ମାଲକାନଗିରି, (ବି.ବି.ନୁ୍ୟଜ୍) : ମାଲକାନଗିରି ପଡିଆ ଥାନା ସୋନ ନିଲିଗୁଡା ପଞ୍ଚାୟତ କୁମ୍ଭାରଗୁଡା ଗାଁର ୩ଜଣ ସାବେରୀ ନଦୀରେ ଡଙ୍ଗାବୁଡିରେ ନିଖୋଜ ହୋଇଯାଇଥିଲେ । ଆଜି ଦୀର୍ଘ ୪୮ଘଣ୍ଟା ପରେ ସମସ୍ତ ୩ଜଣଙ୍କ ଶବ ଉଦ୍ଧାର କରାଯାଇଛି । ସେମାନେ ହେଲେ ପଡିଆ ଥାନା ମାଟେରୁ ପଞ୍ଚାୟତ ନିଲିଗୁଡା ତେଗଡପାଲି ଗାଁର ଭିମେ କବାସୀ ଓରଫ ମଞ୍ଜୁ (୧୮), ତାଙ୍କ ସାନଭଉଣୀ ମୋନିକା କବାସୀ(୧୪) ଓ ରାଜୁ ପଡିଆମି(୧୬) । ମଞ୍ଜୁ ଓ ମୋନିକାଙ୍କ ଶବ ସାନନିଲିଗୁଡା ଘାଟରୁ ମିଳିଥିବା ବେଳେ ରାଜୁଙ୍କ ଶବ ୧୦କିମି ଦୂର ଏମଭି-୬୬ ଗାଁ ନିକଟ ସାବେରୀ ନଦୀରୁ ଅଗ୍ନିଶମ କର୍ମଚାରୀ ଉଦ୍ଧାର କରିଛନ୍ତି ।

ପଡିଆ ଥାନାଅଧିକାରୀ ଶବଗୁଡିକକୁ ଉଦ୍ଧାର ପରେ ପରିବାରକୁ ଖବର ଦେଇଥିଲେ । ମୃତ ଶରୀରଗୁଡିକ ପଚି ଯାଇଥିବାରୁ ହସ୍ପିଟାଲକୁ ନନେଇ ନଦୀଘାଟରେ ମାଜିଷ୍ଟେ୍ରଷ୍ଟଙ୍କ ଉପସ୍ଥିତିରେ ବ୍ୟବଛେଦ କରାଯାଇ ପରିବାରକୁ ହସ୍ତାନ୍ତର କରାଯାଇଛି । ସୂଚନା ଯୋଗ୍ୟ ଯେ, ଗତ ଶୁକ୍ରବାର ଅପରାହ୍ନରେ ମାଟେରୁ ପଞ୍ଚାୟତ ନିଲିଗୁଡା ତେଗଡପାଲି ଗାଁର ଭିମେ ଓ ତାଙ୍କ ଭଉଣୀ ଏବଂ ରାଜୁ ଏକ ଦେଶିଡଙ୍ଗାରେ ସାବେରୀ ନଦୀପାର ହୋଇ ସୀମାନ୍ତ ଛତିଶଗଡ ରାଜ୍ୟ ସୁକ୍ମା ଜିଲ୍ଲା କେରଲାପାଲ ହାଟକୁ ଯାଇଥିଲେ ।
ହାଟସାରି ଫେରୁଥିବା ବେଳେ ନଦୀରେ ହଠାତ୍ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଡଙ୍ଗାରେ ବସିଥିବା ତିନିଜଣଯାକ ନଦୀରେ ବୁଡିଯାଇ ନିଖୋଜ ହୋଇଯାଇଥିଲେ । ପରିବାରଲୋକେ ଓ ନିକଟ ଗ୍ରାମବାସୀ ନଦୀଘାଟରେ ବହୁତ ଖୋଜା ଖୋଜି କଲାପରେ ମଧ୍ୟ ସେମାନଙ୍କ ପତ୍ତା ପାଇ ନଥିଲେ । ଖବର ଦେବା ପରେ ଶନିବାର ପଡିଆ ଥାନା ସବ୍ଇନ୍ସପେକ୍ଟର ପ୍ରଭାତ କୁମାର ବେହେରା ସଦଳବଳେ ସେଠାରେ ପହଞ୍ଚିଥିଲେ । ମାଲକାନଗିରି ଅଗ୍ନିଶମ ଅଧିକାରୀ ଗୁପ୍ତେଶ୍ୱର ଦାଶ, ପଡିଆ ଅଗ୍ନିଶମ ଅଧିକାରୀ ବୀରେନ୍ଦ୍ର ସିଂଙ୍କ ନେତୃତ୍ୱରେ ପଡିଆ,କାଲିମେଳା, ମାଲକାନଗିରି, ମାଥିଲି ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଚଳାଇଥିଲେ । ଦୁଇଦିନ ଖୋଜିବା ପରେ ଆଜି ନିଖୋଜ ସମସ୍ତଙ୍କ ଶବ ଉଦ୍ଧାର କରାଯାଇଥିଲା । ଗୋଟିଏ ଗାଁର ତିନିଜଣଙ୍କ ମୃତୁ୍ୟ ଘଟଣାରେ ସେମାନଙ୍କ ପରିବାର ଦୁଃଖରେ ଭାଙ୍ଗିପଡିଛନ୍ତି । ସମଗ୍ର ଗାଁରେ ଶୋକର ଛାୟା ଖେଳିଯାଇଛି । ଆଜି ଶୋକାକୁଳ ପରିବେଶ ମଧ୍ୟରେ ପରିବାର ଲୋକେ ମୃତଶରୀର ଗାଁକୁ ନେଇ ସ+ାର କରିଛନ୍ତି । ମୃତକଙ୍କ ପରିବାରବର୍ଗଙ୍କୁ ସରକାର ତରଫରୁ ଆର୍ଥିକ ସହାୟତା ଯୋଗାଇଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।


Comments are closed, but trackbacks and pingbacks are open.