାନ୍ତରିତ କରାଯାଇଥିବାବେଳେ ଡାକ୍ତର ମୃତ ଘୋଷିତ କରିଛନ୍ତି । ମୃତ୍ୟୁ ଖବର ଜଣାପଡ଼ିବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା । ଏନେଇ ଆଜି ଗୋବରାରେ ଦୋକାନ ବଜାର ବନ୍ଦ ରହିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons